ନକଲି ଆଦିବାସୀ: ଚପିଗଲା ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି) ୧୫।୧୧ : କେତେଜଣ ସାଧାରଣ ଏବଂ ଓବିସି ବର୍ଗର ବ୍ୟକ୍ତି ପଡ଼ୋଶୀ ଜିଲାରେ କିଛି ଜମି କିଣି ସେହି ପଟ୍ଟା ବଳରେ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏନେଇ ଅଭିଯୋଗ ହେଲେ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ତହସିଲ ପ୍ରଶାସନ ସେମାନଙ୍କ ପୂର୍ବପୁରୁଷଙ୍କ ଜମି ପଟ୍ଟା କିମ୍ବା ଅନ୍ୟାନ୍ୟ ଦଲିଲର ତନଖି ନ କରି କ୍ଲିନ୍‌ଚିଟ୍‌ ଦେଉଛନ୍ତି। ଫଳରେ ଆଦିବାସୀ ସମ୍ପ୍ରଦାୟର ମେଧାବୀ ଛାତ୍ରୀଛାତ୍ର ବିଭିନ୍ନ ନିଯୁକ୍ତି ସୁଯୋଗରୁ ବଞ୍ଚିତ ରହିଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକ ଅଞ୍ଚଳରେ ବିଶେଷକରି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଏଭଳି ଏକାଧିକ ଅଭିଯୋଗ ହୋଇଥିଲେ ହେଁ ଜିଲା ଶିକ୍ଷା ବିଭାଗ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନ ଥିବା ମତପ୍ରକାଶ ପାଇଛି। ବଲାଙ୍ଗୀର ଜିଲାରେ ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଯାଜପୁରରେ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି।
ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଇ) ପକ୍ଷରୁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଓ ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କୁ ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ଶତାଧିକ ଥର ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ କେତେଜଣ ହାତଗଣତି ନକଲି ଶିକ୍ଷକଙ୍କୁ ବାଦ୍‌ ଦେଲେ ଅନେକ ନକଲି ଶିକ୍ଷକ ଏବେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଅଭିଯୋଗ ହେଉଛି। ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ଛପି ରହିଥିବାବେଳେ କେବଳ ଅସନଝର ପଞ୍ଚାୟତରେ ୧୦ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଆସୁଛି। ଏହି ପଞ୍ଚାୟତର ପଛିକୋଟ ହାଇସ୍କୁଲର ମାନସ କୁମାର ନାୟକ ଓ ତରପଦା ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନା ନାୟକ ନକଲି ଜାତିଗତ ପ୍ରମାଣପତ୍ର ଦାଖଲ କରି ପୂର୍ବରୁ ଚାକିରିରୁ ନିଲମ୍ବିତ ହୋଇଥିଲେ। ଏହି ପଞ୍ଚାୟତର ଅନ୍ୟ ୧୦ ଶିକ୍ଷକ ଅନୁରୂପ ଭାବେ ନିଯୁକ୍ତି ପାଇଥିଲେ ହେଁ ସେମାନଙ୍କୁ ରାଜନୈତିକ ଚାପରେ ସୁରକ୍ଷା ଦିଆଯାଉଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ ପକ୍ଷରୁ ୮ା୮ା୨୦୨୨ରେ ଯାଜପୁର ଜିଲା ଶିକ୍ଷାଧିକାରୀ ଓ କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ନକଲି ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ (ପତ୍ରସଂଖ୍ୟା ୭୬୩୧) ଦେଇଥିଲେ। ଏଥିରେ ଅନ୍ନପୂର୍ଣ୍ଣା ଦେହୁରୀ, ଭଗବତୀ ଦେହୁରୀ, ମୁରଲୀଧର ଦେହୁରୀ, ମଧୁସୂଦନ ନାୟକ, ସୁଶାନ୍ତ କୁମାର ନାୟକ, ବିପିନ ନାୟକ, ରାମଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ଯେନା, ସରୋଜିନୀ ସ୍ବାଇଁଙ୍କ ନାମ ଉଲ୍ଲେଖ ରହିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାମ ବାଦ୍‌ ପଡ଼ିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ବ୍ୟାସନଗର ତହସିଲଦାର ଏହାର ତଦନ୍ତ ରିପୋର୍ଟ ୧୪ା୨ା୨୦୨୩ରେ କୋରେଇ ବିଇଓଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ରିପୋର୍ଟରେ ସେମାନଙ୍କ ଜାତିଗତ ପ୍ରମାଣପତ୍ର ଅସଲି ବୋଲି ଦର୍ଶାଯାଇଥିଲା। ବ୍ୟାସନଗର ତହସିଲଦାରଙ୍କ ଉକ୍ତ ତଦନ୍ତ ରିପୋର୍ଟକୁ କୋରେଇ ବିଇଓ ସୁଦର୍ଶନ ମଲ୍ଲିକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦେଇଥିଲେ। ଏହିକ୍ରମରେ ଆର୍‌ଡିସିଙ୍କ ପକ୍ଷରୁ ହୋଇଥିବା ତଦନ୍ତ ନିର୍ଦ୍ଦେଶକୁ ବିଇଓ ଏବଂ ତହସିଲଦାର ମିଳିମିଶି ଚାପିଦେଲେ ବୋଲି ସାଧାରଣରେ ଏବେ ବି ଆଲୋଚନା ହେଉଛି। ବାସ୍ତବରେ ଅଭିଯୁକ୍ତ ଶିକ୍ଷକମାନଙ୍କ ପୂର୍ବପୁରୁଷ ଜମି ପଟ୍ଟାଗୁଡ଼ିକର ତନଖି ନ କରି ପଡୋଶୀ ଜିଲାରୁ କିଛି ଜମି କିଣି ସେଥିରେ ଆଦିବାସୀ ଦର୍ଶାଇ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହଯୋଗରେ ଆଦିବାସୀ ପ୍ରମାଣପତ୍ର ହାସଲ କରିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଯେଉଁ ୪ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ବ୍ୟାସନଗର ତହସିଲରୁ ଜାରି ହୋଇନାହିଁ ସେମାନଙ୍କୁ କୋରେଇ ବିଇଓ କାରଣ ଦର୍ଶାଅ ଚିଠି କରିଥିଲେ। ହେଲେ ସମ୍ପୃକ୍ତ ଶିକ୍ଷକମାନେ ଏହାକୁ କର୍ଣ୍ଣପାତ କରିନାହାନ୍ତି କିମ୍ବା ବିଇଓ ପରବର୍ତ୍ତୀ ପଦକ୍ଷେପ ନ ନେଇ ନୀରବ ରହିଛନ୍ତି। ଏହିକ୍ରମରେ ଜଣେ ବ୍ୟକ୍ତି ନକଲି ଆଦିବାସୀ ପ୍ରମାଣପତ୍ର ବଳରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ବଦଳି କରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଡିଇଓ ନିବେଦିତା ପାଣିଙ୍କୁ ପଚାରିବାରୁ ସେ କହିଛନ୍ତି ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ସମୟରେ ସେ ଏଠାରେ ନ ଥିଲେ। ତେଣୁ ଆବଶ୍ୟକ କାଗଜପତ୍ର ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri