ଅସଲି ନାଁରେ ନକଲି କାରବାର

ବରଗଡ଼ ଅଫିସ୍‌,୫।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି କାରବାର କରୁଛନ୍ତି। ପୂର୍ବରୁ ନିମ୍ନମାନର ବିହନ, କୀଟନାଶକ, ସାର ପ୍ରୟୋଗ କରି ଜିଲାର ଚାଷୀମାନେ କ୍ଷତି ସହିଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ନକଲି କମ୍ପାନୀ ଜିଲାରେ କାୟା ବିସ୍ତାର କରିଥିବାରୁ ତାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଜିଲାରେ ରବିଋତୁରେ ୭୯ହଜାର ୬୦ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ଏଥିପାଇଁ ୮ହଜାର ଲିଟର କୀଟନାଶକ ଏବଂ ୧ହଜାର କୁଇଣ୍ଟାଲ ବିହନ ଦରକାର। ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଉତ୍ତମ ଗୁଣମାନର ସାର, ବିହନ, କୀଟନାଶକ ଯୋଗାଇବା ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ୪୭୧ଜଣ ସାର ବିକ୍ରେତା, ୫୨୬ଜଣ କୀଟନାଶକ ବିକ୍ରେତା ଏବଂ ୩୬୩ଜଣ ବିହନ ବିକ୍ରେତା ରହିଛନ୍ତି। କିନ୍ତୁ ବିଭିନ୍ନ କମ୍ପାନୀର କର୍ମଚାରୀ ରବିଚାଷ ଆରମ୍ଭରୁ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ନକଲି ସାର, କୀଟନାଶକ, ବିହନ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଗତ ୩୧ତାରିଖରେ ବରଗଡ଼ରେ ଜିଲାରେ ଏକ ନାମୀଦାମୀ କମ୍ପାନୀର ବ୍ରାଣ୍ଡ୍‌ ବ୍ୟବହାର କରି କିଛି ଅସାଧୁ ବ୍ୟବସାୟୀ ନକଲି କୀଟନାଶକ ବିକ୍ରି କରୁଥିବା ବେଳେ ଧରାପଡ଼ିଛନ୍ତି। ମାତ୍ର ଏହା ସମ୍ପୃକ୍ତ ଅସଲି କମ୍ପାନୀ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେ ନେଇ ପୋଲିସରେ କୌଣସି ଏତଲା ଦିଆଯାଇନାହିଁ। ଏଥିରୁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭୂମିକା ଆହୁରି ସନ୍ଦେହଜନକ ହୋଇ ପଡ଼ିଛି।
ସମ୍ପୃକ୍ତ କମ୍ପାନୀର କର୍ମଚାରୀ ବି.ବି ରେଡ୍ଡୀ କହିଛନ୍ତି, ସେ ବରଗଡ଼ ଏବଂ ସମ୍ବଲପୁର ଜିଲା ଦାୟିତ୍ୱରେ ରହିଛନ୍ତି। ଗତ ଦୁଇଦିନ ତଳେ ସେ ପରିଦର୍ଶନରେ ଆସିଥିବାବେଳେ ସେଭଳି ନକଲି କାରବାର ତାଙ୍କ ଦୃଷ୍ଟିକୁ ଆସିଥିଲା ଏବଂ ଗତବର୍ଷ ମଧ୍ୟ ଏଭଳି ନକଲି କାରବାର ହୋଇଥିଲା ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟପଟେ ସୋମବାର ସମ୍ପୃକ୍ତ କମ୍ପାନୀର କର୍ମଚାରୀ ଅତାବିରା ଅଞ୍ଚଳର କୀଟନାଶକ ବିକ୍ରେତା ଏବଂ କିଛି ଚାଷୀଙ୍କୁ ନେଇ ବରଗଡ଼ ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଏ ନେଇ ପୋଲିସରେ ଏତଲା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଖବର ଲେଖାହେବା ସୁଦ୍ଧା ସମ୍ପୃକ୍ତ କମ୍ପାନୀ କର୍ମଚାରୀ ବରଗଡ଼ ଟାଉନ ଥାନାରେ ଏତଲା ଦେଇ ନ ଥିବା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି। ଏ ସମ୍ପର୍କରେ ବରଗଡ଼ ମୁଖ୍ୟ ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ମିଳିନାହିଁ। ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା, ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ସାର, ବିହନ, କୀଟନାଶକ କିଣିବା ପରେ ବିଲ୍‌, ରସିଦ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଗାନ୍ଧୀ କହିଥିଲେ।

 

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri