ଅସଲି ବ୍ରାଣ୍ଡ୍‌ରେ ନକଲି ସର୍ଫ

ସମ୍ବଲପୁର, ୧୬ା୧ (ବ୍ୟୁରୋ): କଟକ, ସୋନପୁର, ବରଗଡ ପରେ ସମ୍ବଲପୁର ଜିଲାରେ ନକଲି ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ସନ୍ଧ୍ୟାରେ ଜିଲା ପୋଲିସ ପକ୍ଷରୁ ଅଇଁଠାପାଲି ଥାନା ନୂଆଁପଡା ନିକଟ ଏକ ଗୋଦାମରେ ଚଢ଼ାଉ କରାଯାଇ ୨୪୪ ବସ୍ତା ନକଲି ସର୍ଫ ଜବତ କରାଯାଇଛି। ସର୍ଫ ଏକ୍ସେଲ୍‌ ପ୍ୟାକେଟରେ ନକଲି ସର୍ଫ ପ୍ୟାକିଂ କରି ବିକ୍ରି କରାଯାଉଥିଲା। ଏହି ଘଟଣାରେ ପୋଲିସ ଗୋଦାମ ମାଲିକ ଆକାଶ ଅଗ୍ରୱାଲଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଅଟକ ରଖିଛି। ଏ ନେଇ ପୋଲିସ ଏକ ମାମଲା(ନଂ.୩୧/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ହିନ୍ଦୁସ୍ଥାନ ଲିଭର୍‌ କମ୍ପାନୀ ପକ୍ଷରୁ ଅଇଁଠାପାଲି ଥାନାରେ ନକଲି ସର୍ଫ ତିଆରି କରାଯାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା, ଅଇଁଠାପାଲି ଥାନା ଅଧିକାରୀ ଯୋଗେଶ ପଣ୍ଡାଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଅତର୍କିତ ଚଢ଼ାଉ ସମୟରେ ନକଲି ସର୍ଫ ତିଆରି କରି ପ୍ୟାକିଂ କରାଯାଉଥିବା ଦେଖିବାକୁ ପାଇଥିଲା। ଘଟଣାସ୍ଥଳରୁ ୨୪୪ ବସ୍ତା ନକଲି ସର୍ଫ (ସର୍ଫ ଏକ୍ସେଲ୍‌) ପ୍ୟାକେଟ ଜବତ ହୋଇଥିଲା। ପ୍ରତ୍ୟେକ ବସ୍ତାରେ ୯୦ ଗ୍ରାମ ଓଜନର ୧୨୦ ପ୍ୟାକେଟ ରହିଛି। ପ୍ରତି ପ୍ୟାକେଟକୁ ବଜାରରେ ୧୦ ଟଙ୍କାରେ ବିକ୍ରି କରାଯାଉଥିଲା। ଘଟଣାରେ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା ନେଇ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri