ବିଷ ପିଇଲେ ପ୍ରେମୀଯୁଗଳ

ଲଖନପୁର,୧୬ା୧(ଡି.ଏନ୍‌.ଏ.): ପାରିବାରିକ ସ୍ବୀକୃତି ନ ମିଳିବାରୁ ଶେଷରେ ଆମତ୍ହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ବିଷପାନ କରିଥିଲେ ପ୍ରେମୀଯୁଗଳ। ହେଲେ ଏଥିରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲା ସଦର ଥାନା ଅଧୀନ ମରାକୁଟା ଅଞ୍ଚଳରେ। ପୋଲିସ ପ୍ରେମିକଙ୍କ ମୃତଦେହ ଜବତ କରିଛି। ସେ ହେଲେ ଲଖନପୁର ଥାନା ଉବୁଡା ଗ୍ରାମର ଗୋବର୍ଦ୍ଧନ ଓରାମ(୩୦)। ପ୍ରେମୀଯୁଗଳ ପରସ୍ପରକୁ ଭଲପାଇ ଆସୁଥିଲେ। ଏପରିସ୍ଥଳେ ଗତ ମଙ୍ଗଳବାର ରାତିରେ ସେମାନେ ଘରୁ ବାହାରି ଗ୍ରାମର ଅନତି ଦୂରରେ ବିଷପାନ କରିଥିଲେ। ଏଥିରେ ଉଭୟ ଗୁରୁତର ହୋଇ ପଡିଥିଲେ। ଏଭଳି ଅବସ୍ଥାରେ ପ୍ରେମିକା ଘରକୁ ଫୋନ କରି ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ଖବରପାଇ ପରିବାର ଲୋକେ ପହଞ୍ଚତ୍ ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ବୁର୍ଲା ଭିଏସ୍‌ଏସ୍‌କୁ ସ୍ଥାନ୍ତାନ୍ତର କରାଯାଇଛି। ମୃତ ଗୋବର୍ଦ୍ଧନଙ୍କ ବଡ଼ଭାଇ ସନ୍ତୋଷଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଝାରସୁଗୁଡା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨/୨୧) ରୁଜୁକରି ତଦନ୍ତ ଚଳାଇଛି। ପ୍ରେମୀଯୁଗଳ ଭିନ୍ନ ଜାତିର ହୋଇଥିବା ବେଳେ ଉଭୟ ପରିବାର ଏହାକୁ ସ୍ବୀକୃତି ଦେଇ ନ ଥିଲେ। ଫଳରେ ଉଭୟ ଆମତ୍ହତ୍ୟା ନିଷ୍ପତ୍ତି ନେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶତାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି

ଭୁବନେଶ୍ବର,୨୭ା୩(ବ୍ୟୁରୋ): ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ମୋଟ୍‌ ୨୬୭ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୫୩ଟି ପଦବୀ ଖାଲିପଡ଼ିଛି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ...

ପୋଲିସ-ମାଓବାଦୀ ଗୁଳି ବିନିମୟ: କ୍ୟାମ୍ପ ଠାବ, ଖବରଦାତା ସମ୍ମିଳନୀରେ ଏସ୍‌ପିଙ୍କ ସୂଚନା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ମାଓବାଦୀ ଗତିବିଧି ପୁଣି ପରିଲକ୍ଷିତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜିଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତେର୍ମା ନିକଟରେ ପୋଲିସ...

ଠିକାଦାର ସଂଘ ପ୍ରଦାନ କଲା ୨ ଲକ୍ଷ

ବାରିପଦା ଅଫିସ, ୧୫ା୪- କରୋନା ମହାମାରୀର ମୁକାବିଲା କରିବା ପାଇଁ ମୟୂରଭଞ୍ଜ ଜିଲା ଠିକାଦାର ସଂଘ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।...

ଆଜି ରାଜ୍ୟରେ ଟିକା ନେଲେ ୮୪,୦୯୯ ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଗୁରୁବାର ରାଜ୍ୟରେ କୋଭିଡ ଯୋଦ୍ଧା, ସ୍ବାସ୍ଥ୍ୟସେବା ହିତାଧିକାରୀ ଏବଂ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୮୪୦୯୯ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି। ଏନେଇ...

ବହୁ ବ୍ୟକ୍ତିଙ୍କୁ ବିଶିଷ୍ଟ କରାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ବହୁ ବ୍ୟକ୍ତିଙ୍କୁ ବିଶିଷ୍ଟ କରାଇବାରେ ଉକତ୍ଳ ବିଶ୍ୱବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରୁ ଭିଡ଼ିଓ...

ମାଟ୍ରିକ ଖାତାଦେଖା ଦିନେ ଘୁଞ୍ଚିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସମ୍ଭାବ୍ୟା ବାତ୍ୟା ‘ଅମ୍ଫନ’ ପାଇଁ ମାଟ୍ରିକ ଖାତାଦେଖା ଘୁଞ୍ଚାଇ ଦିଆଯାଇଛି। ମେ’ ମାସ ୨୦ ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିକ ଖାତାଦେଖା ହେବ।...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର...

ତୀର୍ଥଯାତ୍ରାରେ ଗଲେ ୯୭୬ ବରିଷ୍ଠ ନାଗରିକ

ବ୍ରହ୍ମପୁର ଅଫିସ,୨୯।୨: ଗରିବ ଲୋକମାନଙ୍କ ପାଇଁ ତୀର୍ଥଯାତ୍ରା ସ୍ବପ୍ନ ଥିଲା। ଅର୍ଥାଭାବରୁ ତୀର୍ଥସ୍ଥାନକୁ ଯାଇ ପୂଣ୍ୟ ଅର୍ଜନ କରିବା ଆଶା ମଉଳି ଯାଉଥିଲା। ରାଜ୍ୟରେ ଗରିବ...

Advertisement
Archives

Model This Week