Categories: ଜାତୀୟ

ନିରପେକ୍ଷ ନିର୍ବାଚନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ମିଥ୍ୟା ସୋସିଆଲ ମିଡ଼ିଆ ପୋଷ୍ଟ : ସିଇସି ରାଜୀବ କୁମାର …

ନୂଆଦିଲ୍ଲୀ,୬।୧୨ : ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ମିଥ୍ୟା ସୋସିଆଲ ମିଡ଼ିଆ ପୋଷ୍ଟ ଏକ ଚ୍ୟାଲେଞ୍ଜ ପାଲଟିଛି। ଜର୍ମାନୀ ପ୍ରତିନିଧି ଦଳଙ୍କ ସହିତ ମଙ୍ଗଳବାର ଆଲୋଚନା ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର କହିଛନ୍ତି। ଲୋକତନ୍ତ୍ର ଭାରତୀୟ ପରମ୍ପରା ପାଲଟିଛି। ଦେଶରେ ନିରପେକ୍ଷ ନିର୍ବାଚନ କରାଯିବା ପାଇଁ ଏକ ସୁଦୃଢ଼ ପ୍ରକ୍ରିୟା ସୁନିଶ୍ଚିତ କରାଯାଇଛି। ସେଥିପାଇଁ ଏକ କୋଟିରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

କିନ୍ତୁ ସମ୍ପ୍ରତି ସୋସିଆଲ ମିଡ଼ିଆରେ କରାଯାଉଥିବା ମିଥ୍ୟା ପୋଷ୍ଟଗୁଡ଼ିକ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି।

ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ଭାରତୀୟ ଗଣତନ୍ତ୍ରରେ ହେଉଥିବା ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି।

Share