ଫେକ୍‌ ସିମ୍‌କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମ୍‌କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଯିବା ନେଇ ଜଣାପଡ଼ିଛି ।

ସୂଚନାନୁସାରେ, ଫେକ୍‌ ସିମ୍‌କାର୍ଡ ବ୍ୟବହାର କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ଟଙ୍କା ମାଗୁଥିଲେ ଅଭିଯୁକ୍ତ। ବାଚସ୍ପତିଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରି ହ୍ବାଟସଆପ୍‌
ମାଧ୍ୟମରେ ଟଙ୍କା ମାଗୁଥିଲେ। ଓଡ଼ିଶା ସର୍କଲର ଏକ ବିଏସ୍‌ଏନ୍‌ଏଲ ସିମରୁ ଲୋକଙ୍କୁ ହ୍ବାଟସଆପ୍‌ ଏବଂ ଫୋନ କଲ୍‌ ଜରିଆରେ ଠକେଇ କରାଯାଉଥିଲା। ଯାହାକୁ ନେଇ ଅଭିଯୋଗ ହୋଇଥିଲା। ତେବେ କ୍ରାଇମବ୍ରାଞ୍ଚ ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ।