ଭୋଟ ପାଇଁ ନକଲି ରାଶନକାର୍ଡ

ଖୋର୍ଦ୍ଧା ଅଫିସ,୮ା୪: ନକଲି ରାଶନକାର୍ଡ ଦେଇ ଭୋଟ ହାତେଇଥିବା ବେଳେ ନିର୍ବାଚନ ଫଳାଫଳ ଘୋଷଣା ପରେ ଏହି କାର୍ଡ କାର୍ଯ୍ୟକ୍ଷମ ହେଉନାହିଁ। ଏପରି କି ପ୍ରାର୍ଥୀ ବିଜୟ ହାସଲ କରିବା ପରେ ଭୋଟରଙ୍କୁ ଦେଇଥିବା କାର୍ଡକୁ ଜବରଦସ୍ତ ଛଡ଼ାଇ ନିଆଯାଇଛି। ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ନକଲି ରାଶନ କାର୍ଡର ଶିକାର ହୋଇଥିବା ଦୁଇଜଣ ମହିଳା ଏ ନେଇ ଗୁରୁବାର ଚିଲିକା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଚଣ୍ଡେଶ୍ୱର ପଞ୍ଚାୟତ ଅଧୀନ ବଡ଼ପୋଖରୀଆପାଟଣା ଗ୍ରାମର ସାଧନା ପ୍ରଧାନ ଏବଂ ଅହଲ୍ୟା ଦେଈଙ୍କୁ ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ର ପୃଥକ ଭାବେ ଦୁଇଟି ରାଶନ କାର୍ଡ (ଯଥାକ୍ରମେ ନଂ. ୧୯୦୭୦୫୧୨୨୭୮ ଏବଂ ୧୯୦୭୦୫୧୨୨୭୧) ୩ମାସ ପୂର୍ବରୁ ଦେଇଥିଲେ। ତଦନୁସାରେ ଉଭୟେ ଡିସେମ୍ବର ଏବଂ ଜାନୁୟାରୀ ମାସରେ ଉପରୋକ୍ତ କାର୍ଡ ଦେଖାଇ ବିନା ଫିଙ୍ଗର ପ୍ରିଣ୍ଟରେ ଚାଉଳ ଆଣିଥିଲେ। ମାତ୍ର ଏବେ ଚାଉଳ ଆଣିବା ପାଇଁ ଦୁହେଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଯୋଗାଣ ସହାୟକ ସେମାନଙ୍କୁ ଚାଉଳ ଦେବାକୁ ମନା କରିଦେବା ସହ ସମ୍ପୃକ୍ତ କାର୍ଡ ଦୁଇଟିକୁ ରଖିଦେଇଥିଲେ। ଏଥିସହ ଏହି କାର୍ଡରେ ଆଉ ଚାଉଳ ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ପରେ ଏହା ନକଲିି କାର୍ଡ ବୋଲି ସମ୍ପୃକ୍ତ ହିତାଧିକାରୀ ଦ୍ୱୟ ଜାଣିବାକୁ ପାଇଥିଲେ। ଏନେଇ ସେମାନେ ସୁଧାକରଙ୍କୁ ପଚାରିବାରୁ ସେ ନିଜ ହାତରୁ ସାମଗ୍ରୀ ଦେଉଥିଲେ, ଏଣିକି ଆଉ ଦିଆଯାଇପାରିବ ନାହିଁ ବୋଲି କହିଥିବା ସାଧନା ଏବଂ ଅହଲ୍ୟା ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ରାଶନକାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ହିତାଧିକାରୀଙ୍କୁ ସୁଧାକର ପୂର୍ବରୁ ଦେଇଥିଲେ। ତେବେ କେଉଁ ଉଦ୍ଦେଶ୍ୟ ରଖି ସେ ଏହି ରାଶନକାର୍ଡ ଦେଇଥିଲେ ଏବଂ ଯଦି ତାହା ନକଲି ଥିଲା, ତେବେ ସେମାନଙ୍କୁ ଚାଉଳ କିପରି ମିଳୁଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ଏହି ଘଟଣାରୁ ପଞ୍ଚାୟତରେ ରାଶନ ସାମଗ୍ରୀ ବଣ୍ଟନରେ ହେରଫେର ହେଉଥିବା ସ୍ପଷ୍ଟ ହେଉଛି। ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏକାଧିକ ଗ୍ରାମର ଲୋକଙ୍କୁ ଏଭଳି ନକଲି ରାଶନ କାର୍ଡ ଦିଆଯାଇଥିବା କେତେଜଣ ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ, ବହୁ ଗୁମର ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଚଣ୍ଡେଶ୍ୱର ପଞ୍ଚାୟତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସୁଧାକର ସରପଞ୍ଚ ପଦରେ ନିଜ ସ୍ତ୍ରୀ ଲିପାଲୀନାଙ୍କୁ ଠିଆ କରାଇବା ଉଦ୍ଦେଶ୍ୟ ନେଇ ଏଭଳି ନକଲି ରାଶନକାର୍ଡ ବାଣ୍ଟିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସୁଧାକର ମହାପାତ୍ରଙ୍କ ପ୍ରତିକ୍ରିୟା ମିଳି ନାହଁି। ଅନ୍ୟପକ୍ଷେ ଏହାର ଠିକ୍‌ ତଦନ୍ତ କରିବା ସହ ସପ୍ତାହ ମଧ୍ୟରେ ପଦକ୍ଷେପ ନିଆ ନ ଗଲେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା କହିଛନ୍ତି, ପ୍ରାଥମିକ ଅନୁସନ୍ଧାନରୁ ସମ୍ପୃକ୍ତ ରାଶନ କାର୍ଡ ନମ୍ବର ନକଲି ବୋଲି ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri