କରୁଥିଲେ ଗାଡ଼ି ଯାଞ୍ଚ: ଧରାପଡ଼ିଲେ ନକଲି ପୋଲିସ କନ୍‌ଷ୍ଟେବଲ

ବ୍ରହ୍ମପୁର,୨୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ପୋଲିସ ପଦରବାଲି ଛକରୁ ଜଣେ ନକଲି ପୋଲିସ କନ୍‌ଷ୍ଟେବଲଙ୍କୁ ରବିବାର ଗିରଫ କରିଛି। ସେ ହେଲେ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ କୁମାର ସ୍ବାଇଁ (୩୭)। ତାଙ୍କଠାରୁ ପୋଲିସ ପୋଷାକ, ଖେଳନା ବନ୍ଧୁକ, ଜୋତା, ବେଲ୍ଟ, ପୋଲିସ ଲାଠି, ମନୋଜ କୁମାର ସ୍ବାଇଁ ଲେଖାଥିବା ପୋଲିସ ନେମ୍‌ ପ୍ଲେଟ, ପୋଲିସ ପୋଷାକରେ ଥିବା ବେଳେ ଉଠାଯାଇଥିବା ୨ଟି ଫଟୋ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏନେଇ ପୋଲିସ ଏକ ମାମଲା(ନଂ.୫୧୮/୨୫) ରୁଜୁ କରି ଅଭିଯୁକ୍ତ ମନୋଜଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଖବରରୁ ଜଣାପଡିଛି, ରବିବାର ସକାଳ ୯ଟାରେ ପଦରବାଲି ଛକ ୧୭ ନଂ. ରାଜ୍ୟ ରାଜପଥ ଉପରେ ଜଣେ ପୋଲିସ କନ୍‌ଷ୍ଟେବଲ ଗାଡିମୋଟର ଯାଞ୍ଚ କରି ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଥିବା ସଦର ଥାନାକୁ ଖବର ମିଳିଥିଲା । ସଦର ଥାନା ଏଏସ୍‌ଆଇ ଡିପି ପଟ୍ଟନାୟକ ଓ ତାଙ୍କ ଟିମ୍‌ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତୁରନ୍ତ ପଦରବାଲି ଛକରେ ପହଞ୍ଚି ଥିଲେ। ପୋଲିସ ଗାଡ଼ି ଆସିବା ଦେଖି ସେଠାରେ ପୋଲିସ ପୋଷାକ ପିନ୍ଧି ଛିଡା ହୋଇଥିବା ମନୋଜ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ।

ହେଲେ ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ପଚରାଉଚରା ପରେ ଅଭିଯୁକ୍ତ ମନୋଜଙ୍କ ଘର ନାରାୟଣପୁରରେ ହୋଇଥିବା ବେଳେ ସେ ଲାଠିରେ ଏକ ଭଡାଘର ନେଇ ପରିବାରସହ ରହୁଥିବା ଜଣାପଡିଛି। ପରେ ପୋଲିସ ଲାଠିସ୍ଥିତ ମନୋଜଙ୍କ ଭଡାଘରେ ଚଢାଉ କରିଥିଲା। ଚଢାଉ ବେଳେ ଘରୁ ଉପରୋକ୍ତ ସାମଗ୍ରୀ ଜବତ ହୋଇଥିଲା। ମନୋଜ ଘର ମାଲିକଙ୍କୁ ପୋଲିସ କନ୍‌ଷ୍ଟେବଲ ବୋଲି କହି ଘରଭଡା ନେଇଥିଲେ। ହେଲେ ୧୦ ମାସ ହେଲା ଭଡା ଟଙ୍କା ଦେଇନାହାନ୍ତି। ସେ ପୋଲିସ ପୋଷାକ ପିନ୍ଧି କନ୍‌ଷ୍ଟେବଲ ବୋଲି କହି ବିଭିନ୍ନ ଜିଲାକୁ ମାଗଣାରେ ବସ୍‌ ଓ ଟ୍ରେନ ଯୋଗେ ଯିବାଆସିବା କରୁଥିବା ପଚରାଉଚରା ବେଳେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ…

ବଜେଟ ଘୋଷଣା ପରେ ଶସ୍ତା ହେବ କି ମୋବାଇଲ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୨: ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ବଜେଟ 2026 ଉପସ୍ଥାପନ କରୁଥିଲେ, ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା: କ’ଣ…

ଲୋକସଭାରେ ଏମିତି କ’ଣ କହିଦେଲେ ରାହୁଲ, ଯାହାକୁ ଶୁଣି ସିଟ୍‌ରୁ ଉଠିପଡିଲେ ଅମିତ ଶାହା, ରାଜନାଥ ସିଂ

ନୂଆଦିଲ୍ଲୀ,୨।୨: ଆଜି ସଂସଦର ବଜେଟ ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଆଲୋଚନା ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri