ପାର୍ବଣ ପୂର୍ବରୁ ନକଲି ବିଦେଶୀ ମଦ ପ୍ରସ୍ତୁତି: ଠାବ ହେଲା କାରଖାନା

ବ୍ରହ୍ମପୁର ଅଫିସ,୯ା୯: ବଡବଜାର ଥାନା ଅଧୀନ ଓମ୍‌ ନଗରରେ ଚାଲିଥିବା ଏକ ନକଲି ମଦ କାରଖାନାରେ ଶୁକ୍ରବାର ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୧୭ପେଟି ନକଲି ବିଦେଶୀ ମଦ ସହ ବିପୁଳ ପରିମାଣରେ କଞ୍ଚାମାଲ ଜବତ କରିଛନ୍ତି।

ପାର୍ବଣ ପୂର୍ବରୁ ବ୍ରହ୍ମପୁର ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ ହେଉଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା। ଅବକାରୀ ଗୋଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ୧୬ ନଂ. ଜତୀୟ ରାଜପଥର ପୁକୁଡିବନ୍ଧ ଛକରୁ ନକଲି ମଦ ଭର୍ତ୍ତି ଏକ ଅଟୋ ଜବତ କରିଥିଲା। ସେଥିରୁ ୮ପେଟି ନକଲି ବିଦେଶୀ ମଦ ଜବତ ହୋଇଥିଲା। ଅଟୋରେ ଥିବା ବଡବଜାର ଥାନା ଅନ୍ତର୍ଗତ ଶାର୍ଗୁଣାସାହିର ଆକାଶ ବେହେରା ଓ ପାଣିଗ୍ରାହୀପେଣ୍ଠର ମୁନା ସାବତଙ୍କୁ ଜେରା ବେଳେ ସେମାନେ ଓମ୍‌ ନଗରରୁ ମଦ ଆଣିଥିବା କହିଥିଲେ। ଏହି ମଦକୁ ସେମାନେ ଛତ୍ରପୁର ଚାଲାଣ କରୁଥିଲେ ବୋଲି ଟିମକୁ କହିଛନ୍ତି। ପରେ ଟିମ ଓମ୍‌ନଗରରେ ଚଢ଼ାଉ କରିଥିଲା। ଚଢାଉ ବେଳେ କାରଖାନାରୁ ବିଭିନ୍ନ ବ୍ରାଣ୍ଡର ୧୭ ପେଟି ନକଲି ବିଦେଶୀ ମଦ, ୧୦୦୦ ଖାଲି ବୋତଲ, ୫୦୦୦ ଠିପି, ୫୦୦ ସିଟ ବିଭିନ୍ନ ବ୍ରାଣ୍ଡ କମ୍ପାନୀର ଲେବେଲେ, ୪୦ ଲିଟର (ଅର୍ଗାନିକ ଆଲବମ) ସ୍ପିରିଟ, ଅଧା କେଜି କଲର (ରଙ୍ଗ) ଜବତ କରାଯାଇଥିଲା। ବାହାର ରାଜ୍ୟରୁ ବୋତଲ, ଠିପି, ରଙ୍ଗ ଓ ସ୍ପିରିଟ ଆଣି ଏଠାରେ ନକଲି ମଦ ପ୍ରସ୍ତୁତ କରିବା ପରେ ସେଗୁଡ଼ିକ ଆକାଶ ଓ ମୁନା ସାବତ ଗଞ୍ଜାମ ଜିଲାର ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ ଜାଣିବାକୁ ପାଇଥିଲେ। ଚଢ଼ାଉ ବେଳେ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସଆଇ ସୁଦର୍ଶନ ବିଷୋୟୀ, ଏଏସଆଇ ବ୍ରଜ ବିହାରୀ ନାୟକ, ଅନ୍ତର୍ଯ୍ୟାମୀ ସାହୁ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ସେହିପରି ବଡବଜାର ଥାନା ପୋଲିସ ଓମ୍‌ ନଗର ପ୍ରଥମ ଲାଇନ ଓ ତୃତୀୟ ସାରଣୀରେ ପୃଥକ ଭାବେ ଚଢ଼ାଉ କରି ଏକ ନକଲି ମଦ ପ୍ରସ୍ତୁତ କାରଖାନା ଓ ଗୁଟ୍‌ଖା କାରଖାନା ଠାବ କରିଛି। ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ଗୁଟ୍‌ଖା ଜବତ କରିଛି। ସେଠାରେ କାମ କରୁଥିବା ବିହାର ଓ ଦିଲ୍ଲୀର ୨ ଯୁବକଙ୍କୁ ପୋଲିସ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri