Categories: ଜାତୀୟ

ବିଗ୍‌ ବି, ଟ୍ରମ୍ପ୍‌ଙ୍କ ନାଁରେ ଫେକ୍‌ ଇ-ପାସ୍‌

ହିମାଚଳ ପ୍ରଦେଶରେ କରୋନା କଟକଣା ଜାରି ହୋଇଥିବାବେଳେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇଛି। ସ୍ଥାନୀୟ ପୋଲିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାଁରେ ଫେକ୍‌ ଇ-ପାସ୍‌ ଇସ୍ୟୁ କରାଯାଇଥିବା ଜାଣିବାକୁ ପାଇଥିବାବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ସେହି ଇ-ପାସ୍‌ଗୁଡ଼ିକରେ ସମାନ ଆଧାର କାର୍ଡ ଓ ଫୋନ୍‌ ନମ୍ବର ଥିବା ପୋଲିସ କହିଛି।

Share