ଫିଟୁଛି ନକଲି ଡାକ୍ତରଙ୍କ ଗୁମର : ଦ୍ୱିତୀୟ ଦେଉଥିଲେ ଟଙ୍କା ପ୍ରଥମ ସ୍ତ୍ରୀ ଆଣୁଥିଲେ ଜାମିନ୍‌ରେ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସେ ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଠକେଇ କରି ଆଗରୁ ଗିରଫ ହୋଇଥିଲେ । ଦ୍ୱିତୀୟ ସ୍ତ୍ରୀ କମଳା ସ୍ବାଇଁଙ୍କ ନାମରେ ମଧ୍ୟ ଏହି ଠକେଇ ମାମଲା ରୁଜୁ ହୋଇଥିଲା। ସେ ଆଗୁଆ ଜାମିନ ଆଣିଥିବା ପୋଲିସ ସୂଚନା ପାଇଛି । କମଳାଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ଏହି ତଥ୍ୟ ଜଣାପଡ଼ିଛି ।
ସ୍ବାମୀଙ୍କ ସବୁ କଳା କାରନାମା ଓ ଠକେଇରେ ମଧ୍ୟ କମଳା ସାମିଲ ଥିବା ଜଣାପଡ଼ିଛି । ରମେଶ ଗିରଫ ହେଲେ ତାଙ୍କୁ ମୁକୁଳାଇବାକୁ ପ୍ରଥମ ସ୍ତ୍ରୀ ଶାନ୍ତିଲତାଙ୍କୁ କମଳା ଟଙ୍କା ଦେଉଥିଲେ । ଶାନ୍ତିଲତା ମଧ୍ୟ ରମେଶଙ୍କ ସବୁ ଅପରାଧରେ ସାମିଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।