ଠକେଇ ପାଇଁ ଜାଲ୍‌ କମ୍ପାନୀ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍‌ କମ୍ପାନୀ ଖୋଲିଥିଲେ। ଜାଲ୍‌ କର୍ମଚାରୀଙ୍କ ନାଁରେ ଜାଲ୍‌ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ ନେଇଥିଲେ। ଆଉ ୨୦ ଲକ୍ଷ ଋଣ ନେବା ପୂର୍ବରୁ ଧରାପଡିଯାଇଥିଲେ। ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ୪ଜଣଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ରହୁଥିବା ଗଞ୍ଜାମ ଜିଲା ସଦର ଥାନାଞ୍ଚଳର ମମତା ପାତ୍ର(୪୭), ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ସୁନନ୍ଦ କୁମାର ସାମଲ(୨୯), କଟକ ଆଠଗଡ ଅଞ୍ଚଳର ସନ୍ତୋଷ କୁମାର ସାମଲ(୨୬) ଓ ଚୌଦ୍ୱାର କପିଳେଶ୍ୱର ଗ୍ରାମର ଭରତ କୁମାର ଲେଙ୍କା(୩୭)। ଏମାନଙ୍କଠୁ ପୋଲିସ ୨ ଲକ୍ଷ ୧୭ ହଜାର ଟଙ୍କା ଜବତ କରିଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତଥା ଜାଲ୍‌ କମ୍ପାନୀର ମାଲିକ ସନ୍ତୋଷ କୁମାର ଜେନା ଫେରାର ଥିବାରୁ ତାଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି। ତେବେ ଏମାନେ ଏପରି ଜାଲ୍‌ କାଗଜପତ୍ର ଦେଇ ଏକାଧିକ ଅର୍ଥଲଗାଣକାରୀ ସଂସ୍ଥାକୁ ଠକିଥିବା ପୋଲିସ ସନ୍ଦେହ କରି ଖୋଳତାଡ଼ କରୁଛି।
ଅନୁଯାୟୀ, ଅଭିଯୁକ୍ତ ସନ୍ତୋଷ କୁମାର ଜେନା ୨୦୧୭ରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ଏକ ଘର ଭଡା ନେଇ ଉକ୍ତ ଠିକଣାରେ ନ୍ୟାଶନାଲ ସେଣ୍ଟର ଫର୍‌ ଏର୍ନ୍‌ଜି ମାନେଜମେଣ୍ଟ (ଏନ୍‌ସିଇମ୍‌) ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ଏକ ଜାଲ୍‌ କମ୍ପାନୀ ଖୋଲିଥିଲେ। ଉକ୍ତ କମ୍ପାନୀରେ ସେ ୯ରୁ ୧୦ଜଣ କର୍ମଚାରୀ ରଖି ସୋଲାର୍‌ ଉପକରଣ ବିକ୍ରି କରୁଥିବାର କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏପରିକି ସୁନନ୍ଦ ଓ ସନ୍ତୋଷ ସହସହନିର୍ଦ୍ଦେଶକ ଥିବା କାଗଜପତ୍ରରେ ଉଲ୍ଲେଖ କରୁଥିଲେ। ଅକ୍ଟୋବର ୧୦ରେ ସେ ଭରତ କୁମାର ଲେଙ୍କାଙ୍କୁ ନିଜ କମ୍ପାନୀର କର୍ମଚାରୀ ଦର୍ଶାଇ ତାଙ୍କ ନାମରେ ଅର୍ଥ ଲଗାଣକାରୀ ସଂସ୍ଥା ବଜାଜ୍‌ ଫାଇନାନ୍ସ ସର୍ଭିସେସ୍‌ରୁ ୧୦ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ଭରତଙ୍କ ନାମରେ ୧ ଲକ୍ଷ ୩୨ ହଜାର ଟଙ୍କାର ଏକ ଜାଲ୍‌ ସାଲାରି ସ୍ଲିପ୍‌ ତିଆରି କରି ଉକ୍ତ ସଂସ୍ଥାରେ ଦାଖଲ କରିଥିଲେ। ତେବେ ଋଣ ମିଳିସାରିବା ପରେ ସେ ସନ୍ତୋଷ ତାଙ୍କ ସ୍ତ୍ରୀ ମମତା ଓ ପ୍ରକାଶ ପ୍ରଧାନଙ୍କ ନାମରେ ୨୦ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିିଥିଲେ। ମମତାଙ୍କୁ ତାଙ୍କ କମ୍ପାନୀର ଏଜିଏମ୍‌ ଦର୍ଶାଇ ଦରମା ୨ ଲକ୍ଷ ୨୫ ହଜାର ଟଙ୍କା ବୋଲି ଦାଖଲ କରିଥିବା ନକଲି ସାଲାରି ସ୍ଲିପ୍‌ରେ ଦର୍ଶାଇଥିଲେ। ତେବେ ବଜାଜ ଫାଇନାନ୍ସର ମ୍ୟାନେଜର ବିଭୁକଲ୍ୟାଣ ଶତପଥୀଙ୍କ ସନ୍ଦେହ ହେବାରୁ ସେ ସବୁକିଛି ଯାଞ୍ଚ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ମାମଲା (ନଂ.୫୦୪/୨୧) ରୁଜୁ କରିବା ସହ ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri