ବ୍ରହ୍ମପୁରରେ ନକଲି ସାର୍ଟିଫିକେଟ କାରବାର

ବ୍ରହ୍ମପୁର ଅଫିସ,୨୩।୪: ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡଙ୍କୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଶନିବାର ଧରିଛି। ସେ ଜଣେ ଶିକ୍ଷକ ବୋଲି ଜଣାପଡିଛି। ତାଙ୍କ ବିରୋଧରେ ମାମଲା ନମ୍ବର ୧୧୩/୨୩ ରୁଜୁ କରି ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନିକଟରୁ ଅନେକ ଜାଲ ସାର୍ଟିଫିକେଟ ଜବତ କରାଯାଇଛି। ସେ ବିଭିନ୍ନ ରାଜ୍ୟର କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ ତିଆରି କରି ଆଶାୟୀ ଯୁବତୀ ଓ ଯୁବକଙ୍କୁ ବିକ୍ରିକରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଏନେଇ ଗୋଷାଣୀନୂଆଗଁା ଅଞ୍ଚଳର ଜଣେ ଯୁବକ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଠକ ଶିକ୍ଷକଙ୍କୁ ଧରିଛି। ତଦନ୍ତରେ ବାଧା ଦୃଷ୍ଟିରୁ ତାଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଛି। ତାଙ୍କଠାରୁ ଜବତ ସାର୍ଟିଫିକେଟଗୁଡିକ ସେ କେଉଁଠି ପ୍ରସ୍ତୁତ କରୁଥିଲେ ସେ ନେଇ ପୋଲିସ ତଦନ୍ତ କରିବା ସହ ଏଥିରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ଅଛି ସେ ନେଇ ଖୋଳତାଡ କରୁଥିବା କହିଛି।