ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି ଜାଲ ସାର୍ଟିଫିକେଟ୍‌ ମାମଲାକୁ ନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ଆନୁସଙ୍ଗିକ ଅନୁସନ୍ଧାନ କରିଥିବା ଜଣାପଡିଛି। ତେବେ ତଦନ୍ତକାରୀ ସିବିଆଇ ଟିମ୍‌ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ଟିମ୍‌ରେ ୯ ଜଣ ସଦସ୍ୟ ରହିଥିବା ଜଣାପଡିଛି।

୨୦୨୩ ମାର୍ଚ୍ଚ ୨୩ରେ ବଲାଙ୍ଗୀର ଡାକମଣ୍ଡଳ ଗ୍ରାମୀଣ ଡାକସେବକ (ଜିଡିଏସ୍‌) ପଦ ପାଇଁ ସାର୍ଟିଫିକେଟ ଭେରିଫିକେଶନ ଚାଲିଥିବା ବେଳେ ତତ୍କାଳୀନ ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କେତେକ ସାର୍ଟିଫିକେଟ ଜାଲ ସନ୍ଦେହ କରି ଟାଉନ ଥାନାରେ ରିପୋର୍ଟ କରିଥିଲେ। ଏହାପରେ ବଲାଙ୍ଗୀରର ତତ୍କାଳୀନ ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

ଜାଲ ସାର୍ଟିଫିକେଟର ଚେର ଦେଶର ବିଭିନ୍ନ ପ୍ରାନ୍ତକୁ ଲମ୍ବିଥିବା ଜଣାପଡିବା ପରେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଏହାପରେ ଭୁବନେଶ୍ୱରର ଓଡ଼ିଶା ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ ସୁପାରିଶ ପରେ ସିବିଆଇ ଗତ ୯ ମେ ୨୦୨୩ରେ ଏହି ମାମଲା ପଞ୍ଜୀକୃତ କରିଥିଲା। ମାମଲାର ତଦନ୍ତ ପରେ ଓଡ଼ିଶାର ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲାରେ ସିବିଆଇ ସର୍ଚ୍ଚ ଅପରେଶନ କରିଥିଲା। ଏହି ମାମଲାରେ ସିବିଆଇ ପୂର୍ବରୁ ୫୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡିଛି। ଏହି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍‌ ପୁଣିଥରେ ବଲାଙ୍ଗୀର ଆସିଥିବାରୁ ଏହି ମାମଲା ଚର୍ଚ୍ଚାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri