ଭୁବନେଶ୍ୱର,୧୧।୬: (ବ୍ୟୁରୋ) ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରୁଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ସ୍ଥାନୀୟ ପୋଲିସ ଠକେଇ, ହତ୍ୟା ଉଦ୍ୟମ ଓ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଅନୁ ମିଶ୍ର ଓ ସାଥୀ ଓମ୍କାର ଯାଦବ। ସେମାନଙ୍କ ନିକଟରୁ ଗୋଟିଏ କାର ଓ ୭ଟି ମାରଣାସ୍ତ୍ର ଜବତ କରିଛି।
ଅଭିଯୋଗ ଅନୁଯାୟୀ ଶୈଳଶ୍ରୀବିହାର ଅଞ୍ଚଳରେ ସରକାରୀ ଜାଗାରେ କିଛି ଲୋକ ଦୋକାନ ଦେଇଥିଲେ। ହେଲେ ଅଭିଯୁକ୍ତା ମହିଳା ନିଜକୁ ବିଏମ୍ସି ଅଧିକାରୀ ବୋଲି ପରିଚୟ ଦେଇ ଉଠାଦୋକାନୀଙ୍କୁ ହଇରାଣ କରିବା ସହ ସେଗୁଡିକୁ ନିଜ ଅକ୍ତିଆରକୁ ନେଉଥିଲେ। ପରେ ଉକ୍ତ ଜାଗାକୁ ଅନ୍ୟ କିଛି ଲୋକଙ୍କୁ ଦେଇ ସେମାନଙ୍କଠାରୁ ମାସିକ ଭଡ଼ା ଆଦାୟ କରୁଥିଲେ। ଏନେଇ ସ୍ଥାନୀୟ ବିଏମ୍ସି କାର୍ଯ୍ୟାଳୟରେ ଅଭିଯୋଗ ଦିଆଯିବାରୁ ଉକ୍ତ ମହିଳାଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର କିଛିଦିନ ବ୍ୟବଧାନ ପରେ ଅଭିଯୁକ୍ତ ମହିଳା କିଛି ଅଣ ଓଡ଼ିଆ ଯୁବକଙ୍କୁ ସାଙ୍ଗରେ ଆଣି ପୁଣିଥରେ ଉଠାଦୋକାନୀ ଓ ବ୍ୟବସାୟୀମାନଙ୍କ ଠାରୁ ୫୦୦ରୁ ୨ ହଜାର ଟଙ୍କା ଆଦାୟ କରୁଥିଲେ। ଏପରିକି ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନ ଦୋକାନ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ସାହୁ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଭିଯୁକ୍ତ ମହିଳାଙ୍କ ପରିଚୟ ଜାଣିବାପାଇଁ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣଙ୍କ ତାଙ୍କୁ ଓଲଟି ଗାଳିଗୁଳଜ କରିବା ସହ ଆକ୍ରମଣ ପାଇଁ ତାଙ୍କ ସହଯୋଗୀଙ୍କୁ କହିଥିଲେ। ମହିଳାଙ୍କ କଥାରେ ସହଯୋଗୀ କାର୍ରୁ ଏକ ଧାରୁଆ ଭୁଜାଲି ବାହାର କରି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଫଳରେ ସ୍ଥାନୀୟ ଲୋକେ ମିଳିତ ହୋଇ ଯୁବକ ଓ ମହିଳା ଜଣଙ୍କୁ କାବୁକରି ପୋଲିସ ଜିମାଦେଇଥିଲେ।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
Archives

