ଟଙ୍କା ନେବାକୁ ଆସି ଧରାପଡ଼ିଲେ ନକଲି ବ୍ୟାଙ୍କ ଅଧିକାରୀ

କୋକସରା,୨୨।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ନକଲି ବ୍ୟାଙ୍କ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମାଦେଇଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ ଖୋର୍ଦ୍ଧା ଜିଲାର ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ସମ୍ପୃକ୍ତ ଯୁବକ ନିଜକୁ ଏକ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବୋଲି ପରିଚୟ ଦେଇ କୋକସରା ବ୍ଲକ ଅଞ୍ଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଜେଣ୍ଟ ଭାବେ ନିଯୁକ୍ତ କରିଥିଲେ। ପରେ ଜିଲାର କୋକସରା, ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଜଣ ପିଛା ୨ ଲକ୍ଷ ଟଙ୍କା ଋଣ କରାଇଦେବାକୁ କହି ଜମାକାରୀଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ, କାଗଜପତ୍ର ବାବଦରେ ପ୍ରାୟ ଲକ୍ଷାଧିକ ଟଙ୍କା ଏଜେଣ୍ଟଙ୍କ ଜରିଆରେ ଆଦାୟ କରିଥିଲେ। ପରେ ସେ ଆଉ ଧରାଛୁଆ ଦେଇ ନ ଥିଲେ। ଫୋନ କଲେ ଆଜି ହେବ କାଲି ହେବ କହି ଦିନ ଗଡାଇ ଚାଲିଥିଲେ। ହେଲେ ଜମାକାରୀମାନେ ଠକାମୀର ଶିକାର ହୋଇଥିବା ଜାଣି ଏଜେଣ୍ଟଙ୍କୁ ମାଡି ବସିଥିଲେ। ଗୁରୁବାର ଏଜେଣ୍ଟ ଓ ଜମାକାରୀମାନେ ଯୋଜନା କରି ପୁଣି ୨ ଲକ୍ଷ ଟଙ୍କା ଜମାକାରୀଙ୍କଠାରୁ ନେବାକୁ ଫୋନ କରି ଡାକିଥିଲେ। ସମ୍ପୃକ୍ତ ଯୁବକ ଜଣକ ଜୁନାଗଡ଼ରୁ ଏକ କାର୍‌ ଯୋଗେ କାଉଡଲା ଛକକୁ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଯୁବକ କାଉଡଲାରୁ ଜୁନାଗଡ଼ ପଟେ ଫେରାର ହେଉଥିଲେ। ଏ ନେଇ କୋକସରା ଥାନାକୁ ଜଣାଇବା ପରେ ପୋଲିସ କୋକସରାରୁ କାର ସହ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି। ପରେ ଜମାକାରୀମାନେ କୋକସରା ଥାନାରେ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ମାମଲା (ନଂ. ୨୩୨/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବରଗଡ଼ ଅଫିସ,୨୯ା୭: ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ବ୍ରିଜ ଉପରେ ଗୁରୁବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ...

ଭୁଶୁଡ଼ିଲା ନିରାକାରପୁର କଲେଜ ଗୃହ

ନିରାକାରପୁର,୧୪।୧୦(ଡି.ଏନ୍‌.ଏ.)- ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ କ୍ଷେତ୍ରବାସୀ ଡିଏଭି କଲେଜରେ ବୁଧବାର ଏକ ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି। ସୂଚନା ଥାଉ କି, ଲଘୁଚାପଜନିତ ଲଗାଣ ବର୍ଷା...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା

ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର...

ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଗଲା

ଦେବଗଡ,୧୩।୫(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଅନ୍ତେବାସୀଙ୍କୁ ସାନିଟାଇଜର, ସାବୁନ...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନବରଙ୍ଗପୁର,୩୦।୧୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ନିରଞ୍ଜନ ଜେନା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି...

ଚଇତି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଢେଙ୍କିକୋଟ, ୧୫।୪ (ଡି.ଏନ.ଏ.) କେନ୍ଦୁଝର ଜିଲା ଘଟଗାଁ ମା’ତାରିଣୀ ପୀଠ ସାରା ଜଗତରେ ଜଣାଶୁଣା। ପ୍ରତିବର୍ଷ ପଣା ସଂକ୍ରାନ୍ତି ଅବସରରେ ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ...

Advertisement
Archives

Model This Week