ଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ

ବୌଦ୍ଧ ୨୭।୮(ସ୍ବ.ପ୍ର.): ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ କିନ୍ତୁ ନକଲି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡିପାରୁନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ କିଛି ନକଲି ଶିକ୍ଷକଙ୍କ ନାମରେ ଏତଲା ଦିଆଯାଇଥିଲେ ମଧ ଠିକ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ପରେ ଜିଲା ଶିକ୍ଷା ବିଭାଗର ଚେତା ପଶିଛି। ଏନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଉଦୟନାଥ ମାଝି ଜଣେ ନକଲି ଶିକ୍ଷକଙ୍କ ନାମରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବୌଦ୍ଧ ଥାନା ପକ୍ଷରୁ ଏକ ମାମଲା (ନଂ.୨୨୬/୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ନୟାଗଡ ଜିଲା ବଳଭଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନିଶାଙ୍କ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ହାଟଗାଁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଗତ ୨୦୧୩ରୁ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ। ସେ ଚାକିରି କରିବା ସମୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ବିଶ୍ୱବିଦ୍ୟାଳୟର ବିଇଡି ସାର୍ଟିଫିକେଟ ଦେଇ ଚାକିରି ପାଇଥିଲେ। କିନ୍ତୁ ତାଙ୍କର ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ଡିଇଓ ମାଝି ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଶିକ୍ଷକ ନିଶାଙ୍କଙ୍କୁ ଶୁକ୍ରବାର ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଜିଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ପରେ ମାମଲା ହୋଇଥିବା କହିଥିଲେ। ଶିକ୍ଷକ ଜଣକ ଆନ୍ଧ୍ରପ୍ରଦେଶରେ ଏକ ନକଲି ବିଇଡି ସାର୍ଟିଫିକେଟ ଦେଇଥିବା ନେଇ କହିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri