ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି ଭୂଷଣ ନାୟକ ଏନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏଥିସହିତ ଜିଲାପାଳ ବୌଦ୍ଧ ଥାନାରେ ଏତଲା ବି ଦେଇଛନ୍ତି।


