Categories: ଜାତୀୟ

ଜେକେପିଏମ୍‌ ଅଧ୍ୟକ୍ଷ ପଦରୁ ଫୈଜଲଙ୍କ ଇସ୍ତଫା

ଶ୍ରୀନଗର, ୧୧।୮(ପି.ଟି.): ଗତବର୍ଷ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଛାଡ଼ି ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌) ଗଠନ କରିଥିବା ଶାହ ଫୈଜଲ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ରାଜନୀତି ଛାଡ଼ୁଥିବା ନେଇ ରବିବାର ସୂଚନା ଦେବା ସହ ଟୁଇଟରରେ ତାଙ୍କର ବ୍ୟକ୍ତିଗତ ବିବରଣୀରେ ସଂଶୋଧନ କରିଛନ୍ତି। ଜେକେପିଏମ୍‌ କାର୍ଯ୍ୟକାରୀ କମିଟିର ଅନ୍‌ଲାଇନ ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share