ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ ସହିତ ଜଗନ୍ନାଥ ମନ୍ଦିରକୁ ଗଲେ। ଉଚ୍ଚତାରେ ଛୋଟ ହୋଇଥିବାରୁ ଭକ୍ତଙ୍କ ଗହଳି ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନ ଥାଏ। ତେଣୁ ଅଭିରାମ ବାବୁଙ୍କୁ ଅନେକଥର ଯୋଗେଶକୁ ଉପରକୁ ଉଠାଇ ଜଗନ୍ନାଥଙ୍କୁ ଦର୍ଶନ କରାଇବାକୁ ପଡ଼ିଥାଏ। ଯୋଗେଶ ଛୋଟପିଲା ହୋଇଥିବାରୁ ତା’ ମନରେ ଅସୁମାରି ପ୍ରଶ୍ନ ଆସେ। ଯଥା ଭଗବାନ୍‌ କିଏ? ସେ କେଉଁଠି ଅଛନ୍ତି? ସେ କ’ଣ କରନ୍ତି ଇତ୍ୟାଦି ଇତ୍ୟାଦି।
ହଠାତ୍‌ ଖବରକାଗଜ ଖୋଲୁ ଖୋଲୁ ସେ ପଢ଼ିବାକୁ ପାଇଲା ଭାରତର ପ୍ରଧାନମନ୍ତ୍ରୀ ଜଣେ ଯୁଗାବତାରୀଙ୍କର ୧୦୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଯାଇଥିଲେ। ସେଠାରେ ସେ ୧୦୦ଟି ଗାଈ ଉପହାର ସ୍ବରୂପ ଦେଲେ। ଏହାର ଅର୍ଥ ଯୋଗେଶ ବୁଝିପାରିଲା ନାହିଁ। ସେ ବାପାଙ୍କୁ ପଚାରିବାରେ ଅଭିରାମ ବାବୁ କହିଲେ, ‘ଉକ୍ତ ଯୁଗାବତାରୀ ପୁରୁଷ ସେଠାରେ ଗୋପାଳନ କରୁଥିଲେ ଓ ତା’ର ନାମ ଦେଇଥିଲେ ଗୋକୁଳମ୍‌। ଉକ୍ତ ଗୋକୁଳମ୍‌ର କ୍ଷୀର ସେହି ମହାପୁରୁଷଙ୍କ ଆଶ୍ରମକୁ ଆସିଥାଏ ଓ ଭକ୍ତମାନେ ତା’ର ଭରପୂର ଉପଯୋଗ କରିଥାନ୍ତି। ଗୋକୁଳମ୍‌ର କ୍ଷୀର ପାଇଁ ମା’ମାନେ ଧାଡ଼ିରେ ଆସି କ୍ଷୀର ତାଙ୍କ ପିଲାମାନଙ୍କ ପାଇଁ ନେଇଥାନ୍ତି। ଆଶ୍ରମରେ ସୁନ୍ଦର ଚା’ ପ୍ରସ୍ତୁତ ହୁଏ। ଯାହାକୁ ଭକ୍ତମାନେ ଆନନ୍ଦରେ ଗ୍ରହଣ କରନ୍ତି। ଦହି, ଚହ୍ଲା, ଘିଅ, ଲହୁଣି ପ୍ରଭୃତି ହୁଏ। ଭକ୍ତମାନେ ଏହାକୁ ମଧ୍ୟ ଆନନ୍ଦର ସହ ଗ୍ରହଣ କରିଥାନ୍ତି।
ଯୋଗେଶ ବାପାଙ୍କୁ ପଚାରିଲା, ‘ବାପା ଭଗବାନ୍‌ କିଏ? କେଉଁଠି ରହନ୍ତି? କ’ଣ କରନ୍ତି? ଭାରତର ପ୍ରଧାନମନ୍ତ୍ରୀ ହୀରାନୀଳା, ଟଙ୍କା ସୁନା ନ ଦେଇ ୧୦୦ ଗାଈ କାହିଁକି ପ୍ରଦାନ କଲେ? ଯୋଗେଶର ଏପରି ପ୍ରଶ୍ନରେ ଅଭିରାମ ବାବୁ ଅବାକ୍‌ ହୋଇପଡ଼ିଲେ। ଭଗବାନ୍‌ଙ୍କ ସହ ଗାଈର କି ସମ୍ପର୍କ? ଅଭିରାମ ବାବୁ ଟିକେ ରହିଯାଇ ଯୋଗେଶକୁ ବୁଝାଇ କହିଲେ, କାଳୀଗାଈ କ’ଣ ଖାଏ? ଯୋଗେଶ କହିଲା, ଗାଈ ଘାସକୁଟା ଖାଏ। ଅଭିରାମ ବାବୁ ପଚାରିଲେ ଘାସର ରଙ୍ଗ କ’ଣ? ଯୋଗେଶ କହିଲା ଘାସର ରଙ୍ଗ ସବୁଜ ଓ କୁଟାର ରଙ୍ଗ ହଳଦିଆ। ଅଭିରାମ ବାବୁ କହିଲେ, ସବୁଜ ରଙ୍ଗର ଘାସ ଓ ହଳଦିଆ ରଙ୍ଗର କୁଟା ଖାଇ କାଳୀ ଗାଈ କ୍ଷୀର ଦିଏ ତା’ର ରଙ୍ଗ କିପରି? ଯୋଶେ କହିଲା ତା’ର ରଙ୍ଗ ଧଳା। ଅଭିରାମ ବାବୁ କହିଲେ, କାଳୀଗାଈ ସବୁଜ ଘାସ, ହଳଦିଆ କୁଟାଖାଇ ଧଳା ରଙ୍ଗର କ୍ଷୀର କିପରି ଦିଏ? ଏହାକୁ ବୈଜ୍ଞାନିକମାନେ କରିପାରିବେ କି? ଯୋଗେଶ କହିଲା ନା, ବାପା ଏହାକୁ କେବଳ ଭଗବାନ୍‌ କରିପାରିବେ। ଅଭିରାମ ବାବୁ କହିଲେ ଯେଉଁ ଶକ୍ତି କାଳୀଗାଈ ଭିତରେ ସବୁଜ ଘାସକୁ ଧଳା କ୍ଷୀରରେ ପରିଣତ କଲେ ସେ ହିଁ ଭଗବାନ୍‌।
ଭକ୍ତ ଓ ଲୋକମାନେ ଯୁଗାବତାର ପୁରୁଷଙ୍କର ଗୋକୁଳମ୍‌ସ୍ଥିତ କ୍ଷୀର ଖାଉଥିଲେ ମଧ୍ୟ ଏହାକୁ ଠିକ୍‌ ଭାବରେ ବୁଝି ପାରୁ ନ ଥିଲେ। ଅନ୍ଧାର ଘରେ ଆଲୁଅ ଜାଳିଲେ, ଯେପରି ଅନ୍ଧକାର ଦୂର ହୁଏ, ସେପରି ଭଗବାନ୍‌ ସବୁ ପ୍ରାଣୀଙ୍କ ମଧ୍ୟରେ ବିଦ୍ୟମାନ। ତେଣୁ ସେ ଗୋକୁଳମ୍‌ର କ୍ଷୀର ଲୋକମାନଙ୍କୁ ଯୋଗାଇ ଲୋକମାନଙ୍କ ମଧ୍ୟରେ ପୁଷ୍ଟିବର୍ଦ୍ଧନ କରୁଥିଲେ। ଭଗବାନ୍‌ ଆମ ମଧ୍ୟରେ ରହି ବିଭିନ୍ନ ଖାଦ୍ୟଖାଇ ଖାଦ୍ୟକୁ ଶକ୍ତିରେ ପରିଣତ କରି ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଶକ୍ତି ଯୋଗାଇ ଦେଇଥାନ୍ତି। ଏହା ତାଙ୍କର ଏକ ମୁଖ୍ୟ କାମ। ସେ ବିଶ୍ୱରେ ବିଭିନ୍ନ ନାମରେ ବିଭିନ୍ନ ରୂପରେ ଏ କାର୍ଯ୍ୟ କରିଥାନ୍ତି। ଯୋଗେଶ କହିଲା, ବାପା ବୁଝିଗଲି। ଆମର ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ଠିକ୍‌ ବୁଝିଛନ୍ତି। ସେ ଜାଣି ପାରିଛନ୍ତି ଭଗବାନ୍‌ କିଏ? ସେ କେଉଁଠି ଅଛନ୍ତି? ସେ କ’ଣ କରନ୍ତି? ତାଙ୍କର ୧୦୦ଟି ଗୋଦାନ ଯାହା ସେ ଯୁଗାବତାରଙ୍କ ଆଶ୍ରମକୁ କରିଛନ୍ତି ତାହା ଯଥାର୍ଥ। ଭକ୍ତମାନେ ସେ କ୍ଷୀର ଖାଇ ଜାଣିପାରିବେ ଭଗବାନ୍‌ କିଏ? କେଉଁଠି ଅଛନ୍ତି? କ’ଣ କରନ୍ତି?

ଅନୀତା ପଟ୍ଟନାୟକ
ପ୍ରାଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri