ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ ସହିତ ଜଗନ୍ନାଥ ମନ୍ଦିରକୁ ଗଲେ। ଉଚ୍ଚତାରେ ଛୋଟ ହୋଇଥିବାରୁ ଭକ୍ତଙ୍କ ଗହଳି ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନ ଥାଏ। ତେଣୁ ଅଭିରାମ ବାବୁଙ୍କୁ ଅନେକଥର ଯୋଗେଶକୁ ଉପରକୁ ଉଠାଇ ଜଗନ୍ନାଥଙ୍କୁ ଦର୍ଶନ କରାଇବାକୁ ପଡ଼ିଥାଏ। ଯୋଗେଶ ଛୋଟପିଲା ହୋଇଥିବାରୁ ତା’ ମନରେ ଅସୁମାରି ପ୍ରଶ୍ନ ଆସେ। ଯଥା ଭଗବାନ୍‌ କିଏ? ସେ କେଉଁଠି ଅଛନ୍ତି? ସେ କ’ଣ କରନ୍ତି ଇତ୍ୟାଦି ଇତ୍ୟାଦି।
ହଠାତ୍‌ ଖବରକାଗଜ ଖୋଲୁ ଖୋଲୁ ସେ ପଢ଼ିବାକୁ ପାଇଲା ଭାରତର ପ୍ରଧାନମନ୍ତ୍ରୀ ଜଣେ ଯୁଗାବତାରୀଙ୍କର ୧୦୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଯାଇଥିଲେ। ସେଠାରେ ସେ ୧୦୦ଟି ଗାଈ ଉପହାର ସ୍ବରୂପ ଦେଲେ। ଏହାର ଅର୍ଥ ଯୋଗେଶ ବୁଝିପାରିଲା ନାହିଁ। ସେ ବାପାଙ୍କୁ ପଚାରିବାରେ ଅଭିରାମ ବାବୁ କହିଲେ, ‘ଉକ୍ତ ଯୁଗାବତାରୀ ପୁରୁଷ ସେଠାରେ ଗୋପାଳନ କରୁଥିଲେ ଓ ତା’ର ନାମ ଦେଇଥିଲେ ଗୋକୁଳମ୍‌। ଉକ୍ତ ଗୋକୁଳମ୍‌ର କ୍ଷୀର ସେହି ମହାପୁରୁଷଙ୍କ ଆଶ୍ରମକୁ ଆସିଥାଏ ଓ ଭକ୍ତମାନେ ତା’ର ଭରପୂର ଉପଯୋଗ କରିଥାନ୍ତି। ଗୋକୁଳମ୍‌ର କ୍ଷୀର ପାଇଁ ମା’ମାନେ ଧାଡ଼ିରେ ଆସି କ୍ଷୀର ତାଙ୍କ ପିଲାମାନଙ୍କ ପାଇଁ ନେଇଥାନ୍ତି। ଆଶ୍ରମରେ ସୁନ୍ଦର ଚା’ ପ୍ରସ୍ତୁତ ହୁଏ। ଯାହାକୁ ଭକ୍ତମାନେ ଆନନ୍ଦରେ ଗ୍ରହଣ କରନ୍ତି। ଦହି, ଚହ୍ଲା, ଘିଅ, ଲହୁଣି ପ୍ରଭୃତି ହୁଏ। ଭକ୍ତମାନେ ଏହାକୁ ମଧ୍ୟ ଆନନ୍ଦର ସହ ଗ୍ରହଣ କରିଥାନ୍ତି।
ଯୋଗେଶ ବାପାଙ୍କୁ ପଚାରିଲା, ‘ବାପା ଭଗବାନ୍‌ କିଏ? କେଉଁଠି ରହନ୍ତି? କ’ଣ କରନ୍ତି? ଭାରତର ପ୍ରଧାନମନ୍ତ୍ରୀ ହୀରାନୀଳା, ଟଙ୍କା ସୁନା ନ ଦେଇ ୧୦୦ ଗାଈ କାହିଁକି ପ୍ରଦାନ କଲେ? ଯୋଗେଶର ଏପରି ପ୍ରଶ୍ନରେ ଅଭିରାମ ବାବୁ ଅବାକ୍‌ ହୋଇପଡ଼ିଲେ। ଭଗବାନ୍‌ଙ୍କ ସହ ଗାଈର କି ସମ୍ପର୍କ? ଅଭିରାମ ବାବୁ ଟିକେ ରହିଯାଇ ଯୋଗେଶକୁ ବୁଝାଇ କହିଲେ, କାଳୀଗାଈ କ’ଣ ଖାଏ? ଯୋଗେଶ କହିଲା, ଗାଈ ଘାସକୁଟା ଖାଏ। ଅଭିରାମ ବାବୁ ପଚାରିଲେ ଘାସର ରଙ୍ଗ କ’ଣ? ଯୋଗେଶ କହିଲା ଘାସର ରଙ୍ଗ ସବୁଜ ଓ କୁଟାର ରଙ୍ଗ ହଳଦିଆ। ଅଭିରାମ ବାବୁ କହିଲେ, ସବୁଜ ରଙ୍ଗର ଘାସ ଓ ହଳଦିଆ ରଙ୍ଗର କୁଟା ଖାଇ କାଳୀ ଗାଈ କ୍ଷୀର ଦିଏ ତା’ର ରଙ୍ଗ କିପରି? ଯୋଶେ କହିଲା ତା’ର ରଙ୍ଗ ଧଳା। ଅଭିରାମ ବାବୁ କହିଲେ, କାଳୀଗାଈ ସବୁଜ ଘାସ, ହଳଦିଆ କୁଟାଖାଇ ଧଳା ରଙ୍ଗର କ୍ଷୀର କିପରି ଦିଏ? ଏହାକୁ ବୈଜ୍ଞାନିକମାନେ କରିପାରିବେ କି? ଯୋଗେଶ କହିଲା ନା, ବାପା ଏହାକୁ କେବଳ ଭଗବାନ୍‌ କରିପାରିବେ। ଅଭିରାମ ବାବୁ କହିଲେ ଯେଉଁ ଶକ୍ତି କାଳୀଗାଈ ଭିତରେ ସବୁଜ ଘାସକୁ ଧଳା କ୍ଷୀରରେ ପରିଣତ କଲେ ସେ ହିଁ ଭଗବାନ୍‌।
ଭକ୍ତ ଓ ଲୋକମାନେ ଯୁଗାବତାର ପୁରୁଷଙ୍କର ଗୋକୁଳମ୍‌ସ୍ଥିତ କ୍ଷୀର ଖାଉଥିଲେ ମଧ୍ୟ ଏହାକୁ ଠିକ୍‌ ଭାବରେ ବୁଝି ପାରୁ ନ ଥିଲେ। ଅନ୍ଧାର ଘରେ ଆଲୁଅ ଜାଳିଲେ, ଯେପରି ଅନ୍ଧକାର ଦୂର ହୁଏ, ସେପରି ଭଗବାନ୍‌ ସବୁ ପ୍ରାଣୀଙ୍କ ମଧ୍ୟରେ ବିଦ୍ୟମାନ। ତେଣୁ ସେ ଗୋକୁଳମ୍‌ର କ୍ଷୀର ଲୋକମାନଙ୍କୁ ଯୋଗାଇ ଲୋକମାନଙ୍କ ମଧ୍ୟରେ ପୁଷ୍ଟିବର୍ଦ୍ଧନ କରୁଥିଲେ। ଭଗବାନ୍‌ ଆମ ମଧ୍ୟରେ ରହି ବିଭିନ୍ନ ଖାଦ୍ୟଖାଇ ଖାଦ୍ୟକୁ ଶକ୍ତିରେ ପରିଣତ କରି ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଶକ୍ତି ଯୋଗାଇ ଦେଇଥାନ୍ତି। ଏହା ତାଙ୍କର ଏକ ମୁଖ୍ୟ କାମ। ସେ ବିଶ୍ୱରେ ବିଭିନ୍ନ ନାମରେ ବିଭିନ୍ନ ରୂପରେ ଏ କାର୍ଯ୍ୟ କରିଥାନ୍ତି। ଯୋଗେଶ କହିଲା, ବାପା ବୁଝିଗଲି। ଆମର ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ଠିକ୍‌ ବୁଝିଛନ୍ତି। ସେ ଜାଣି ପାରିଛନ୍ତି ଭଗବାନ୍‌ କିଏ? ସେ କେଉଁଠି ଅଛନ୍ତି? ସେ କ’ଣ କରନ୍ତି? ତାଙ୍କର ୧୦୦ଟି ଗୋଦାନ ଯାହା ସେ ଯୁଗାବତାରଙ୍କ ଆଶ୍ରମକୁ କରିଛନ୍ତି ତାହା ଯଥାର୍ଥ। ଭକ୍ତମାନେ ସେ କ୍ଷୀର ଖାଇ ଜାଣିପାରିବେ ଭଗବାନ୍‌ କିଏ? କେଉଁଠି ଅଛନ୍ତି? କ’ଣ କରନ୍ତି?

ଅନୀତା ପଟ୍ଟନାୟକ
ପ୍ରାଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri