ଅପରାଧ ଆଇନର ବିଫଳତା

ମୋର ଏକ ଉପନ୍ୟାସ ଏଇ ମାସରେ ପ୍ରକାଶିତ ହୋଇଛି ଏବଂ ଏକ କାର୍ଯ୍ୟକ୍ରମ ବି ଅଛି ଯେଉଁଠି ବସ୍ତୁବାଦୀ ଦୁନିଆରେ ସଂଶ୍ଳିଷ୍ଟ ରହି ଉପନ୍ୟାସ ଲେଖିବାର ଭୂମିକା ବିଷୟରେ ଆଲୋଚନା କରାଯାଉଛି। ସୁରଟରେ ରାହୁଲ ଗାନ୍ଧୀଙ୍କ ମାମଲାରେ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ ମଧ୍ୟ ‘ଥିଓରି ଅଫ୍‌ ସସ୍‌ପିସିଅନ’ ବା ‘ସନ୍ଦେହର ସିଦ୍ଧାନ୍ତ’ ଶୀର୍ଷକ ଏକ କାଳ୍ପନିକ ଲେଖା ସମ୍ବଳିତ ପୁସ୍ତକ ପ୍ରକାଶ କରିଛନ୍ତି। କିରିଟ ପାନ୍‌ୱାଲା ଏବଂ ରୋହନ ପାନ୍‌ୱାଲା ଆଇନଜୀବୀ ଭାବେ ଆପରାଧିକ ପକ୍ଷରେ ଲଢୁଥିବା ସମୟର ଅଭିଜ୍ଞତାକୁ ଏହି କାହାଣୀରେ ବର୍ଣ୍ଣନା କରିଛନ୍ତି। ଏକାଧିକ ହତ୍ୟା ରହସ୍ୟ ହେଉଛି ପୁସ୍ତକର ମୂଳାଧାର ଏବଂ ଲେଖକଦ୍ୱୟ କହିଛନ୍ତି ଯେ, ସେମାନେ ବାସ୍ତବ ଘଟଣାରୁ ଲେଖିବାକୁ ପ୍ରେରଣା ପାଆନ୍ତି। ସେମାନଙ୍କ ଉପନ୍ୟାସ ସମ୍ପୂର୍ଣ୍ଣ ନିଆରା, କାରଣ ଭାରତରେ ଖୁବ୍‌ କମ୍‌ ବୃତ୍ତିଧାରୀ ବହି ଲେଖନ୍ତି ଏବଂ ଆହୁରି କମ୍‌ ସେମାନଙ୍କ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତାକୁ ନେଇ କାଳ୍ପନିକ ଲେଖା ଲେଖିଥାନ୍ତି। ମୋ ମତରେ ପାକିସ୍ତାନର ଦୁଇ ପ୍ରଧାନ ବିଚାରପତିଙ୍କ ଲିଖିତ ଆମତ୍କାହାଣୀ, ଏମ୍‌ସି ଛାଗ୍ଲାଙ୍କ ‘ରୋଜ୍‌ ଇନ୍‌ ଡିସେମ୍ବର’ ଏବଂ ଏମ୍‌ସି ସିତଲଭାଦଙ୍କ ଜୀବନ ଚରିତରେ ସେମାନଙ୍କ ନ୍ୟାୟିକ ବୃତ୍ତିକୁ ନେଇ ଅଧିକ କିଛି ନାହିଁ। ଏହି କାରଣରୁ ଯେଉଁ ଲେଖକମାନେ (ପାନ୍‌ୱାଲା) ମର୍ଡର ରହସ୍ୟକୁ ଲେଖାରେ ସ୍ଥାନ ଦେଇ ପୋଲିସର କାର୍ଯ୍ୟଧାରା ଉପରେ ଏକ ସୂକ୍ଷ୍ମଦୃଷ୍ଟି ଦେଇଛନ୍ତି, ନ୍ୟାୟପାଳିକା ପ୍ରତି ରାଜ୍ୟ ପ୍ରୋଟୋକଲ୍‌ କ’ଣ, ଆଇନଜୀବୀଙ୍କ ଆଚରଣ ଏବଂ ପଚରାଉଚରା ପାଇଁ କିଛି ଟିପ୍ସ ବିଷୟରେ ଆମକୁ ବିସ୍ତୃତ ଭାବେ ସୂଚିତ କରିଛନ୍ତି, ସେମାନଙ୍କ ପ୍ରତି ଆମେ କୃତଜ୍ଞ ରହିବା ଦରକାର। କେବଳ ଏଗୁଡ଼ିକ ପାଇଁ ହିଁ ପୁସ୍ତକ ପାଠ୍ୟଯୋଗ୍ୟ। ତେବେ ହତ୍ୟା ରହସ୍ୟ ବାହାରେ ପାନ୍‌ଓ୍ବାଲା ନ୍ୟାୟ ଏବଂ ନବସୃଜନ ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନେ ଜଣେ ବିଚାରପତିଙ୍କୁ ନେଇ କାହାଣୀ ଆରମ୍ଭ କରିଛନ୍ତି, ଯିଏ ତଥାକଥିତ ସାଧାରଣ ଆଇନକୁ ଅସ୍ବୀକାର କରିବା ସହ ଇଚ୍ଛା ଅନୁଯାୟୀ ବିଚାର ଆରମ୍ଭ କରିବାର ସିଦ୍ଧାନ୍ତ ବିକଶିତ କରିଛନ୍ତି, ଯାହାକୁ ରହସ୍ୟମୟ ଏବଂ ସମାନ ଭାବେ ଏକ ‘ଦୋଷ’ ଭାବେ ବର୍ଣ୍ଣନା କରାଯାଇପାରେ। ସାମ୍ପ୍ରତିକ ସମୟରେ ଆମ ଦେଶର ବ୍ୟାପକ ଅଞ୍ଚଳରେ ନ୍ୟାୟିକ ଦୃଷ୍ଟିକୋଣରେ ଏହି ସିଦ୍ଧାନ୍ତ ପ୍ରତିଫଳିତ ହେଉଛି। ଆଧୁନିକ ଅପରାଧ ନ୍ୟାୟ ବ୍ୟବସ୍ଥା ଅଭିଯୁକ୍ତମାନଙ୍କ ଅଧିକାରକୁ ନେଇ ପରିକଳ୍ପନା କରାଯାଇଥିବାବେଳେ ଅପରାଧ ମାମଲାରେ କ୍ଷମତା ଦେଶ ପାଖରେ ଅତ୍ୟଧିକ ରହିଛି। ସରକାର ପୋଲିସକୁ ନିୟନ୍ତ୍ରଣ କରନ୍ତି, ବିଚାରପତିଙ୍କ ନିଯୁକ୍ତି ଏବଂ ବଦଳି ଉପରେ ଏହାର ଭିଟୋ ଅଛି। ଏହା ମଧ୍ୟ ବିଚାର ପ୍ରକ୍ରିୟାକୁ ପରିଚାଳନା କରିବା ସହ ବନ୍ଦୀକରି ଜେଲରେ ରଖିପାରନ୍ତି। ତୁଳନାମତ୍କ ଭାବେ ଅଭିଯୁକ୍ତର କୌଣସି କ୍ଷମତା କିମ୍ବା ଏଜେନ୍ସି ନାହିଁ।
ଖରାପ ଲୋକଙ୍କୁ ଦଣ୍ଡଦେବା ଲାଗି ଦେଶର କ୍ଷମତା ରହିବା ଉଚିତ ବୋଲି ଭାବୁଥିବା ସଂଖ୍ୟାଧିକ ଲୋକଙ୍କୁ ସମ୍ଭବତଃ ଏହା ଆଶ୍ଚର୍ଯ୍ୟ କରିବ। ୨୦୦୭ ରେ, ସାର୍ବଜନୀନ ବ୍ୟବସ୍ଥା ଉପରେ ପ୍ରଶାସନିକ ସଂସ୍କାର ଆୟୋଗର ପଞ୍ଚମ ରିପୋର୍ଟ ଏପିଜେ ଅବଦୁଲ କଲାମଙ୍କ ଉଦ୍ଧୃତି ସହିତ ଆରମ୍ଭ ହୋଇଥିଲା। ସେଥିରେ ଉଲ୍ଲେଖ ରହିଥିଲା ଯେ, ବିଭିନ୍ନ କାରଣରୁ ଆପରାଧିକ ନ୍ୟାୟରେ ବିଳମ୍ବ ହେତୁ ଯଦି ସମାଜରେ ପ୍ରକୃତ ଅପରାଧୀମାନେ ବର୍ଷ ବର୍ଷ ଧରି ଦଣ୍ଡବିଧାନ ବାହାରେ ରହିଯାଆନ୍ତି, ତେବେ ପ୍ରକୃତରେ ଆପରାଧିକ କାର୍ଯ୍ୟରେ ଅତ୍ୟଧିକ ଲୋକ ଜଡ଼ିତ ହେବେ। ‘ପ୍ରକୃତ ଅପରାଧୀ’ ବିରୋଧରେ ଦେଶର ଦଣ୍ଡବିଧାନ ଏକ ନ୍ୟାୟପୂର୍ଣ୍ଣ ସମାଜ ସୃଷ୍ଟିକରେ; ଏଭଳି ଧାରଣାକୁ ଆଧାରକରି ଯେଉଁମାନେ ମୃତ୍ୟୁଦଣ୍ଡ ବା ଫାଶୀ ଦାବି କରନ୍ତି ସେମାନଙ୍କ ପାଇଁ ଏହା ଯୁକ୍ତିଯୁକ୍ତ। ଏହି ମନୋଭାବ, ଏହି ମାନସିକତା କାରଣରୁ ସ୍ବାଧୀନ ଭାରତ ଅଭିଯୁକ୍ତଙ୍କ ବିରୋଧରେ ଦେଶକୁ ଅଧିକ କ୍ଷମତା ଦେବା ପାଇଁ ଆଇନକୁ କଡ଼ାକଡ଼ି କରିଛି ଏବଂ ଉପନିବେଶିକ ଯୁଗର ଆଇନକୁ ଅଗ୍ରାହ୍ୟ କରିନାହିଁ, ବରଂ ସେଗୁଡ଼ିକୁ ଆହୁରି କଠୋର କରିଛି। ରୌଲାଟ୍‌ ଆଇନକୁ ବିରୋଧ କରିବାକୁ ଜାଲିଆନାଓ୍ବାଲାବାଗରେ ଲୋକେ ସମବେତ ହୋଇଥିବା ବେଳେ ଗଣହତ୍ୟା ଘଟଣା ଘଟିଥିଲା। ଏହି ଆଇନ ବିନା ବିଚାରରେ ଅଟକ ରଖିବାକୁ ସରକାରଙ୍କୁ କ୍ଷମତା ଦେଇଥିଲା। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏହି ନିୟମ କେବେ ପ୍ରୟୋଗ କରାଯାଇ ନ ଥିଲା ବରଂ ଏହାକୁ ବାତିଲ କରାଯାଇଥିଲା। କିନ୍ତୁ ଆଜି ଭାରତର ପ୍ରତ୍ୟେକ ରାଜ୍ୟରେ ରୌଲାଟ୍‌ ଆଇନଠାରୁ ଖରାପ ଆଇନ ଅଛି, ଯାହା ବଳରେ ଲୋକମାନଙ୍କୁ ବିନା ବିଚାର ଏବଂ ଅପରାଧରେ ଜେଲରେ ଅଟକ ରଖାଯାଉଛି। ତେବେ ଏହି କଠୋରତା ଅପରାଧ ରୋକିବାରେ ପ୍ରଭାବୀ ସାବ୍ୟସ୍ତ ହୋଇଛି କି? କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଏଥିରେ ଆମେ ସଫଳ ହୋଇନାହଁୁ। ୧୯୬୧ରେ ଆଇପିସି କେସ୍‌ରେ ଦୋଷୀ ସାବ୍ୟସ୍ତ ହାର ଥିଲା ୬୪.୮%। ୨୦୦୫ରେ ଏହା ଥିଲା ୪୨.୪%। ୨୦୧୭ରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ସ୍ପଷ୍ଟ କରିଛି ଯେ, ଭାରତରେ ମର୍ଡର କେସ୍‌ରେ ଦୋଷୀ ହାର ୪୩%। ବଳାତ୍କାର ପାଇଁ ଏହା ୩୨%, ଅପହରଣ ଲାଗି ୨୬%। ଏହାସହ ଏସିଡ୍‌ ଆକ୍ରମଣରେ ଆହତ ହେବା ଘଟଣାରେ ଦୋଷୀ ହାର ୨୯% ଥିବାବେଳେ ଦଙ୍ଗା ମାମଲାରେ ଏହା ମାତ୍ର ୨୦%। ବାସ୍ତବରେ ପୂର୍ବତନ ରାଷ୍ଟ୍ରପତି ଯାହା ଚାହିଁଥିଲେ କଠୋର ଆଇନରୁ ସେଭଳି ପରିଣାମ ମିଳିନାହିଁ।
ଏଠାରେ ନିର୍ଦ୍ଦୋଷରେ ମୁକ୍ତ ହେବାର ଆଉ ଏକ କାହାଣୀ ଅଛି। ଅପରାଧ ଆଇନର ଜୀବନ ନଷ୍ଟ କରିବାର ଶକ୍ତି ଅଛି ଏବଂ ଏଥିପାଇଁ ଏହାକୁ ବ୍ୟବହାର କରିବାକୁ ହେଲେ ଏଥିପ୍ରତି ସତର୍କ ରହିବା ଓ ଏହାର ମୂଲ୍ୟାୟନ କରିବା ସହ ଯାଞ୍ଚ କରିବା ଆବଶ୍ୟକ। ବେପରୁଆ ଭାବେ ଲଗାତର ଏହାକୁ ପ୍ରୟୋଗ କରାଯିବା ଉଚିତ ନୁହେଁ। କିନ୍ତୁ ଦୁର୍ଭାଗ୍ୟଜନକ ଯେ, ଆମ ଦେଶରେ ଏଭଳି କରାଯାଉଛି। ବିଚାରପତି ଏବଂ ତାଙ୍କ ପରିବାର ବିଷୟରେ ପାନ୍‌ୱାଲାଙ୍କ କାହାଣୀ ପଢ଼ିିବାବେଳେ ଏହିସବୁ ଚିନ୍ତାଧାରା ପ୍ରତିଫଳିତ ହୁଏ। ସେମାନଙ୍କ କାହାଣୀର ବିଚାରପତି ହେଉଛନ୍ତି କାଳ୍ପନିକ, କିନ୍ତୁ ଯେତେବେଳେ ଅସାଧୁ ବିଷୟ ଆସୁଛି ସେତେବେଳେ ତାଙ୍କର ବାସ୍ତବ ଜୀବନ ସହ ତାହାର ସମାନତା ରହୁଛି। କାଳ୍ପନିକ ହେଲେ ବି ବାସ୍ତବତା ମଧ୍ୟରେ ଏହି ଉପନ୍ୟାସ ଲେଖାଯାଇଛି। ଏହି କାରଣରୁ ମୋ ପାଇଁ ପୁସ୍ତକ ସନ୍ତୋଷଜନକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri