ବିଫଳ ହେଉଛି ପ୍ରମୁଖ ଆର୍ଥତ୍କ ସଂସ୍କାର;୧୯୯୧ ଭଳି ମ୍ୟାଜିକ ନୀତିର ଆବଶ୍ୟକତା

ନୂଆଦିଲ୍ଲୀ: ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାରେ ସରକାରଙ୍କ ପ୍ରମୁଖ ଆର୍ଥତ୍କ ସଂସ୍କାର ବିଫଳ ହେଉଥିବା ଅର୍ଥ ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିକୁ ସମ୍ଭାଳିବାକୁ ଆର୍ଥତ୍କ ଯୋଜନା ସକ୍ଷମ ହେଉ ନ ଥିବାରୁ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ଖରାପ ସ୍ଥିତି ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥା ଲାଗି କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି କମିଟି ନିଯୁକ୍ତି ଦେବା ଲାଗି ସରକାର ଏବେ ଯାଏ ସକ୍ଷମ ହେଲେ ନାହିଁ। ଏ କ୍ଷେତ୍ରରେ ସରକାରଙ୍କ ଆର୍ଥତ୍କ ଦୃଷ୍ଟିକୋଣ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି), ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ରେ ରହିଥିବା ସମସ୍ୟା ଯୋଗୁ ଅର୍ଥ ବ୍ୟବସ୍ଥାକୁ ବିଶେଷ ଏହାର ଲାଭ ମିଳିପାରୁନାହିଁ। ସେହିଭଳି ମୁଦ୍ରାନୀତି କମିଟି ବୈଠକ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରହିବା ଯୋଗୁ ଏହାର ପ୍ରଭାବ ବଜାର ଉପରେ ରହିଛି।
ଜିଏସ୍‌ଟି ବ୍ୟବସ୍ଥାରେ ରାଜ୍ୟଗୁଡିକ ବର୍ତ୍ତମାନ ସହୁଥିବା ଟିକସ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ରର ଉତ୍ତରଦାୟିତ୍ୱ ରହିଛି। ହେଲେ କେନ୍ଦ୍ର ନିଜ ଦାୟିତ୍ୱଠାରୁ ହଟିଯିବାରୁ ଏବେ କ୍ଷତିପୂରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଦେବାଳିଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଫଳରେ ଏନ୍‌ପିଏ ସମସ୍ୟା ଦେଇ ଗତି କରୁଥିବା ବ୍ୟାଙ୍କଗୁଡିକ ନିକଟକୁ ଅର୍ଥ ଫେରି ଆସିବା କ୍ଷେତ୍ରରେ ବିଳମ୍ବ ଦେଖାଯାଉଛି। ବ୍ୟାଙ୍କଗୁଡିକ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଦେବାଳିଆ ଆଇନ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା ଫଳରେ ଋଣ ଖିଲାପ କରିଥିବା କମ୍ପାନୀଗୁଡିକ ନିକଟରେ ବ୍ୟାଙ୍କ ଅର୍ଥ ଫସି ରହିଛି। ଏହାକୁ ଆଦାୟ କରିବା ଲାଗି ବ୍ୟାଙ୍କ ଆଗଭର ହୋଇ ପାରିବେ ନାହିଁ। ସେହିଭଳି ଆର୍ଥତ୍କ ସହାୟତା ଆଶାରେ ରହିଥିବା ଅର୍ଥ ବ୍ୟବସ୍ଥା ଲାଗି ମୁଦ୍ରା ନୀତି କମିଟି ବୈଠକରେ ହେଉଥିବା ନିଷ୍ପତ୍ତି ଅନେକ ଗୁରୁତ୍ୱ ବହନ କରେ। ମାତ୍ର ସରକାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକ ଠିକ୍‌ ସମୟରେ ହୋଇ ପାରିଲା ନାହିଁ।
ବର୍ତ୍ତମାନର କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଲାଗି କାମ ଦେଲା ଭଳି ଆର୍ଥତ୍କ ସଂସ୍କାରର ଆବଶ୍ୟକତା ରହିଥିବା ଅହମଦାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ପବ୍ଲିକ ପଲିସି ବିଭାଗର ପ୍ରଫେସର ଅନ୍‌ମୋଲ ଅଗ୍ରଓ୍ବାଲ ମତ ପ୍ରକାଶ କରିଛନ୍ତି। ସଂସ୍କାର ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇଥିବା ସରକାର ଯୁକ୍ତି ବାଢ଼ନ୍ତି। ହେଲେ ଦେଶର ଜିଡିପି ଅଭିବୃଦ୍ଧି ୮%ରୁ ହ୍ରାସ ପାଇ ଗତ ତ୍ରୈମାସରେ -୨୩.୯%କୁ ଖସିଛି। କରୋନା ଦ୍ୱାରା ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥା ମଧ୍ୟ ଏତେ ମାତ୍ରାରେ ଜିଡିପି ହ୍ରାସର ସମ୍ମୁଖୀନ ହୋଇନାହାନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ପ୍ରାୟ ୧୫% ହ୍ରାସ ହେବା ନେଇ ଗୋଲ୍ଡ ମ୍ୟାନେ ସ୍ୟାଚ୍‌ ଗ୍ରୁପ୍‌ ପୂର୍ବାନୁମାନ କରିଛି। କୃଷିକ୍ଷେତ୍ରରେ ସଂସ୍କାର କଥା ସରକାର କରୁଛନ୍ତି। ଏପଟେ ଶ୍ରମ ଆଇନରେ ହୋଇଥିବା ସଂଶୋଧନ ନିବେଶର ଏକ ବଡ ବାଟ ଖୋଲିବ ବୋଲି ଯୁକ୍ତିରେ ଦର୍ଶାଇଛନ୍ତି। ମାତ୍ର ଶ୍ରମ ଆଇନ ଏବଂ କୃଷି ଆଇନକୁ ବର୍ତ୍ତମାନ ସାରା ଦେଶରେ ବିରୋଧ ଦେଖିବାକୁ ମିଳିଛି। ଯଦି ସରକାର ଲୋକଙ୍କ ଭଲ ପାଇଁ ଏସବୁ କରୁଛନ୍ତି ତେବେ ଲୋକ ଏହାକୁ କାହିଁକି ବିରୋଧ କରୁଛନ୍ତି ବୋଲି ବଜାର ବିଶେଷଜ୍ଞ କହୁଛନ୍ତି। ସେହିଭଳି ସରକାର ଏକଚାଟିଆ ଭାବେ ସବୁକିଛି କରି ନେଉଥିବା ଅଭିଯୋଗ ଆସୁଛି। ଫଳରେ ଏହାର କୁପ୍ରଭାବ ଅର୍ଥ ବ୍ୟବସ୍ଥାକୁ ସହିବାକୁ ପଡୁଥିବା ଅନ୍ୟ କେତେଜଣ ବିଶେଷଜ୍ଞ କୁହନ୍ତି। ବିମୁଦ୍ରୀକରଣ, ଜିଏସ୍‌ଟି ସମେତ ଅନ୍ୟ କିଛି ସଂସ୍କାରକୁ ବିଶେଷଜ୍ଞ ଉଦାହରଣ ଭାବେ ନିଅନ୍ତି।
ବିମୁଦ୍ରୀକରଣ ଦ୍ୱାରା କଳାଟଙ୍କା ଉପରେ ମାଡ଼ କରିବା ସହ ଅର୍ଥ ବ୍ୟବସ୍ଥାକୁ ଲାଭ ମିଳିବ ବୋଲି ସରକାର କହିଥିଲେ। ଏହାଦ୍ୱାରା କ’ଣ ଲାଭ ମିଳିଲା କାହାକୁ ଜଣାନାହିଁ । ମାତ୍ର ଅର୍ଥ ବ୍ୟବସ୍ଥା ଉପରେ ଏକ ବୃହତ୍‌ ଚଡକ ପଡିଲା; ଯାହାକୁ ସରକାର ଆଜି ଯାଏ ମାନୁନାହାନ୍ତି ବୋଲି ବିଶ୍ୱର ଜଣାଶୁଣା ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି। ଏହା ମଧ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ, ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ରହିଛନ୍ତି। ଅପରପକ୍ଷରେ ଜିଏସ୍‌ଟି ଭଳି ଏକ ଦେଶ ଏକ ଟିକସ ଲାଗୁ କରାଇବା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ଲାଭବାନ ହେବେ ବୋଲି ଏହାକୁ କାର୍ଯ୍ୟକାରୀ କରାଗଲା। ୩ ବର୍ଷ ବିତିଯାଇଥିଲେ ମଧ୍ୟ ଜିଏସ୍‌ଟି ଠିକ୍‌ ଭାବେ ଲାଗୁ ହୋଇପାରିନାହିଁ। ଏହାକୁ ସରକାର ତରବରିଆ ଭାବେ ଲାଗୁ କରିଥିଲେ ମଧ୍ୟ ଏବେ ଯାଏ ଏହାର ତ୍ରୁଟିବିଚ୍ୟୁତି ହେଉଥିବାରୁ ଟିକସ ସଂଗ୍ରହ ଉନ୍ନତି ଆସିପାରିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, କ୍ଷତିପୂରଣ ରାଶି କେନ୍ଦ୍ର ପ୍ରଦାନ କରିବାରେ ନିୟମ ରହିଥିଲେ ମଧ୍ୟ ଏହାକୁ କେନ୍ଦ୍ର ଆଳ ଦେଖାଇ ରାଜ୍ୟଗୁଡିକୁ ନିରାଶ କରିଛି। କେନ୍ଦ୍ରର ଯୁକ୍ତି ହେଲା ରାଜସ୍ବ କ୍ଷତି ହେଲେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କେନ୍ଦ୍ର ବାଧ୍ୟ ନୁହେଁ। ଏହାକୁ ରାଜ୍ୟଗୁଡିକ ମାନିବାକୁ ପ୍ରସ୍ତୁତ ନୁହନ୍ତି। କାରଣ ଜିଏସ୍‌ଟି ଲାଗୁ ହେବା ପରେ ସ୍ଥାନୀୟ ସ୍ତରରେ ଲାଗୁ ହେଉଥିବା ପ୍ରାୟ ୧୨ ଊର୍ଦ୍ଧ୍ୱ ଟିକସ ଜିଏସ୍‌ଟି ପରିସରକୁ ଚାଲିଗଲା। ରାଜ୍ୟଗୁଡିକ ଏଭଳି ଟିକସ ଲାଗୁକରି କିଛି ଟିକସ ପାଉଥିଲେ। ମାତ୍ର ଜିଏସ୍‌ଟି ପରେ କେନ୍ଦ୍ରର ମନମାନି ଦେଖିବାକୁ ମିଳୁଛି ବୋଲି ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଅଭିଯୋଗ କରୁଛନ୍ତି। କେନ୍ଦ୍ର କିଭଳି ନିଜ ନୈତିକ ଦାୟିତ୍ୱଠାରୁ ହଟିଯାଉଛି, ଯାହା ଆର୍ଥତ୍କ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କୁହାଯାଏ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବାକୁ ପୁଣି ଥରେ ୧୯୯୧ ଭଳି ମ୍ୟାଜିକ ଆର୍ଥତ୍କ ନୀତିର ଆବଶ୍ୟକତା ରହିଛି ବୋଲି ଆଉ କେତେଜଣ ଅର୍ଥ ବିଶେଷଜ୍ଞ ମତ ପ୍ରକାଶ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri