ବୁଝିବାରେ ଅସଫଳ

ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଓ ପୂର୍ବ ଭାଗରେ ଥିବା ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ନିର୍ବାଚନ ଫଳ ୧-୧ରେ ଶେଷ ହୋଇଛି। ଅର୍ଥାତ୍‌ ଦୁଇ ରାଜ୍ୟରେ ଶାସନରେ ଥିବା ମେଣ୍ଟ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ମହାରାଷ୍ଟ୍ର କଥା ଦେଖିଲେ ଭାଜପା, ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ୍‌ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ନେଇ ଗଠିତ ମେଣ୍ଟ ବା ମହାୟୁତି ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରୁ ୨୩୫ ଆସନ ଜିତି ତିନି ଚତୁର୍ଥାଂଶ ସିଟ୍‌ ହାସଲ କରିଛି। ଅନ୍ୟପକ୍ଷରେ ଉଦ୍ଧବ ବାଲାସାହେବ ଠାକ୍‌ରେ (ୟୁବିଟି) ଶିବସେନା, କଂଗ୍ରେସ ଏବଂ ଶରଦ ପାଓ୍ବାରଙ୍କ ଏନ୍‌ସିପିଏସ୍‌ପିକୁ ମିଶାଇ ଗଢ଼ି ଉଠିଥିବା ମହାବିକାଶ ଅଘାଡି (ଏମ୍‌ଭିଏ) ମାତ୍ର ୪୮ ସିଟ୍‌ ଜିତିବାରେ ସକ୍ଷମ ହୋଇଛି। ଯଦି ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦେଖାଯାଏ, ସେତେବେଳେ ଘଟିଥିବା ରାଜନୈତିକ ସମୀକରଣ ଦେଶବାସୀଙ୍କୁ ଭିନ୍ନ ବାର୍ତ୍ତା ଦେଇଥିଲା। ବାରମ୍ବାର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଘଟିବା ମହାରାଷ୍ଟ୍ରରେ କ୍ଷମତା ରାଜନୀତିକୁ ପଦାରେ ପକାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନରେ ୟୁବିଟି, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପିଏସ୍‌ପି ଭଲ ପ୍ରଦର୍ଶନ କରିଥିଲେ। ସେହି ଅନୁଯାୟୀ ଏମ୍‌ଭିଏ ଆଶା ରଖିଥିଲା ଶାସନ ଡୋରି ତାକୁ ମିଳିବ। କେବଳ ସେତିକି ନୁହେଁ, ୧୯୭୨ ପରେ ଏହା ହେଉଛି ପ୍ରଥମ ନିର୍ବାଚନ, ଯେଉଁଥିରେ ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ମେଣ୍ଟ ଏତେସଂଖ୍ୟକ ଆସନ ଜିତିପାରିଛି। ମହାରାଷ୍ଟ୍ରବାସୀ ଭାଜପା ପରିଚାଳିତ ମହାୟୁତି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଏମ୍‌ଭିଏ ୨୦୨୪ ଲୋକ ସଭା ନିର୍ବାଚନର ଉତ୍ତମ ଫଳାଫଳକୁ ଦେଖି ଖାମଖିଆଲ ଭାବେ ଟିକେଟ ବଣ୍ଟନ କରିଥିଲା। ଏଥିସହିତ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚତ୍ବାରେ ବିରୋଧୀ ମେଣ୍ଟ ସକ୍ଷମ ହୋଇ ନ ଥିଲା। ଫଳସ୍ବରୂପ କଂଗ୍ରେସ ମାତ୍ର ୧୫ ସିଟ୍‌ ପାଇଥିବାବେଳେ ଶରଦ ପାଓ୍ବାରଙ୍କ ଏନ୍‌ସିପିଏସ୍‌ପି ୧୦ ଓ ଶିବସେନା (ୟୁବିଟି) ମାତ୍ର ୨୦ ଆସନ ଜିତି ଶୋଚନୀୟ ପ୍ରଦର୍ଶନ କରିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଲୋକ ସଭା ନିର୍ବାଚନର ସଫଳତା ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସ୍ପଷ୍ଟ ଭାବେ କହି ହେବନାହିଁ। ଅପରପକ୍ଷରେ ଭାଜପା ଓ ଏକନାଥ ଶିନ୍ଦେଙ୍କ ଶିବସେନା ମିଶି ଯେତେବେଳେ ସରକାର ଗଠନ କରିଥିଲେ, ସେତେବେଳେ ସଂଖ୍ୟାକୁ ଗୁରୁତ୍ୱ ନ ଦେଇ ଭାଜପା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇଥିଲା। ସମ୍ଭବତଃ ଭୋଟରଙ୍କ ସମବେଦନା ଫଡ୍‌ନବିସଙ୍କ ପ୍ରତି ରହିବାରୁ ସେ ନିର୍ବାଚନକୁ ଚତୁରତାର ସହ ପରିଚାଳନା କରି ଲାଭ ଉଠାଇପାରିଛନ୍ତି ବୋଲି କୁହାଯାଉଛି। ୨୦୧୯ ବିଧାନସଭା ନିର୍ବାଚନରେ ୧୦୫ ଆସନ ପାଇଥିବା ଭାଜପା ଏଥର ୧୩୨ ଆସନ ପାଇପାରିଛି। ଏବେ ମୁଖ୍ୟମନ୍ତ୍ରୀ ପଦବୀ କାହା ନିକଟକୁ ଯିବ ସେଥିନେଇ ବିଚାରବିମର୍ଶ ଚାଲିଛି। କିନ୍ତୁ ଏହି ନିର୍ବାଚନରେ ସର୍ବାଧିକ କ୍ଷତି ଜାତୀୟ ଦଳ ଭାବେ କଂଗ୍ରେସ ଭୋଗିଥିବା ବେଳେ ଶିବସେନା(ୟୁବିଟି)ର ଖାଦି ମଧ୍ୟ କମିଯାଇଛି।
ଝାଡ଼ଖଣ୍ଡ କଥା ଦେଖିଲେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), କଂଗ୍ରେସ ଓ ଆର୍‌ଜେଡି ମେଣ୍ଟ ପୁନଶ୍ଚ କ୍ଷମତାକୁ ଫେରିଛି। ସେହି ରାଜ୍ୟରେ ଶାସନକୁ ନିଜ ଆଡ଼କୁ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତିରେ ପକାଇ ଭାଜପା ତାଙ୍କୁ ଜେଲ ପଠାଇଥିଲା। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପେଇ ସୋରେନ୍‌ଙ୍କୁ ମଧ୍ୟ ନିର୍ବାଚନ ପୂର୍ବରୁ ଭାଜପା ନିଜ ଆଡ଼କୁ ନେଇଯାଇଥିଲା। ହେଲେ ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସୋରେନ ଜେଏମ୍‌ଏମ୍‌ର ଜଣେ ଲଢ଼ୁଆ ସୈନିକ ଭାବେ ସଂଗ୍ରାମ କରି ଭୋଟରଙ୍କୁ ଏକଜୁଟ କରିବାରେ ସଫଳ ହେଲେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ତେବେ ଚମ୍ପେଇଙ୍କୁ ଅସ୍ତ୍ର କରି ଆଦିବାସୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାରେ ସକ୍ଷମ ହୋଇ ନ ଥିବା ଭାଜପାକୁ ଶେଷରେ ଝାଡ଼ଖଣ୍ଡବାସୀ ଶାସନଠାରୁ ପୁଣି ଦୂରେଇ ରଖିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡର ଜାମସେଦପୁର (ପୂର୍ବ) ବିଧାନସଭା କ୍ଷେତ୍ରରୁ କଂଗ୍ରେସର ଓଡ଼ିଶା ପାଇଁ ନିଯୁକ୍ତ ହୋଇଥିବା ପ୍ରଭାରୀ ଅଜୟ କୁମାର ଭାଜପା ପ୍ରାର୍ଥୀ ତଥା ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କଠାରୁ ୬୪,୩୨୦ ଖଣ୍ଡ ଭୋଟରେ ହାରିଯାଇଛନ୍ତି।
ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ଭୋଟରଙ୍କୁ ଆଜିକାର ରାଜନେତାମାନେ ବୁଝିବାରେ ଅସଫଳ ହେଉଛନ୍ତି। କେଉଁଠି ମାଗଣା ସାମଗ୍ରୀ ବା ସେବା ଦେଇ ଭୋଟ ନେବାର ଉଦ୍ୟମ ସଫଳ ହେଉଥିବା ବେଳେ ଅନ୍ୟ କେଉଁଠି ତାହାର ବିପରୀତ ପ୍ରତିଫଳନ ଦେଖାଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri