ପ୍ରେମରେ ବିଫଳ: ବେକରେ ଗାମୁଛା ଲଗାଇ ଝୁଲିପଡ଼ିଲେ ଯୁବକ

କୋକସରା,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଗୋବର୍ଦ୍ଧନ ମାଝି (୩୦) ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରେମରେ ବିଫଳ ହେବା ପରେ ହତାଶହୋଇ ଗୋବର୍ଦ୍ଧନ ଏଭଳି କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗୋବର୍ଦ୍ଧନ ଜଣେ ନାବାଳିକାକୁ ଭଲ ପାଉଥିଲେ। କୌଣସି କାରଣକୁ ନେଇ ପ୍ରେମ ସମ୍ପର୍କରେ ଫାଟ ହେବାରୁ ଶୁକ୍ରବାର ସକାଳେ ଘରୁ ଗାଧେଇବାକୁ ବାହାରି ଗିରିଗୋବରର୍ଦ୍ଧ ପାହାଡ଼ ନୂଆବନ୍ଧ ପାଖ ଏକ ନିମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧/୨୩) ରୁଜୁ କରି ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ ଅଫିସ,୬।୧: ବହୁଚର୍ଚ୍ଚିତ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଶୁକ୍ରବାର ହାଇକୋର୍ଟ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

ଆଖି ବୁଜିଲା ଚିକିତ୍ସାଧୀନ ମାଈ ହାତୀ

ନରସିଂହପୁର,୭ା୫(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ରିଜର୍ଭ ଜଙ୍ଗଲର କମ୍ପାର୍ଟମେଣ୍ଟ ୭ରେ ୩ ଦିନ ଧରି ଚିକିତ୍ସାଧୀନ ଥିବା ଏକ...

ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସୁନ୍ଦରଗଡ଼,୧୨।୯ (ଡି.ଏନ୍‌.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ...

ବିଦ୍ୟାଳୟ ଯିବାକୁ କାଠପୋଲ ଭରସା

ଆର.ଉଦୟଗିରି,୧୭।୮(ଡି.ଏନ.ଏ.): ଛାତ୍ରୀଛାତ୍ରମାନଙ୍କୁ ଗୁଣାମ୍ଭକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦ୍ଦେଶ୍ୟରେ ଅନେକ ଯୋଜନା ମଧ୍ୟମରେ ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି...

ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୨୬।୮: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର...

୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା ଅଫିସ/ଲଖନପୁର, ୩।୮(ଡି.ଏନ,ଏ): ଝାରସୁଗୁଡା ଜିଲା ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ ଜୟ ଭୀମ ଘାସି ସମାଜ ପକ୍ଷରୁ ଶନିବାର ୧୨ଘଣ୍ଟିଆ ବନ୍ଦ...

ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...

ଥୁଆବାରିରେ ଶହୀଦ ଦିବସ : ଜିଲାସ୍ତରୀୟ ଅଧିକାରୀ ଯୋଗ ନ ଦେବାରୁ ଅସନ୍ତୋଷ

ନୟାଗଡ଼ ଅଫିସ/ନୂଆଗାଁ,୧୧ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଥୁଆବାରି ଗ୍ରାମରେ ଗୁରୁବାର ଶହୀଦ ଦିବସ ପାଳିତ ହୋଇ ଯାଇଛି। ଗ୍ରାମବାସୀଙ୍କ ନେତୃତ୍ୱରେ...

Advertisement
Archives

Model This Week