ବଇଣ୍ଡାରେ ଫଗୁଦଶମୀ

ବଇଣ୍ଡା,,୧୫।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ରବିବାର ରାଧାକୃଷ୍ଣଙ୍କ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପୂଜକ ମଦନ ମୋହନ ମିଶ୍ର ପୂଜା କରିଥିବାବେଳେ ଘାସିନାଥ ବେହେରା କର୍ତ୍ତା ଭାବେ ଯୋଗଦେଇଥିଲେ। ଠାକୁରଙ୍କଠାରେ ଫଗୁ ଲାଗିପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଫଗୁ ଖେଳ ହୋଇଥିଲା। ଗ୍ରାମ ସମ୍ପାଦକ ଜିତେନ୍ଦ୍ର ବେହେରା, ମହେଶ ସାହା, ରମେଶ ଚନ୍ଦ୍ର ଟିବୃୱାଲା, ମାନସ କୁମାର ସାହୁ, ରମାକାନ୍ତ ବେହେରା, ରମେଶ କୁମାର ବେହେରା, ଦୀପକ ବେହେରା, ସୁଧୀର ପ୍ରଧାନ, ଚିନୁ ପ୍ରଧାନ, ପ୍ରାଣବନ୍ଧୁ ବେହେରା, ସଞ୍ଜୟ ସାହୁ, ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।