Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପାଇଁ ଶିନ୍ଦେଙ୍କ ନାମ ପ୍ରସ୍ତାବ ଦେଇଥିଲେ ଫଡନାଭିସ…

ମୁମ୍ବାଇ,୬।୧୧ : ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରଙ୍କ ପତନ ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ତେବେ ସମସ୍ତ କଳ୍ପନାଜଳ୍ପନା ଭୁଲ ବୋଲି ପ୍ରମାଣିତ ହୋଇଥିଲା ଏବଂ ପ୍ରାୟ ୪୦ଜଣ ବିଧାୟକଙ୍କ ସମର୍ଥନ ଥିବା ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଫଡନାଭିସ ନିଜେ ପ୍ରକାଶ କରିଛନ୍ତି ଯେ ଶିନ୍ଦେଙ୍କ ନାମକୁ ମୁଖ୍ୟମନ୍ତ୍ରର ଭାବେ ପ୍ରସ୍ତାବ ଦେଇଥିଲେ।

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକ ଚ୍ୟାନେଲ ସହିତ କଥାବାର୍ତ୍ତା କରି କହିଛନ୍ତି, ମୁଁ ଏକ କଥାରେ ନିଶ୍ଚିତ ଭାବେ କହିପାରିବି ଯେ, ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି କେବଳ ମୋ ସହିତ ପରାମର୍ଶ କରିବା ପରେ ନିଆଯାଇଥିଲା। ମୁଁ ଜାତୀୟ ଟିଭିରେ ମଧ୍ୟ କହିପାରେ ଯେ ଏହା ମୋର ପ୍ରସ୍ତାବ ଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ମୁଁ କହିଥିଲି। ଆମର ନେତାମାନେ ଏହି ପ୍ରସ୍ତାବ ଗ୍ରହଣ କରିଥିଲେ। ଅବଶ୍ୟ ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ। ’

ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସମୟରେ ସେ ସରକାରଙ୍କ ଠାରୁ ଦୂରେଇ ରହିବାକୁ ଚିନ୍ତା କରୁଥିବା ଖବର ମଧ୍ୟ ଆସିଥିଲା, କିନ୍ତୁ ହଠାତ ସେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଚାପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମଧ୍ୟ ଅନୁମାନ କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡା ମଧ୍ୟ ଫଡନାଭିସଙ୍କୁ ସରକାରରେ ରହିବାକୁ ପରାମର୍ଶ ଦେଇଥିଲେ।

ଫଡନାଭିସ କହିଛନ୍ତି ଯେ ମହାରାଷ୍ଟ୍ରର ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯାଇଛି। ମୁଁ ସରକାରଙ୍କ ଠାରୁ ଦୂରେଇ ରହିବାକୁ ସ୍ଥିର କରିଥିଲି ଯାହା ଦ୍ୱାରା କେହି କହିବେ ନାହିଁ ଯେ ଆମେ କ୍ଷମତା, ଲୋଭ ପାଇଁ ହାତ ମିଳାଇଛୁ। ମୋର ନେତାମାନେ ମୋତେ କହିଥିଲେ ଯେ ରାଜ୍ୟରେ ସରକାର ଚଳାଇବା ପାଇଁ ମୋର ଅଭିଜ୍ଞତା ଆବଶ୍ୟକ। ସେମାନେ କହିଥିଲେ ଯେ ସରକାର ବାହାରୁ ଚାଲିପାରିବେ ନାହିଁ ତେଣୁ ମୋତେ ସରକାରରେ ଯୋଗଦେବାକୁ କହିଥିଲେ।

Share