Categories: ଜାତୀୟ

ଶିନ୍ଦେଙ୍କୁ ଝଟ୍‌କା ଦେଇପାରନ୍ତି ଫଡନଭୀସ, ଭାଜପାରେ ୨୨ ଶିବସେନା ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୨୪।୧୦ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମୁଖପତ୍ର ସାମନାରେ ଦାବି କରିଛି ଯେ ୪୦ ବିଦ୍ରୋହୀ ଶିବସେନା ବିଧାୟକଙ୍କ ମଧ୍ୟରୁ ୨୨ ଜଣ ଖୁବ ଶୀଘ୍ର ଭାଜପାରେ ଯୋଗଦେବେ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ ଝଟ୍‌କା ଦେବାର ସମ୍ଭାବନା ଥିବା ସାମନାରେ କୁହାଯାଇଛି।

ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଭାଜପାର ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଉଦ୍ଧବଙ୍କ ଶିବସେନା ଦାବି କରିଛି।

ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଯେକୌଣସି ସମୟରେ ହଟାଇ ଦିଆଯିବ।ସାମନାରେ କୁହାଯାଇଛି ମହାରାଷ୍ଟ୍ରର ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ନିର୍ବାଚନରେ ଶିନ୍ଦେଙ୍କ ଦଳର ସଫଳତା ମିଥ୍ୟା। ଭାଜପା ନିଜ ସ୍ବାର୍ଥ ପାଇଁ ଶିନ୍ଦେଙ୍କୁ ବ୍ୟବହାର କରିବ।

ମୁଖ୍ୟମନ୍ତ୍ରୀ ଭାବରେ ଶିନ୍ଦେଙ୍କର ରାଜ୍ୟ ପାଇଁ ଅବଦାନ ଦୃଶ୍ୟମାନ ନୁହେଁ। ଦେବେନ୍ଦ୍ର ଫଡନାଭୀସ ସବୁଆଡେ ଦେଖାଯାଉଛନ୍ତି। ଦିଲ୍ଲୀରେ ଶିନ୍ଦେଙ୍କର କୌଣସି ପ୍ରଭାବ ନାହିଁ।

Share