ପ୍ରେମିକଙ୍କ ନିର୍ଯାତନାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୮ା୯(ବ୍ୟୁରୋ): ପ୍ରେମିକ ଓ ତାଙ୍କ ପରିବାର ମାନସିକ ନିର୍ଯାତନା ଦେବା ସହ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ସମ୍ବଲପୁର ସଦର ଥାନା ରାଶନପୁର ତୁରିପଡାର ଅଧ୍ୟାପିକା ପ୍ରିୟଙ୍କା ନାଏକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପ୍ରେମିକ ଓ ତାଙ୍କ ପରିବାର ସହ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ ଦାବିରେ ମଙ୍ଗଳବାର ପ୍ରିୟଙ୍କାଙ୍କ ପରିବାର ଓ ସମ୍ପର୍କୀୟ ସଦର ଥାନା ପରିସରରେ ଧାରଣା ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶତାଧିକ ମହିଳାପୁରୁଷ ଥାନା ପରିସରରେ ଭୋକଉପାସରେ ବସିରହିଥିଲେ।
ଥାନାରେ ହୋଇଥିବା ଅଭିଯୋଗ କ୍ରମେ ସୋନପୁର ଜିଲା ବିନିକାର ସୁନୀଲ ହର ଓ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରାୟ ଅଢେଇ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ପ୍ରିୟଙ୍କା ରାଶନପୁରସ୍ଥିତ ସରକାରୀ ଆଇଟିଆଇ କଲେଜରୁ ପଢା ସାରିଥିବାବେଳେ ସେଠାରେ ଅତିଥି ଅଧ୍ୟାପିକା ଭାବେ କାମ କରୁଥିଲେ। ସୁନିଲ ଓ ପ୍ରିୟଙ୍କାଙ୍କ ବିବାହ ପାଇଁ ଉଭୟ ପରିବାର ଭିତରେ ଆଲୋଚନା ହୋଇ ରାଜି ହୋଇଥିଲେ। ପୂଜା ପରେ ସୁନିଲଙ୍କ ପରିବାର ବିବାହ ପାଇଁ ନିର୍ବନ୍ଧ କରିବାକୁ ସ୍ଥିର ହୋଇଥିଲା। ହେଲେ କିଛିଦିନ ପୂର୍ବରୁ ଗ୍ରାମର ଜଣେ ମହିଳା ପ୍ରେମିକ ସୁନିଲଙ୍କ ଘର ସହିତ ଯୋଗଯୋଗ କରିଥିଲେ। ସେ ପ୍ରିୟଙ୍କାଙ୍କ ଚରିତ୍ରକୁ ନେଇ ସୁନିଲ ଓ ତାଙ୍କ ପରିବାରକୁ ଭୁଲ ତଥ୍ୟ ଦେଇଥିଲେ। ପ୍ରେମିକ ସୁନିଲ ଏହାକୁ ନେଇ ପ୍ରିୟଙ୍କାଙ୍କୁ ଫୋନରେ ଗାଳିଗୁଲଜ କରିଥିଲେ। ସୁନିଲଙ୍କ ପରିବାର ମଧ୍ୟ ଅନୁରୂପ ଭାବେ ପ୍ରିୟଙ୍କାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ। ଘଟଣା ଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୪ରେ ପ୍ରିୟଙ୍କା ଶେଷଥର ପାଇଁ ସୁନିଲଙ୍କୁ ଫୋନ କରିଥିଲେ। ହୋଇଥିବା ଭୁଲ ବୁଝାମଣା ସୁଧାରିବାକୁ ଚେଷ୍ଟା କରିଥିଲେ। ଏତେ ଦିନର ପ୍ରେମସମ୍ପର୍କକୁ ଭାଙ୍ଗି ନ ଦେଇ ବିବାହ କରିବାକୁ ଅନୁରୋଧ କରିଥିଲେ। ହେଲେ ସୁନିଲ କୌଣସି କଥା ନ ଶୁଣି ପ୍ରିୟଙ୍କାଙ୍କୁ ଗାଳିଦେବା ସହ ତାଙ୍କ ଜୀବନରୁ ଦୂରେଇ ଯିବାକୁ କହିଥିଲେ। ତେଣୁ ମାନସିକ ସନ୍ତୁଳନ ହରାଇ ପ୍ରିୟଙ୍କା ଆତ୍ମହତ୍ୟା କରିଥିଲେ। ଏଥିପାଇଁ ସୁନିଲ ଓ ତାଙ୍କ ପରିବାର ଦାୟୀ। ତେଣୁ ସେମାନଙ୍କ ସହ ଗ୍ରାମର ମହିଳାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହାଛଡା ସୋମବାରଠାରୁ ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ୨୬୦/୨୨ରେ ମାମଲା ରୁଜୁ କରିବା ସହ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ପୋଲିସ ହାତ ଖାଲି ବୋଲି ଅଭିଯୋଗ କରିଥିଲେ। ପରେ ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁୁ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି। ପୋଲିସର ଏକ ଟିମ୍‌ ପ୍ରେମିକ ଘର ବିନିକା ଯାଇଛି। ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri