ଫେସବୁକ ଡାଉନ ଯୋଗୁ ଜୁକରବର୍ଗଙ୍କ ୭ ଅରବ ଡଲାର କ୍ଷତି

ୱାଶିଂଟନ,୫ ।୧୦: ଫେସବୁକ ଡାଉନ ଯୋଗୁ ଏହାର କୋ ଫାଉଣ୍ଡର ଓ ସିଇଓ ମାର୍କ ଜୁକରବର୍ଗଙ୍କୁ ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହିବାକୁ ପଡିଛି । ତାଙ୍କର ନେଟୱର୍ଥରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୭ ଅରବ ଡଲାର(୫୨ ହଜାର କୋଟି ଟଙ୍କା) କ୍ଷତି ହୋଇଛି । ଫଳରେ ସେ ଅରବପତିଙ୍କ ତାଲିକାରେ ଟିକେ ତଳକୁ ଖସି ଯାଇଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ସମୟଅନୁସାରେ ସୋମବାର ତାରି ପ୍ରାୟ ୧୦ଟା ପରଠାରୁ ବିଶ୍ୱର ସବୁ ସ୍ଥାନରେ ଫେସବୁକର ସମସ୍ତ ସର୍ଭିସଡାଉନ ହୋଇଯାଇଥିଲା । ଫେସବୁକ୍ ସର୍ଭିସ ବ୍ୟତୀତ ଇନଷ୍ଟାଗ୍ରାମ, ହ୍ୱାଟସଆପ, ଆମେରିକା ଟେଲିକମ କମ୍ପାନୀ ଯେମିତିକି ଭେରି ଜୋନ୍‌, ଏଟି ଆଣ୍ଡ ଟି ଓ ଟି ମୋବାଇଲର ସର୍ଭିସ କିଛି ଘଣ୍ଟା ପାଇଁ ଠପ୍ ହୋଇ ଯାଇଥିଲା । ଏହାରି ଭିତରେ ଜୁକରବର୍ଗ ଏକ ମୋଟା ଅଙ୍କର କ୍ଷତି ସହିଛନ୍ତି । ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସ ଅନୁଯାୟୀ, ଏଥିପାଇଁ ଜୁକରବର୍ଗଙ୍କର ନେଟୱର୍ଥ କମ୍ ହୋଇ ୧୨୦.୯ ଡଲାର ହୋଇଯାଇଛି ଓ ସେ ବିଲ ଗେଟସ୍‌ଙ୍କ ତଳକୁ ୫ମ ସ୍ଥାନକୁ ଖସି ଆସିଛନ୍ତି । ପୂର୍ବରୁ ସେ ବିଲିୟନିୟର୍ସଙ୍କ ତାଲିକାର ଚତୁର୍ଥ ସ୍ଥାନରେ ଥିଲେ । ଚଳିତ ବର୍ଷ ୧୩ ସେପ୍ଟେମ୍ବରରୁ ଏବେପର୍ଯ୍ୟନ୍ତ ତାଙ୍କର ନେଟୱର୍ଥରେ ୧୯ ଅରବ ଡଲାର କ୍ଷତି ହେଲାଣି ।

Share