ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍‌ ସଂସ୍କରଣ ପାଇଁ ଏହି ଦେୟ ୧୪.୯୯ ଅର୍ଥାତ୍‌ ପ୍ରାୟ ୧,୨୪୦ ଟଙ୍କା ରହିଛି। ବର୍ତ୍ତମାନ ମେଟା ଭେରିଫାଏଡ୍‌ର ଭାରତୀୟ ମୂଲ୍ୟ ସାମ୍ନାକୁ ଆସିଛି। ଭାରତୀୟ ୟୁଜର୍ସଙ୍କୁ ମାସକୁ ୧୪୫୦ ଟଙ୍କା ଦେବାକୁ ପଡିବ। ଏହି ମୂଲ୍ୟ ମୋବାଇଲ ସଂସ୍କରଣ ପାଇଁ ଅଟେ। ଏହି ଟଙ୍କା ଦେଇ ଉଭୟ ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବସାଇଟ କିମ୍ବା ୱେବ ସଂସ୍କରଣ ପାଇଁ ୧,୦୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ମେଟା ଭେରିଫାଏଡ ଅଧୀନରେ ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟଗୁଡିକ ସରକାରୀ ଆଇଡି କାର୍ଡ ଦେଇ ଭେରିଫାଏ କରାଯାଇପାରିବ। ମେଟା ଭେରିଫାଏଡ ସୁବିଧା ବର୍ତ୍ତମାନ ବ୍ୟବସାୟ ଏବଂ ୧୮ ବର୍ଷରୁ କମ୍‌ ବ୍ୟକ୍ତିବିଶେଷଙ୍କ ପାଇଁ ବର୍ତ୍ତମାନ ଉପଲବ୍ଧ ନୁହେଁ।
ଏହାପୂର୍ବରୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ପେଡ୍‌ ସବ୍‌ସ୍କ୍ରିପ୍‌ଶନ ସେବା ଆରମ୍ଭ କରିଥିଲା। ବ୍ଲୁ ଟିକ୍‌ ପାଇବାକୁ ଏବଂ ପ୍ରିମିୟମ ସବସ୍କ୍ରିପ୍‌ଶନ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ। ଏଥିସହିତ କମ୍ପାନୀ ସର୍ବନିମ୍ନ ମୂଲ୍ୟର ପ୍ରିମିୟମ ସବ୍‌ସ୍କ୍ରିପ୍‌ଶନ ଯୋଜନା ୬୫୦ ଟଙ୍କା ମଧ୍ୟ ରହିଛି। ଏହି ଯୋଜନା ୱେବ୍‌ ବ୍ୟବହାରକାରୀଙ୍କ ପାଇଁ ପ୍ରଯୁଜ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri