‘ହାସ୍‌ ରିଜାଇନ୍‌ ମୋଦି’କୁ ବ୍ଲକ୍‌ କଲା ଫେସବୁକ୍‌…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲରେ ଅକ୍ସିଜେନ ଅଭାବ, ବେଡ୍‌ ନ ମିଳିବା ଭଳି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସୋସିଆଲ୍‌ ମିଡ଼ିଆରେ ସମାଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆରମ୍ଭ ହୋଇଥିବା ‘ହାସ୍‌ ରିଜାଇନ୍‌ ମୋଦି’ ହାସ୍‌ଟ୍ୟାଗ୍‌କୁ ଫେସବୁକ୍‌ ପକ୍ଷରୁ ଅସ୍ଥାୟୀ ଭାବେ ବ୍ଲକ୍‌ କରାଯାଇଛି। ଏହାକୁ ନେଇ ବିବାଦ ଉଠିବା ପରେ ଫେସବୁକ୍‌ ପ୍ରବକ୍ତା ସୂଚନା ଦେଇଛନ୍ତି ଯେ, ଭୁଲ୍‌ରେ ଏହି ହାସ୍‌ଟ୍ୟାଗ୍‌କୁ ଅସ୍ଥାୟୀ ଭାବେ ବ୍ଲକ୍‌ କରାଯାଇଛି। ତେବେ ଏହାକୁ ଖୁବ୍‌ ଶୀଘ୍ର ରିଷ୍ଟୋର କରି ଦିଆଯିବ ବୋଲି ସେ କହିଛନ୍ତି।

Share