ଫେସବୁକ୍‌ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…

ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ବୁଧବାର ମଧ୍ୟ ନିଶ୍ଚିତ କରିଛି। ତେବେ ଶେରିଲଙ୍କ କମ୍ପାନୀ ଛାଡିବାର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଇସ୍ତଫା ବିଷୟରେ ସାଣ୍ଡବର୍ଗ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ସମାଜ ପାଇଁ ଆଗକୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ସେ ଯୋଜନା କରିଛନ୍ତି।

ଫେସବୁକରେ ସାଣ୍ଡବର୍ଗଙ୍କ ପ୍ରାୟ ୧୪ ବର୍ଷ ଧରି କାମ କରିଥିଲେ। ସିଏନଏନ ରିପୋର୍ଟ ଅନୁଯାୟୀ, ସାଣ୍ଡବର୍ଗ ଲେଖିଛନ୍ତି, ସୋସିଆଲ ମିଡିଆକୁ ନେଇ ବିତର୍କ ହେବା ଦିନଠାରୁ ସେ ବେଶ୍‌ ଚିନ୍ତିତ ଥିଲେ। ଲୋକମାନଙ୍କର ଗୋପନୀୟତାକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। ତେବେ ଅନ୍ୟ ଏକ ଫେସବୁକ ପୋଷ୍ଟରେ ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ସାଣ୍ଡବର୍ଗ ସେବା ଜାରି ରଖିବେ। କମ୍ପାନୀର ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ଜାଭିୟର୍‌ ଅଲିଭାନ ବର୍ତ୍ତମାନ ପରବର୍ତ୍ତୀ ସିଓଓ ହେବେ। କିନ୍ତୁ ଜାଭିୟରଙ୍କ ଭୂମିକା ଶେରିଲ କମ୍ପାନୀ ପାଇଁ ଯାହା କରିଛନ୍ତି ତାହାଠାରୁ ଭିନ୍ନ ହେବ।

ଜୁକରବର୍ଗ ନିଜେ କହିଛନ୍ତି ଯେ ଜାଭିୟରଙ୍କ ଭୂମିକା ଏକ ପାରମ୍ପାରିକ ସିଓଓଙ୍କ ଭୂମିକା ହେବ। ସେ କହିଛନ୍ତି ମୁଁ ଭାବୁଛି ମେଟା ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ଆମର ସମସ୍ତ ଉତ୍ପାଦ ଏବଂ ବ୍ୟବସାୟ ଗୋଷ୍ଠୀ ଏକାଠି କାମ କରିବା ଅର୍ଥପୂର୍ଣ୍ଣ ଅଟେ। ସମସ୍ତ ବ୍ୟବସାୟ ଏବଂ ଉତ୍ପାଦକୁ ପୃଥକ ଭାବରେ ପରିଚାଳନା ଜରୁରୀ। ଜୁକରବର୍ଗଙ୍କ ସହ କାମ କରିବା, ସାଣ୍ଡବର୍ଗ ଫେସବୁକର ରାଜସ୍ବକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି ବୋଲି ସିଏନଏନ ରିପୋର୍ଟ କରିଛି। ୨୦୦୭ରେ ପ୍ରାୟ ୧୫୦ ମିଲିୟନ ଆମେରିକୀୟ ଡଲାରରୁ ୨୦୧୧ରେ ୩.୭ ବିଲିୟନ ଡ଼ଲାରକୁ ବୃଦ୍ଧି କରିବାରେ ଶେରିଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେତେବେଳେ ସେ ଫେସବୁକରେ ଯୋଗ ଦେଇଥିଲେ ସେତେବେଳେ ସାଣ୍ଡବର୍ଗ ଟେକ ଇଣ୍ଡଷ୍ଟ୍ରିରେ ଏକ ଉଚ୍ଚ-ପ୍ରୋଫାଇଲ ବ୍ୟକ୍ତିତ୍ୱ ଥିଲେ। ସେ ଗ୍ଲୋବାଲ ଅନଲାଇନ ସେଲ୍ସ ଆଣ୍ଡ ଅପରେସନ୍ସର ଗୁଗୁଲର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।

ଗୁଗୁଲ ପୂର୍ବରୁ ଶେରିଲ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସହ କାମ କରି ବିଶ୍ୱ ବ୍ୟାଙ୍କ ଏବଂ ଟ୍ରେଜେରୀ ବିଭାଗରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିଥିଲେ। ସେହି ପ୍ରାରମ୍ଭିକ ବର୍ଷଗୁଡିକରେ, ଫେସବୁକ ତାଙ୍କୁ ପ୍ରାୟତଃ ଏକ ଯୁବ ପ୍ରତିଷ୍ଠାତା କମ୍ପାନୀର ସୁପରଭାଇଜର ଭାବରେ ରେଫର୍‌ କରିଥିଲା ।

ଜୁକରବର୍ଗ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଯେତେବେଳେ ଶେରିଲ ୨୦୦୮ ରେ ମୋ ସହ କାମ କରିଥିଲେ, ସେତେବେଳେ ମୋତେ ମାତ୍ର ୨୩ ବର୍ଷ ହୋଇଥିଲା ଏବଂ କମ୍ପାନୀ ଚଳାଇବା ବିଷୟରେ ମୁଁ କିଛି ଜାଣି ନ ଥିଲି। ଆମେ ଫେସବୁକ ୱେବସାଇଟ ଭଳି ଏକ ଉତ୍ତମ ଉତ୍ପାଦ ନିର୍ମାଣ କରିଛୁ। ବହୁ ସଂଘର୍ଷ ପରେ ଶେଷରେ ଆମକୁ ସଫଳତା ମିଳିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri