ପ୍ରଥମ ଥର ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହେଲେ ଜୁକରବର୍ଗ

ନୂଆଦିଲ୍ଲୀ,୮।୮: ଫେସ୍‌ବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରଥମ ଥର ୧୦୦ ବିଲିୟନ ଡଲାର ସମ୍ପତ୍ତିର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଫେସ୍‌ବୁକର ଇଙ୍କ୍‌ ଶେୟାରର ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ ଜୁକରବର୍ଗ ଏହି ତାଲିକାରେ ସାମିଲ ହୋଇଛନ୍ତି। ୧୦୦ବିଲିୟନ ଡଲାର କ୍ଲବରେ ପୂର୍ବରୁ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ୍‌ ଓ ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ରହିଛନ୍ତି। ୨୦୨୦ରେ ଏପର୍ଯ୍ୟନ୍ତ ଜୁକରବର୍ଗଙ୍କୁ ପ୍ରାୟ ୨୨ବିଲିୟନ ଡଲାର ଲାଭ ହୋଇଛି। ସେହିପରି ଜେଫ ବେଜୋସଙ୍କୁ ୭୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଲାଭ ହୋଇଛି। ସୂଚନାଯୋଗ୍ୟ, ଗୁରୁବାର ଆମେରିକାର ଷ୍ଟକ ଏକ୍ସଚେଞ୍ଜରେ ଫେସ୍‌ବୁକର ଶେୟାର ୭ପ୍ରତିଶତ ବୃଦ୍ଧି ୨୬୬.୬ଡଲାରରେ ପହଞ୍ଚିଥିବା ବେଳେ ୨୬୫.୨୬ଡଲାରରେ ବନ୍ଦ ହୋଇଯାଇଥିଲା। ବ୍ଲୁମବର୍ଗ ଅନୁସାରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ଆମେରିକାର ଅର୍ଥନୀତି ଦ୍ରୁତ ଗତିରେ ହ୍ରାସ ପାଉଛି। କିନ୍ତୁ ଚଳିତ ବର୍ଷ ବୃହତ୍ତମ ଟେକ୍ନୋଲୋଜିର କମ୍ପାନୀଗୁଡ଼ିକର ପ୍ରତିଷ୍ଠାତାମାନଙ୍କର ମୂଲ୍ୟ ବୃଦ୍ଧି ହୋଇଛି। କାରଣ ଏହି ସମୟରେ ବିଶ୍ୱରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ହୋଇଛି।

Share