ସୀମାନ୍ତରେ ମୁହାଁମୁହିଁ ସ୍ଥିତି: ଓଡ଼ିଶା ପୋଲିସ ଉପରକୁ ବିଛୁଆତି ଫିଙ୍ଗିଲେ ପଶ୍ଚିମବଙ୍ଗବାସୀ

ଭୋଗରାଇ, ୨୫।୪(ଡି.ଏନ.ଏ.): ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ପ୍ରତି ବିପଦ ଦେଖାଦେଇଛି। ଏହି ମାରାମତ୍କ ଭୂତାଣୁ ଅଧିକ ଘାତକ ସାବ୍ୟସ୍ତ ହେଉଥିବାରୁ ଓଡ଼ିଶା ସରକାର ଆଗୁଆ ସତର୍କତା ସ୍ବରୂପ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ସୀମା ସିଲ୍‌ ପରେ ଦୁଇ ରାଜ୍ୟର ସୀମାନ୍ତବାସୀ ମୁହାଁମୁହିଁ ହୋଇଛନ୍ତି। ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍‌ପ୍ଲାଜା ଏବଂ ଭୋଗରାଇ ସାହାବାଜିପୁର ଚନ୍ଦନେଶ୍ୱର-ଦୀଘା ରାସ୍ତାରେ ପୋଲିସ ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିବା ବହୁ ଲୋକଙ୍କୁ ଫେରାଇ ଦେଉଥିବାରୁ ପଶ୍ଚିମବଙ୍ଗବାସୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ସେମାନେ ଶୁକ୍ରବାର ସାହାବାଜିପୁର ଉଦୟପୁର ରାସ୍ତା ଡନ ଛକରେ ଓଡ଼ିଶା ପୋଲିସ ଉପରକୁ ବିଛୁଆତି ଫିଙ୍ଗିବା ସହ କରାଯାଇଥିବା ବାଡ଼କୁ ଓପାଡି ଫିଙ୍ଗିଦେଇଥିଲେ। ଶନିବାର ମଧ୍ୟ ସେମାନେ ସୀମାନ୍ତରେ ଓଡ଼ିଶାର ମାଲବାହୀ ଟ୍ରକ୍‌ଗୁଡ଼ିକୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଟକ ରଖି ନାରାବାଜି ପ୍ରଦର୍ଶନ କରିଥିଲେ। ପଶ୍ଚିମବଙ୍ଗ ସୀମାନ୍ତବାସୀଙ୍କୁ ତାଙ୍କ ପ୍ରଶାସନ ସମର୍ଥନ କରୁଥିବାରୁ ସେଠାରେ ବିସ୍ଫୋରକ ସ୍ଥିତି ଉପୁଜିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଓଡ଼ିଶାରୁ ଯାଇଥିବା ମାଲବାହୀ ଟ୍ରକ୍‌ଗୁଡ଼ିକର ଡ୍ରାଇଭର, କ୍ଲିନର ଓ କର୍ମଚାରୀମାନେ ବାରମ୍ବାର ନିବେଦନ କରିବା ପରେ ପଶ୍ଚିମବଙ୍ଗ ସୀମାନ୍ତବାସୀଙ୍କ ସହ ପ୍ରଶାସନ ଗାଡ଼ିଗୁଡ଼ିକୁ ଛାଡ଼ିଥିଲେ।

ବାଲେଶ୍ୱର ଜିଲା ସହିତ ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମମେଦିନୀପୁର ଅଞ୍ଚଳବାସୀଙ୍କ ସମ୍ପର୍କ ଅତି ନିବିଡ଼। ଏହାବ୍ୟତୀତ ସ୍ବାସ୍ଥ୍ୟସେବା, ବାଣିଜ୍ୟ ବ୍ୟବସାୟ, ହାଟ, ବଜାର, ପର୍ଯ୍ୟଟନ ଓ ବନ୍ଧୁବାନ୍ଧବ ପରସ୍ପର ସହଭାଗିତା ରହିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରୁ କରୋନାର ନୂଆ ଭୂତାଣୁ ବାଲେଶ୍ୱର ଜିଲାକୁ ବ୍ୟାପିବା ଆଶଙ୍କା କରି ଓଡ଼ିଶା ସରକାର ସୀମା ସିଲ୍‌ କରିଛନ୍ତି। ବାଲେଶ୍ୱର ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭୋଗରାଇର ୩୬ ଓ ଜଳେଶ୍ୱର ବ୍ଲକର ୮ଟି ରାସ୍ତାକୁ ସିଲ୍‌ କରି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ରୋକ ଲଗାଇ ୧୪ଦିନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରହିବାକୁ ବାଧ୍ୟତାମୂଳକ କରିଛନ୍ତି। ଅପରପକ୍ଷରେ ଓଡ଼ିଶା ସରକାର ସୀମା ସିଲ୍‌ କୋହଳ ନ କଲେ ଦୀଘାରେ କାର୍ଯ୍ୟରତ ଭୋଗରାଇ ଅଞ୍ଚଳର ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହଟାଇ ଦିଆଯିବ ବୋଲି ସେଠାକାର ଅଞ୍ଚଳବାସୀ ଓ ନେତା ଚେତାବନୀ ଦେଇଛନ୍ତି। ରବିବାରଠାରୁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସୀମାନ୍ତରେ ଅନୁରୂପ ଭାବେ ଅନ୍ୟ ଏକ ନାକାବନ୍ଦୀ ଚେକ୍‌ପୋଷ୍ଟ କରାଯିବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri