ଫଟୋ ଦେଖାଇ ମୁହାଁମୁହିଁ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ଗତ ୭ ଦିନ ଧରି ଅଚଳ ରହିଛି। ପୂର୍ବରୁ ବିରୋଧୀ ଦଳ ବିଧାନସଭାରେ ହଟ୍ଟଗୋଳ କରୁଥିଲେ। ଗତ ଦୁଇଦିନ ହେବ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳର ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ ମଇଦାନକୁ ଓହ୍ଲାଇଛନ୍ତି। ଶାସକ ଦଳ କେନ୍ଦ୍ର ଅବହେଳା ଏବଂ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବିକରି ହୋହଲ୍ଲା କରୁଛନ୍ତି। ବିଧାନସଭାରେ ଏକପ୍ରକାର ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ଓ କଂଗ୍ରେସ କେତେବେଳେ କଳାଗାମୁଛା ପକାଇ ତ ଆଉ କେତେବେଳେ ଘଣ୍ଟ ବଜାଇ, ଗଙ୍ଗାଜଳ ସିଞ୍ଚନ କରି ବିରୋଧୀ ଦଳ ଅଭିନବ ଢଙ୍ଗରେ ପ୍ରତିବାଦ କରି ଆସୁଛନ୍ତି। ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ସର୍ବଦଳୀୟ ବୈଠକ ପରେ ମଧ୍ୟ କୌଣସି ନିର୍ଯାସ ବାହାରି ପାରୁନାହିଁ। ବିରୋଧୀଙ୍କ ଗୋଟିଏ ଜିଦ୍‌ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ, ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ। କେବଳ ଗୋଟିଏ ପ୍ରସଙ୍ଗରେ ବିରୋଧୀ ଅଟକି ଥିବାବେଳେ ଚାଷୀ, ବେକାରି, ଆଇନଶୃଙ୍ଖଳା ଭଳି ଅନ୍ୟାନ୍ୟ ବହୁ ସମସ୍ୟା ହଜିଯାଇଛି।
ବୁଧବାର ୧୦ଟା ୩୦ ମିନିଟରେ ବାଚସ୍ପତି ସଭାକାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କରିଥିଲେ। ବାଚସ୍ପତି ନିଜ ସିଟ୍‌ରେ ବସିବା ଆଗରୁ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଧସେଇ ପଶି ଆସି ହଟ୍ଟଗୋଳ କରିଥ୍‌ତ୍ଲେ। ବିରୋଧୀଙ୍କ ହଟ୍ଟଗୋଳ ଦେଖି ଶାସକ ଦଳର ସଦସ୍ୟମାନେ ମଧ୍ୟ ହୋହଲ୍ଲା କରିଥିଲେ। ମମିତା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଥିଲେ। ଭାଜପା ସଦସ୍ୟମାନେ ଗୋବିନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାର ଏକ ଫଟୋ ଗୃହରେ ଦେଖାଇଥିଲେ। ବିଜେଡି ସଦସ୍ୟମାନେ ମଧ୍ୟ ଗୋବିନ୍ଦଙ୍କ ଓକିଲଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ଥିବା ଫଟୋ ପ୍ଲାକାର୍ଡ ଦେଖାଇଥିଲେ। ଫଳରେ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା।
ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ପରିସ୍ଥିତିରେ କୌଣସି ସୁଧାର ହୋଇ ନ ଥିଲା। ଭାଜପା ସଦସ୍ୟମାନେ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳାଗାମୁଛା ଫିଙ୍ଗିଥିଲେ। କଂଗ୍ରେସ ବି ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଥିଲା। ଏଥିଯୋଗୁ ଆଉ ୩୦ ମିନିଟ ପାଇଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏହାପରେ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ଅସମାପ୍ତ ଥିବାରୁ ପୁଣି ୧୨ଟା ୩ରୁ ଅଧଘଣ୍ଟା ଗୃହକୁ ମୁଲତବୀ କରାଯାଇଥିଲା। ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧୨ଟା ୩୩ରୁ ଅପରାହ୍ନ ୪ଟା  ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଗୁରୁବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଭାଜପାର ଦୋମୁହାଁ ନୀତି ଓ ଦୋହରା ରାଜନୀତି ବିଷୟରେ ପୂର୍ବରୁ ଖୁଲାସା କରିଥିଲି। ଗୋଟିଏ ପଟେ ଦଳର ନେତା ନୀତି ଆଦର୍ଶ କଥା କହୁଛନ୍ତି, ଅନ୍ୟପଟେ ଆସାମୀକୁ ଖସାଇବା ପାଇଁ ତାଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ଲୋକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି। ଏ ନେଇ ଭାଜପା ବିଧାୟକ ମୋହନ ମାଝି କହିଛନ୍ତି, ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଥିଲା। ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଥିଲା। ଏଥିରୁ ଜଣାପଡ଼ୁଛି, ଗୋବିନ୍ଦ ସାହୁ କେତେ ଶକ୍ତିଶାଳୀ ଥିଲେ। ଦିବ୍ୟଶଙ୍କର ତାଙ୍କୁ ସୁରକ୍ଷା ଦେଉଥିଲେ। ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଗତ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ କିଛି କାର୍ଯ୍ୟ ହୋଇପାରୁନି। ଏଥିପାଇଁ ସରକାର ଦାୟୀ। ସରକାର ସବୁ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ବାହୁସ୍ଫୋଟ ମାରୁଛନ୍ତି। କିନ୍ତୁ ବିରୋଧୀ ଯାହା କହିବ ତାହା ଆଲୋଚନା କରିବା ପାଇଁ ପ୍ରସ୍ତୁତ ନୁହେଁ। ବିଜେଡି ଭାବିଲାଣି ଆଉ କ୍ଷମତାକୁ ଆସିବାର ନାହିଁ। ତେଣୁ ବିରୋଧୀଙ୍କ ଭୂମିକା ଗୃହରୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri