ଆଖି ବୁଜିଲା ଦନ୍ତା

ଟାଙ୍ଗୀ, ୨୪।୧୦(ଡି.ଏନ୍‌.ଏ.) : ଟାଙ୍ଗୀ ରେଞ୍ଜ ଅଧୀନରେ ପଟିଆ-ମାଳ ଜଙ୍ଗଲ ଫରେଷ୍ଟ ବିଟ୍‌ହାଉସ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ସୋମବାର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ବୋଲି ରେଞ୍ଜର କହିଛନ୍ତି। ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଞ୍ଚଳର ପଟିଆ-ମାଳ ଜଙ୍ଗଲରେ ଏବେ ୧୩ଟି ଜଙ୍ଗଲୀ ହାତୀ ଥିବା ଉକ୍ତ ବିଭାଗ ପକ୍ଷରୁ କୁହାଯାଇଛି। ଦନ୍ତାହାତୀର ମୃତଦେହକୁ ଡାକ୍ତରୀ ଦଳ ବ୍ୟବଚ୍ଛେଦ କରିଛନ୍ତି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି। ମୃତ ହାତୀଟି ଗତ କିଛି ଦିନ ହେବ ଅସୁସ୍ଥ ଥିଲା।