ଅଖି ମୁଠି ଅନୁକୂଳ, କୃଷକଙ୍କ ବିକାଶକୁ ଗୁରୁତ୍ୱ

ବରଗଡ଼/ଅତାବିରା,୧।୫(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ବୁଧବାର ପୂର୍ବାହ୍ନରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ତଥା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଲୋକସଭା ଏମ୍‌ପି ପ୍ରଦୀପ ପୁରୋହିତ ଏବଂ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ନ ହେବା ଏବଂ ଅଧିକ ଫସଲ ଅମଳ ନିମନ୍ତେ ପୂଜାର୍ଚ୍ଚନା ସହିତ ଅଖି ମୁଠି ଅନୁକୂଳ କରିଥିଲେ। ଏହା ସହିତ ଚାଷୀମାନଙ୍କ ଉନ୍ନତି ଲାଗି ରାଜ୍ୟ ସରକାର ବଦ୍ଧପରିକର, ସେମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ବିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ କୃଷକ କଲ୍ୟାଣକାରୀ ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି ଅତିଥିବୃନ୍ଦ କହିଥିଲେ। ଏହି ଅବସରରେ ବରଗଡ଼ ଜିଲାର ମୋଟ ୧ଲକ୍ଷ ୯୫ହଜାର ୩୭୦ଜଣ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ପିଏମ୍‌ କିସାନ ସମ୍ମାନ ନିଧି ଟଙ୍କା ଡିବିଟି ମାଧ୍ୟମରେ ଆସିଥିବା ବେଳେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାଷୀଙ୍କୁ ଟ୍ରାକ୍ଟର କିଣିବା, କୃଷି ଉଦ୍ୟୋଗ ଖୋଲିବା ନେଇ ସବସିଡି ଟଙ୍କା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ କୋମ୍ବାଇନ ହାର୍ଭେଷ୍ଟର କ୍ରୟ ନିମନ୍ତେ ଅତାବିରା ବ୍ଲକ ଖରମୁଣ୍ଡାର ଉମାକାନ୍ତ ପ୍ରଧାନ ଓ ଚକୁଳି ଗ୍ରାମର ରିମାଲପୁଡି ଡୁଗାଦେବୀଙ୍କୁ ୩ଲକ୍ଷ, ଟ୍ରାକ୍ଟର କ୍ରୟ ନିମନ୍ତେ ବରଗଡ଼ ବ୍ଲକ ତୋରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ୧ଲକ୍ଷ ୫୦ହଜାର ଏବଂ କଳାପାଣି ଗ୍ରାମର ରାଜୁ ସାହୁଙ୍କୁ ୧ଲକ୍ଷ ୨୦ହଜାର ଟଙ୍କା ସବସିଡି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଲୋକ ପ୍ରତିନିଧି, ଅଞ୍ଚଳର ଚାଷୀ ଏବଂ ବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।
ପଦ୍ମପୁର (ପ୍ରଦୀପ୍ତ ଦାଶ):
ବରଗଡ଼ ଜିଲା ପଦ୍ମପୁର ବ୍ଲକ୍‌ ଖଲିଆପାଲି ଗ୍ରାମରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାଏକ ଯୋଗଦେଇ ନୀତିକାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖି ମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ପଟେଲ, ଅଶୋକ ସାହୁ, ପଞ୍ଚାନନ ସାହୁ, ଲିଙ୍ଗରାଜ ପଧାନ, ରୋହିତ ପଧାନ, ଅମୃତାଲାଲ ସାହୁ, ବିଜୟ ସାହୁ, ପ୍ରଶାନ୍ତ ପଧାନ, ନିରାକାର ସାହୁ, ସୁରେଶ ଚାନ୍ଦ, ମୀନକେତନ ବିଶ୍ୱାଳ କୃଷି ବିଭାଗର ବିଟିଏମ୍‌ ମିଲୁ ମେହେରଙ୍କ ସମେତ ଚାଷୀ ଓ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
ସୋହେଲା(ଆଶ୍ବିନୀ ପାତ୍ର):
ବରଗଡ଼ ଜିଲା କଂଗ୍ରେସ ଓ କିସାନ କଂଗ୍ରେସ ପକ୍ଷରୁ ସୋହେଲା ମହିମା ଆଶ୍ରମଠାରେ ବୁଧବାର ପୂର୍ବାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ ଅନୁଷ୍ଠିତ ହୋଇଥିଲା। ଜିଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଅଖୀ ମୁଠି ଶୁଭ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ନେତୃମଣ୍ଡଳୀ ହଲ ନଙ୍ଗଳ କରିଥିଲେ। ଉପସ୍ଥିତ ଚାଷୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଯୁଗଳ ପ୍ରସାଦ ସିଂହ, ଗୁଣମଣି ସାହୁ, ଅଭିଷେକ ସେଠ, ବ୍ରହ୍ମାନନ୍ଦ ମହାକୁଡ଼, ସତ୍ୟନାରାୟଣ ଦେବତା, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଆନନ୍ଦ ପ୍ରଧାନ, କିଶୋର ସାହୁ, ଅନିଲ ପ୍ରଧାନ, ସୁଶିଲ ଭୋଇ, ମନୋହର ପ୍ରଧାନ, ସୁଶାନ୍ତ ସାହୁ, ସରୋଜ କୁମାର ଭୋଇ, ମାଧବ ସାହୁ, କ୍ଷିରସିନ୍ଧୁ ଡାଙ୍ଗ, ବିବେକାନନ୍ଦ ପ୍ରଧାନ, ବିମଲ ଶିକ୍କା, ସୁରେଶ ମହାନନ୍ଦ, ପପୁ କୁମ୍ଭାର ,ରାଜନ ଦେବତା, ପ୍ରବିନ ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri