କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆଇ ପ୍ରୋଟେକ୍ସନ ଗ୍ଲାସ

ଛତ୍ରପୁର,୨୦।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି। ସେମାନେ କାର୍ଯ୍ୟ କଲାବେଳେ ମାସ୍କ, ଗ୍ଳୋବ୍ସ, ପିପିଇ କିଟ୍‌ ଓ ଆଇ ପ୍ରୋଟେକ୍ସନ ଗ୍ଲାସର ଅବଶ୍ୟକତା ରହିଛି। ତେବେ ଅଭାବ ଯୋଗୁ ଆଇ ପ୍ରୋଟେକ୍ସନ ଗ୍ଲାସ ସମସ୍ତ କରୋନା ଯୋଦ୍ଧା ବ୍ୟବହାର କରିପାରୁନାହାନ୍ତି। ଏଥିପାଇଁ ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ହସ୍ପିଟାଲ ପକ୍ଷରୁ ୨୦୦ ଆଇ ପ୍ରୋଟେକ୍ସନ ଗ୍ଲାସ ସୋମବାର ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ ଶଙ୍କର ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ବି. ପି. ସାମଲ, ପିଆର୍‌ଓ ଓକିଲ ବି. ଶ୍ରୀନିବାସ ଉପସ୍ଥିତ ଥିଲେ।