Categories: ବାଣିଜ୍ୟ

ବେଦାନ୍ତ ପକ୍ଷରୁ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’

ନୂଆଦିଲ୍ଲୀ,୨୩।୧୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏକ୍ସଟ୍ରୁଜନ୍‌ ସେଗ୍‌ମେଣ୍ଟ’ର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ଏକ୍ସଟ୍ରୁଜନ୍‌ ଶିଳ୍ପର ଉପତ୍ାଦକତା ବୃଦ୍ଧି ସମ୍ପର୍କରେ ଏକ ବୈଷୟିକ ମାଷ୍ଟରକ୍ଲାସ୍‌ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଭାରତ ସମେତ ୬୦ରୁ ଅଧିକ ଦେଶର ପ୍ରାୟ ୩୦୦ ଅଂଶଗ୍ରହଣକାରୀ ସାମିଲ ଥିଲେ। ଏପରିକି ମାଷ୍ଟରକ୍ଲାସ ଦୁନିଆର ଜଣାଶୁଣା ଏକ୍ସଟ୍ରୁଜନ୍‌ ବିଶେଷଜ୍ଞ ଜୋନାଥନ୍‌ ପାଙ୍ଗବର୍ନଙ୍କ ଦ୍ୱାରା ଉକ୍ତ ଅଧିବେଶନ ପରିଚାଳିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଜୋନାଥନ୍‌ ବେଦାନ୍ତର କଷ୍ଟମର ଟେକ୍ନିକାଲ ସର୍ଭିସ୍‌ (ସିଟିଏସ୍‌) ସେଲ୍‌ ପାଇଁ ବିଲେଟ୍‌ ଏକ୍ସଟ୍ରୁଜନ୍‌ର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ଭାରତର ବୃହତମ ଆଲୁମିନିୟମ ଉପତ୍ାଦକ ତଥା ଦେଶର ସର୍ବବୃହତ୍‌ ବିଲେଟ୍‌ ରପ୍ତାନିକାରୀ ଭାବେ ଆମେ ଗୁଣବତ୍ତା,ବିଶ୍ୱସନୀୟତା ଏବଂ ନିର୍ମାଣ ଉତ୍କର୍ଷର ଧ୍ୱଜା ବହନକାରୀ। ସେହିଭଳି ସର୍ବୋଚ୍ଚ ଗୁଣାତ୍ମକ ଆଲୁମିନିୟମ ଉତ୍ପାଦ ଉପତ୍ାଦନରେ ମଧ୍ୟ ଆମର ପାରଦର୍ଶିତା ଭାରତୀୟ ଶିଳ୍ପରେ ବିଶ୍ୱ ଜ୍ଞାନ ଆଣିବାକୁ କମ୍ପାନୀର ଉତ୍ସାହ ସହ ମେଳଖାଉଛି। ଏହି ମାଷ୍ଟରକ୍ଲାସ୍‌ ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ଏବଂ ଆମ ଗ୍ରାହକମାନେ ଆଗକୁ ବଢ଼ିବା ପାଇଁ ଏହିପରି ଅନେକ ଜ୍ଞାନ ବିତରଣ ଅଧିବେଶନ କରିବାକୁ କମ୍ପାନୀ ଯୋଜନା ରଖିଛୁ। ସେହିଭଳି ଜୋନାଥନ କହିଥିଲେ, ଆଲୁମିନିୟମ ଏକ୍ସଟ୍ରୁଜନ୍‌ ଆଧୁନିକ ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ରହିଛି। ଏପରିକି ଆମେ ରହୁଥିବା ଘରଠାରୁ ଆରମ୍ଭ କରି ବିମାନ ସେବା ପର୍ଯ୍ୟନ୍ତ ସବୁଥିରେ ଏହାର ପ୍ରୟୋଗ କରାଯାଉଛି। ବେଦାନ୍ତ ଆଲୁମିନିୟମ ଦ୍ୱାରା ମାଷ୍ଟରକ୍ଲାସ୍‌ ଆକାରରେ ପ୍ରଦାନ କରାଯାଉଥିବା ପ୍ଲାଟ୍‌ଫର୍ମ ପାଇଁ ମୁଁ ଆନନ୍ଦିତ। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଚିଫ୍‌ ମାର୍କେଟିଂ ଅଫିସର ଆଲୋକ ରଞ୍ଜନ ଏବଂ ଗ୍ରାହକ ବୈଷୟିକ ସେବାର ମୁଖ୍ୟ ରାମ ସନ୍ଦୀପନ ଅଧିକାରୀ ଅଧିବେଶନରେ ଅଂଶଗ୍ରହଣକାରୀଙ୍କ ସହ କମ୍ପାନୀର ଅଫର ଏବଂ ଶିଳ୍ପଧାରା ଉପରେ ଅନ୍ତର୍ନିହିତ ସୂଚନା ପ୍ରଦାନ କରିଥିଲେ। ଅପରପକ୍ଷରେ ଦେଶର ପ୍ରମୁଖ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ଛାତ୍ରୀଛାତ୍ରୀମାନେ ମଧ୍ୟ ଉକ୍ତ ଅଧିବେଶନରେ ଯୋଗଦେଇଥିଲେ।

Share