ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଗ୍ରାମବାସୀ କଙ୍ଗାରୁ କୋର୍ଟ କରିଛନ୍ତି। ୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଏନେଇ ଯଶୀପୁର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।


