ପ୍ରେମିକ ସହ ସ୍ତ୍ରୀ ରଖୁଥିଲେ ଶାରୀରିକ ସମ୍ପର୍କ: ପ୍ଲାନ ପକାଇ ଧରିଦେଲେ ସ୍ବାମୀ, ଗୋଟେ ଘରେ ଉଲଗ୍ନ କରି…

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଏ ନେଇ ସ୍ବାମୀ ସୂଚନା ପାଇବା ପରେ ସ୍ତ୍ରୀଙ୍କୁ ପୂର୍ବରୁ ଅନେକ ଥର ତାଗିଦ କରିବା ପରେ ମଧ୍ୟ ସେ ଶୁଣି ନ ଥିଲେ। ଅଭିଯୋଗର ପ୍ରମାଣ ମାଗିଥିଲେ। ସ୍ତ୍ରୀ ଙ୍କ ଅନୈତିକ କାର୍ଯ୍ୟର ପ୍ରମାଣ ପାଇଁ ସେ ସୁଚିନ୍ତିତ ଯୋଜନା କରିଥିଲେ। ଗତ ସୋମବାର ସ୍ବାମୀ କାମ ପାଇଁ ଗାଁ ବାହାରକୁ ଯିବାର ଅଭିନୟ କରି ସ୍ତ୍ରୀଙ୍କୁ ଘରେ ଛାଡ଼ି ଯାଇଥିଲେ। ସ୍ବାମୀ ଗାଁ ବାହାରକୁ କାମରେ ଯାଇଥିବା ନେଇ  ଫୋନରେ ପ୍ରେମିକା ତାଙ୍କ ପ୍ରେମିକ ଅମୀର ସୁଁଆସିଆଙ୍କୁ ଜଣାଇବା ସହ ଘରକୁ ଡ଼କାଇଥିଲେ।  ଅମୀର ତାଙ୍କ ଘରେ ପହଞ୍ଚି ସ୍ତ୍ରୀ ଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଆକସ୍ମିକ ଭାବେ ସ୍ବାମୀ ଘରେ ପହଞ୍ଚି ଯାଇଥିଲେ। ପରେ ସେ ଗାଁର ବହୁ ସଂଖ୍ୟକ ଲୋକଙ୍କୁ ଘରକୁ ଡକାଇ ସମସ୍ତ ଘଟଣା କହିଥିଲେ। ଉତ୍ତେଜିତ ଲୋକେ ଉଭୟଙ୍କୁ ଉଲଗ୍ନ କରି ଗୋଟିଏ କୋଠରୀ ରେ ଅଟକ ରଖିଥିଲେ। । ଗାଁ ରେ କଙ୍ଗାରୁ କୋର୍ଟ କରାଯାଇ ଦୀର୍ଘ ସମୟ ଧରି ଉଭୟ ପ୍ରେମିକା ଓ ପ୍ରେମିକଙ୍କୁ ଲୋକେ ମାନସିକ ନିର୍ଯ୍ୟାତନା ଦେଇଥିଲେ।

ଖବରପାଇ ହିଞ୍ଜିଳି ଥାନା ପୋଲିସ ଟିମ୍ ଗାଁ ରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ପ୍ରେମିକା ଶୁକ୍ରବାର ଏନେଇ ଏତଲା ଦେବାପରେ ଆଇଆଇସି ଶ୍ରୀନିବାସ ସେଠୀ  ମାମଲା ନଂ.୩୬୬/୨୬ ଅନୁଯାୟୀ  ପ୍ରେମିକ ଅମୀରଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ.ଆଇ ରଶ୍ମି ରଞ୍ଜନ ସାମଲ ଅଭିଯୁକ୍ତ ଅମୀରଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଥାନାକୁ ଡ଼କାଇ ଆପୋଷ ଆଲୋଚନା କରିବା ପରେ ସ୍ବାମୀ ସ୍ତ୍ରୀଙ୍କୁ କ୍ଷମା ଦେଇ ନିଜ ବାସଭବନକୁ ନେଇଥିବା ଜଣାପଡିଛି।

Share