Categories: ଜାତୀୟ

ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼,୨୧।୬: ଏଣିକି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗଛ ଲଗାଇଲେ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ସରକାର ପକ୍ଷରୁ ନୂଆ ଶିକ୍ଷା ନୀତି ଘୋଷଣା କରାଯାଇଛି। ଛାତ୍ରୀଛାତ୍ରଙ୍କୁ ବୃକ୍ଷଚାରା ରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ପଡ଼ିବ। ପଞ୍ଚକୁଲା ଅଞ୍ଚଳର ମୋରନିଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଘୋଷଣା କରିଛନ୍ତି। ରାଜ୍ୟରେ ଜଙ୍ଗଲ ସୃଷ୍ଟି ସହିତ ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସ୍କୁଲସ୍ତରରୁ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରାଯାଉଛି।

Share