ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ ବନ ସୁରକ୍ଷା ସମିତି। ଏହାର ତଦନ୍ତ ନ ସରଣୁ ପୁଣି ସେକ୍ସନ ଅଧୀନ ନେଗିପାଲିରେ ପୁନଃ ବନୀକରଣ ଯୋଜନା(ଏ.ଏନ.ଆର)ରେ ମିଥ୍ୟା ବିଲ୍‌ କରି ଅନୁଦାନ ଆମତ୍ସାତ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବନ ସୁରକ୍ଷା ସମିତି ସଭାପତି ହେମରାମ ମହାକୁର ଏପରି ଅଭିଯୋଗ ନେଇ ଶୁକ୍ରବାର ଡିଏଫଓ ସୁଦର୍ଶନ ବେହେରାଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ପାଇଲା ପରେ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସଭାପତି ମହାକୁର କହିଛନ୍ତି।

ଅଭିଯୋଗ ଅନୁସାରେ, ୨୦୨୧-୨୨ ଅର୍ଥିକ ବର୍ଷରେ ନେଗିପାଲି ସଂରକ୍ଷିତ ୫୦ହେକ୍ଟର ଜଙ୍ଗଲରେ ପୁନଃ ବୃକ୍ଷରୋପଣ କରାଯାଇଛି। ନେଗିପାଲି ବନ ସୁରକ୍ଷା ସମିତିର ୧୬ ଜଣିଆ ସଦସ୍ୟ ଏହାର ଦେଖାରଖା କରୁଛନ୍ତି। ପୁନଶ୍ଚ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପୁନଃ ବନୀକରଣରେ ପାଣି ଦେବା, ଅବଶିଷ୍ଟ ଗଛଗୁଡିକର ସୁରକ୍ଷା ପାଇଁ ଘାସ ସଫେଇ ଏବଂ ନିଆଁଦାଉରୁ ସୁରକ୍ଷା ଦେବା ଆଦି କାମ ପାଇଁ ଆମ ଜଙ୍ଗଲ ଯୋଜନାରେ ଅନୁଦାନ ମିଳିଥିଲା। ହେଲେ ବିନା କାମରେ ବନ ସୁରକ୍ଷା ସମିତିକୁ ଅଣଦେଖା କରି ବକଟି ଅଞ୍ଚଳର ଶ୍ରମିକଙ୍କ ନାମରେ ପାଣିଦେବା ବାବଦକୁ ୮୦ ହଜାର ଟଙ୍କା ଏବଂ ଅବଶିଷ୍ଟ କାମ ପାଇଁ ୫୦ ହଜାର ଟଙ୍କା ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ କରିଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଶ୍ରମିକଙ୍କ ପାଉଣା ପ୍ରଦାନ ବାବଦକୁ ଚେକ୍‌ ବ୍ୟବହାର ନକରି ଚତୁରତା ସହ କମ୍ପ୍ୟୁଟର ବିଲ୍‌ରେ ଶ୍ରମିକଙ୍କ ହସ୍ତାକ୍ଷର ନିଆଯାଇଛି। ଏପରିକି ବନ ସୁରକ୍ଷା ସମିତି ପକ୍ଷରୁ ଫରେଷ୍ଟ ଗାର୍ଡ ସଞ୍ଜୀବ ନାୟକଙ୍କୁ ଏହାର ପ୍ରତିବାଦ କଲେ କୁଆଡେ ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶରେ ସେ କାମ କରିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ। ଫରେଷ୍ଟ ଗାର୍ଡ ନାୟକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମିତି କିଛି ହୋଇନାହିଁ, ତଥାପି କାଗଜ ପତ୍ର ଦେଖିଲା ପରେ କିଛି କହି ପାରିବି ବୋଲି କହିଥିଲେ ା ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ବଙ୍ଗାବାହଲ ବନ ସୁରକ୍ଷା ସମିତି ପକ୍ଷରୁ କାମ୍ପା ଯୋଜନା ବନୀକରଣ ଅନିୟମିତତା ଅଭିଯୋଗ ହୋଇଥିଲା ା ଏହି ମାମଲାର ତଦନ୍ତ ନ ସରୁଣୁ ପୁଣି ଆଉ ଏକ ଅଭିଯୋଗ ଫରେଷ୍ଟ ଗାର୍ଡଙ୍କ ଅଡୁଆ ବଢାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri