ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟିନେଲେ ଟଙ୍କା

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ ସିମବର୍ତ୍ତୀ କୁମ୍ଭାରମୁଣ୍ଡା ନିକଟରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଏହି ଲୁଟ୍‌ ହୋଇଛି। ଗୋଟିଏ ବାଇକ ସମେତ ନଗଦ ପ୍ରାୟ ୪୦ହଜାର ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ। ଲୁଟ୍‌ର ଶିକାର କର୍ମଚାରୀ ହେଲେ ମିଥେଲ ଦିଗାଲ। ତାଙ୍କୁ ଦୃର୍ବୁତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ପିଟି ଆଘାତ କରି ଗୁରୁତର କରିଦେଇ ଲୁଟ୍‌ କରିଛନ୍ତି। ଗୁରୁତର ଅବସ୍ଥାରେ ମିଥେଲଙ୍କୁ ସ୍ଥାନୀୟ ଲୋକ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପ୍ରକାଶ ଯେ, ମିଥେଲ ଏକ ବାଇକ ବାଇକ ନଂ (ଓଡି ୧୨ ଇ-୭୪୮୫ )ରେ ସକାଳୁ ଦାରିଙ୍ଗବାଡି ଫାଇନାନ୍ସ କାର୍ଯ୍ୟାଳୟରୁ ବାହାରି କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗ୍ରାମ ଦେଇ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ, କାଡିପାଙ୍ଗା ଅଞ୍ଚଳକୁ ଋଣ ବାବଦକୁ ଅର୍ଥ ସଂଗ୍ରହ ପାଇଁ ଯାଇଥିଲେ। କାମ ସାରି ମଧ୍ୟାହ୍ନରେ ଦାରିଙ୍ଗବାଡି ଫେରୁଥିଲେ। ଏହି ସମୟରେ ୩ଜଣ ଦୃର୍ବୁତ୍ତ ମିଥେଲଙ୍କୁ ଅଟକାଇ ବନ୍ଧୁକ ଦେଖାଇବା ସହ ମିଥଲଙ୍କୁ ଗାଡିରେ ବସାଇ କିଛିବାଟ ନେଇଥିଲେ। ତେବେ ଜଙ୍ଗଲରେ କିଛି ଲୋକ ହଳଦୀ ଖୋଲୁଥିବା ଦେଖି ମିଥେଲ ବାଇକରୁ ଡେଇଁବା ପାଇଁ ଉଦ୍ୟମ କରିଥିଲେ ଓ ଦୃର୍ବୁତ୍ତଙ୍କ ସହ ମିଥଲ ବାଇକରୁ ଖସିପଡ଼ିଥିଲେ ଓ ରାଗରେ ଦୁର୍ବୁତ୍ତ ମାନେ ମିଥେଲଙ୍କୁ ପ୍ରବଳ ପିଟିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲେ। ତେବେ ଘଟଣାସ୍ଥଳରୁ ସମସ୍ତ ଦୃର୍ବୁତ୍ତ ଫେରାର ହୋଇଯାଇଥିଲେ ବୋଲି ଆହତ ମିଥେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri