ବିଲୁପ୍ତି ପଥେ ବାଇଚଢ଼େଇ: ଚିନ୍ତାରେ ପରିବେଶପ୍ରେମୀ

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ସମୟ ଥିଲା କାନରେ ବାଜୁଥିଲା ବାଇଚଢ଼େଇର କିଚିରି ମିଚିରି ଶବ୍ଦ। ବାଇଚଢ଼େଇକୁ ନେଇ ରହିଛି ଅନେକ କାହାଣୀ, ଗପ, ଗୀତ। ମା’ର ବାଇଚଢ଼େଇ ଗୀତ ଶିଶୁ ଆଖିରେ ଭରି ଦେଉଥିଲା ନିଦ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ସୂଚନା ଦିଏ ବାଇଚଢ଼େଇ। ହେଲେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା ବାଇଚଢ଼େଇ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଧୀରେ ଧୀରେ ଲୋପ ପାଇବାକୁ ବସିଲେଣି। ୧୯୯୯ ମହାବାତ୍ୟା ପରଠାରୁ ଆଉ ବିଶେଷ ଭାବେ ଦେଖାଯାଉ ନାହାନ୍ତି। ଏହାକୁ ନେଇ ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ପରିବେଶବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାକୃତିକ ପରିବେଶରେ ଦେଖିବାକୁ ପାଉଥିଲୁ ବାଇଚଢ଼େଇ ବସା ଓ ଶୁଣୁଥିଲୁ ସୁମଧୁର ସ୍ବର। ବାଇଚଢ଼େଇ କାହିଁ କେଉଁ କାଳରୁ ଆମ ସଂସ୍କୃତି ତଥା ଲୋକସାହିତ୍ୟ ସହିତ ଜଡିତ। ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢ଼େଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରି ଦେଇଥାଏ। ଏବେ ଆଉ ଆଗଭଳି ବାଇଚଢ଼େଇ ଦେଖିବାକୁ ମିଳୁନାହାନ୍ତି। ପ୍ରକୃତିପ୍ରେମୀ ବିଭୂତି ତ୍ରିପାଠୀ କହିଛନ୍ତି, ଦିନକୁ ଦିନ ତାଳ, ଖଜୁରି, ଝାଉଁ ଓ ନଡ଼ିଆ ଗଛ ଲୋପ ପାଉଥିବାରୁ ବାଇଚଢ଼େଇ ଆଉ ପୂର୍ବଭଳି ବହୁ ପରିମାଣରେ ଦେଖିବାକୁ ମିଳୁନାହାନ୍ତି। ଅନ୍ୟପକ୍ଷୀମାନଙ୍କ ତୁଳନାରେ ବାଇଚଢ଼େଇ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହାର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ ଏହି ପକ୍ଷୀଟିକୁ କେହି କେହି ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାନ୍ତି। ଏହି ପକ୍ଷୀଟି ନିଜ ଥଣ୍ଟ ସାହାଯ୍ୟରେ ଖଜୁରି, ନଡ଼ିଆ ଓ ତାଳପତ୍ରକୁ ଚିରି ପାତି କରି ଅତିସୂକ୍ଷ୍ମ ଭାବେ ନିଜର ବସା ତିଆରି କରିଥାଏ। ଯେତେ ଝଡ ତୋଫାନ ଆସିଲେ ମଧ୍ୟ ବସା ମଧ୍ୟକୁ ପାଣି ଭେଦ କରି ପାରି ନ ଥାଏ। ବିଶେଷକରି ନଡ଼ିଆ, ତାଳ ପରି ଉଚ୍ଚ ଗଛପତ୍ରରେ ଏହି ଚଢ଼େଇ ନିଜର ବସା ବାନ୍ଧିଥା’ନ୍ତି। ତେବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ରୋପଣ କରାଯାଇ ଏମାନଙ୍କ ସଂରକ୍ଷଣ ପାଇଁ ଧ୍ୟାନ ଦିଆଗଲେ ବଂଶ ବିସ୍ତାର ହୋଇପାରନ୍ତା। ପ୍ରକୃତିପ୍ରେମୀ ମିଟୁ ଜେନା କହିଛନ୍ତି, ଆମ ଗ୍ରାମରେ ଆଗରୁ ବାଡି ବଗିଚାରେ ବାଇଚଢ଼େଇ ବସା ଦେଖିବାକୁ ମିଳୁଥିଲା। ୧୯୯୯ ମହାବାତ୍ୟା ପରେ ବିଶେଷ ଭାବେ ଦେଖାଯାଉ ନ ଥିଲା। ମାତ୍ର ଗତବର୍ଷଠାରୁ ବାଇଚଢ଼େଇ ବସା ଦେଖିବାକୁ ମିଳୁଛି। ବାଇଚଢ଼େଇ ବସା ହିଁ ତାହାର ପରିଚୟ ସୃଷ୍ଟି କରେ। ସେହିପରି ରୋଗ ପୋକକୁ ମଧ୍ୟ ଦମନ କରିଥାଏ ଏହି କୁନି ଚଢ଼େଇ। ତେଣୁ ଏହାକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ। ହେଲେ ଏହି ବିଚିତ୍ର ବିନ୍ଧାଣି ଏବେ ବିଲୁପ୍ତ ପ୍ରାୟ। ଏମାନଙ୍କ ସୁରକ୍ଷା ପାଇଁ କୌଣସି ସ୍ତରରେ ଉଦ୍ୟମ କରାଯାଉ ନାହିଁ। ଯାହା ଆଗାମୀ ପିଢ଼ି ଓ ପରିବେଶ ପାଇଁ ବେଶ୍‌ କ୍ଷତିକାରକ। ବାଇଚଢ଼େଇଙ୍କ ବଂଶ ବିସ୍ତାର ଓ ସେମାନଙ୍କ ସୁରକ୍ଷା ପାଇଁ ବେଳ ହୁଁ ସାବଧାନ ନ ହେଲେ ଆଗକୁ କେବଳ କାହାଣୀ ହୋଇ ରହିଯିବେ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଭିତରକନିକା ଅଞ୍ଚଳରେ ବାଇଚଢ଼େଇଙ୍କ ବସବାସ ଭଲ ଅଛି। ସବୁଠାରୁ ଅଧିକ ବରୁଣେଇ, ଗହୀରମଥା, ଡାଙ୍ଗମାଳ ଫରେଷ୍ଟ ବ୍ଲକ ଛଡ଼ା ରାଜନଗର ଗଁାଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳନ୍ତି। ମାତ୍ର ପାଗ ପରିବର୍ତ୍ତନ, ବାତ୍ୟା ଓ ବସା ତିଆରି ପାଇଁ ଯେଉଁ ଗଛ ଦରକାର ତାହା ଅନୁକୂଳ ନ ହେବାରୁ ବାଇଚଢ଼େଇଙ୍କ ବଂଶ ବିସ୍ତାର ଗାଁରେ କମି କମି ଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri