ଉଚ୍ଛେଦ ହେଲା ଜବରଦଖଲ

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ପୌରାଞ୍ଚଳ ଓ୍ବାର୍ଡ ନଂ. ୧୧ରୁ ରବିବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ହାଟଛକଠାରୁ ଖଲାରୀ ଯିବା ରାସ୍ତାରେ ଥିବା ଅଭିରାମ ପରମହଂସ ମଠ ଓ ତା ପରିସରରେ ଜାଗାକୁ ଦଲାଲମାନ ବିକ୍ରି କରିଥିଲେ। ଏ ନେଇ ଅନୁଗୋଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ୧ ଏକର ଜାଗାକୁ ଜବରଦଖଲ ମୁକ୍ତ କରିଥିଲେ।
ସୂଚନାଯୋଗ୍ୟ, ଅଭିରାମ ପରମହଂସ ମଠ ପାଇଁ କୌଣସି ସରକାରୀ ଅନୁମତି ନିଆଯାଇ ନ ଥିଲା। ତେବେ ସେଠାରେ ରହୁଥିବା ବାବା ୨୦୦୫ ମସିହାରୁ ଦେହତ୍ୟାଗ କରିବା ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଶିଷ୍ୟ ରହିଥିଲେ। କିନ୍ତୁ ତାଙ୍କ ଅଜାଣତରେ ଜମି ଦଲାଲଙ୍କ ଦୃଷ୍ଟି ଉକ୍ତ ଜମି ଉପରେ ପଡିଥିଲା। ଏହି ମଠ ଚାରି ପାଖରେ ପାଚେରି ବୁଲାଇ ଜମି ମାଫିଆମାନେ ଏକ ଏକରକୁ ୬ ଭାଗରେ ବାଣ୍ଟି ପ୍ଲଟିଂ କରିଥିଲେ। ତେବେ ପ୍ଲଟିଂ କରି ଗୁଣ୍ଠ ୩ ଲକ୍ଷ ଟଙ୍କା ହିସାବରେ ବିକ୍ରି କରାଯାଇଥିଲା। ଏହି ଜମିଗୁଡିକୁ ଦଲାଲମାନେ ବିଭିନ୍ନ ଶିଳ୍ପ ସଂସ୍ଥାରେ ପଦ ପଦବୀରେ ଥିବା ଲୋକଙ୍କୁ ବିକ୍ରି କରିଥିଲେ। ୪ଟି ଘର ମଧ୍ୟ ଏଠାରେ ନିର୍ମାଣ ସରିଥିଲା। ସେଥିରୁ ଗୋଟିଏ ପ୍ଲଟରେ ଆଜବେଷ୍ଟସ ଘର ନିର୍ମାଣ ହୋଇଥିବାବେଳେ ଅନ୍ୟ ଏକ ପ୍ଲଟରେ ରବିବାର ସକାଳେ ଘର ମାଲିକ ଛାତ ପକାଇଥିଲେ। ତେବେ ଏହି ବେଆଇନ ନିର୍ମାଣ ସହ ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି। ଏହାପରେ ଉକ୍ତ ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି। ଏହି ଜାଗାରେ କ’ଣ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟପକ୍ଷରେ କୌଣସି ନୋଟିସ ଦିଆ ନ ଯାଇ ଘର ଉଚ୍ଛେଦ କରାଯାଇଥିବାରୁ ଘର ନିର୍ମାଣ କରିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, କୌଣସି ବେଆଇନ ନିର୍ମାଣକୁ ପ୍ରଶ୍ରୟ ଦିଆଯିବ ନାହିଁ। ସରକାରୀ ଜାଗାରେ ଥିବା ସମସ୍ତ ବେଆଇନ ନିର୍ମାଣ ଭଙ୍ଗାଯିବ। ଏ ନେଇ ବିଭିନ୍ନ ଘର ଓ ସ୍ଥାନ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ତହସିଲଦାର ଲେଙ୍କାଙ୍କ ସହ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହ, ଆରଆଇ, ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ, ପୌରନିର୍ବାହୀ ଅଧିକାରୀ, ଟିଡି ବିଭୂତି ମହାରଣା, ପୋଲିସ ଅବୁଦଲ ଓ୍ବାସିମ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri