ମରାମତି, ନିର୍ମାଣରେ ବ୍ୟାପକ ହରିଲୁଟ

ଯାଜପୁର ଅଫିସ,୨୧ା୩:ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନ ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ହୋଇ ଧାର୍ଯ୍ୟ ସମୟ ପୂର୍ବରୁ ଗମନାଗମନ ଅନୁପଯୋଗୀ ହୋଇପଡ଼ୁଛି। ବ୍ୟାପକ ପିସି କାରବାର ଓ ଠିକାଦାର ପ୍ରୀତି ଯୋଗୁ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗତ ୧୦ ବର୍ଷରେ ଜିଲାର ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକର ଖାଲଖମା ମରାମତି ନାମରେ ମୋଟ ୨୪୮ କୋଟି ୮୮ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ବିଭାଗର ମନମାନି କାର୍ଯ୍ୟ ଓ ଠିକାଦାର ପୋଷା ନୀତି ସ୍ପଷ୍ଟ ହେଉଛି। ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ବାଚନମଣ୍ଡଳୀ ସୁକିନ୍ଦାରେ ରାସ୍ତା ନିର୍ମାଣରେ ବ୍ୟାପକ ହରିଲୁଟ ହେଉଥିବା ଆଲୋଚନାର ବିଷୟ ହୋଇଛି। ସମ୍ପୃକ୍ତ ଅଞ୍ଚଳବାସୀ ଏନେଇ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପ୍ରୀତିରଞ୍ଜନ ଘଡ଼ାଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବା ସତ୍ତ୍ୱେ ଜିଲାର ଗ୍ରାମ୍ୟ ରାସ୍ତା ଉନ୍ନତି ବଦଳରେ ଆହୁରି ଅବନତି ହେଉଥିବା ଚର୍ଚ୍ଚା ହେଉଛି। ସୁକିନ୍ଦା ନିର୍ବାଚନମଣ୍ଡଳୀର ରାବଣାଠାରୁ ମାର୍ଥାପୁର ରାସ୍ତାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଉକ୍ତ ରାସ୍ତା ସଂଯୋଗ କରୁଛି। ଏହି ରାସ୍ତାର ଉନ୍ନତୀକରଣ ପାଇଁ ପ୍ରାୟ ୭ କୋଟି ଟଙ୍କା ଅନୁଦାନ ମିଳିଛି। ଅଭିଯୋଗ ଅନୁଯାୟୀ, ଏହି ରାସ୍ତା କାର୍ଯ୍ୟରେ ମାଟି, କୁଟା, କାଠି ମିଶ୍ରିତ ବାଲି ବ୍ୟବହାର କରାଯାଉଥିବାବେଳେ ନିର୍ଦ୍ଧାରିତ ପରିମାଣର ସିମେଣ୍ଟ ଲାଗୁ ନାହିଁ। ଆବଶ୍ୟକ ଗେଟି, ମେଟାଲ ବ୍ୟବହାର ହେଉ ନ ଥିବାରୁ ରାସ୍ତାର ଦୀର୍ଘସ୍ଥାୟିତ୍ୱ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ବିଭାଗୀୟ ଯନ୍ତ୍ରୀ ନିରବ ରହିଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଜିଲାର ଶତାଧିକ ଗ୍ରାମାଞ୍ଚଳ ରାସ୍ତା ଖାଲଖମାରେ ଭରି ରହିଛି। ଏଗୁଡ଼ିକର ମରାମତି ପାଇଁ ୨୦୨୨-୨୩ରେ ୮.୮୧ କୋଟି ଟଙ୍କା, ୨୦୨୧-୨୨ରେ ୨୧.୮୮ କୋଟି, ୨୦୨୦-୨୧ରେ ୨୪.୦୮ କୋଟି, ୨୦୧୯-୨୦ରେ ୨୦.୦୧ କୋଟି, ୨୦୧୮-୧୯ରେ ୨୮.୩୮ କୋଟି, ୨୦୧୭-୧୮ରେ ୨୬.୬୧ କୋଟି, ୨୦୧୬-୧୭ରେ ୨୭.୦୧ କୋଟି, ୨୦୧୫-୧୬ରେ ୩୦.୬୪ କୋଟି, ୨୦୧୪-୧୫ରେ ୩୪.୬୭ କୋଟି ଏବଂ ୨୦୧୩-୧୪ରେ ୨୬.୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାସ୍ତା ନିର୍ମାଣ ଏବଂ ମରାମତି ଅତି ନିମ୍ନମାନର ହେଉଥିବାରୁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି ବୋଲି ମତପ୍ରକାଶ ପାଇଛି। ଅପରପକ୍ଷରେ ରାସ୍ତାଗୁଡ଼ିକର ଅବସ୍ଥା ଅତି ଖରାପ କାରଣରୁ ଅନେକ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ୨୦୨୩-୨୪ ବଜେଟରେ ରାଜ୍ୟର ୫୦ ହଜାର କି.ମି. ରାସ୍ତାର ମରାମତି ପାଇଁ ୧୧୫୮.୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମସ୍ତ ରାସ୍ତାକୁ ଖାଲଖମା ମୁକ୍ତ କରିବା ଲକ୍ଷ୍ୟ ରହିଛି।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଘଡ଼େଇ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ଯେ, ଭାରିଯାନ ଚଳାଚଳ ସାଙ୍ଗକୁ କେରେଜ୍‌ ୱେ ମଧ୍ୟରେ ବର୍ଷାଜଳ ପ୍ରବେଶ ଦ୍ୱାରା ରାସ୍ତା ନଷ୍ଟ ହୋଇଥାଏ। ଫଳରେ ରାସ୍ତାର ପେଭ୍‌ମେଣ୍ଟ କଣ୍ଡିସନ ଇଣ୍ଡେକ୍ସ(ପିସିଆଇ) ମୂଲ୍ୟରେ ଅବକ୍ଷୟ ଘଟିଥାଏ। ପିସିଆଇ ମୂଲ୍ୟ ସାଧାରଣତଃ ୩ରୁ କମ୍‌ ହେଲେ ରକ୍ଷଣାବେକ୍ଷଣ କରାଯିବାର ବ୍ୟବସ୍ଥା କରାଯାଏ। ପିସିଆଇ ୨ରୁ କମ୍‌ ହେଲେ ପୁନଃ ନିର୍ମାଣର ଆବଶ୍ୟକତା ପଡ଼େ। ପିସିଆଇ ୩ରୁ ୫ମଧ୍ୟରେ ରହିଲେ ରକ୍ଷଣାବେକ୍ଷଣର ଆବଶ୍ୟକତା ପଡ଼ି ନ ଥାଏ। ଅନ୍ୟପକ୍ଷେ ପିଚୁ ଢଳେଇ ରାସ୍ତାରେ ହୁଇଲ୍‌ ଟ୍ରାକ୍‌ ୨୦ ମିଲିମିଟର ବା ତା’ଠୁ ଅଧିକ ଦବି ଯାଇଥିଲେ କିମ୍ବା ଶତକଡା ୨୦ ଭାଗ ବା ତଦୂଦ୍ଧ୍ୱର୍ର୍ ଅଞ୍ଚଳରେ ଫାଟ ସୃଷ୍ଟି ହୋଇଥିଲେ ତାହାକୁ ରକ୍ଷଣାବେକ୍ଷଣ ପାଇଁ ଘୋଷଣା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri