ମରାମତି, ନିର୍ମାଣରେ ବ୍ୟାପକ ହରିଲୁଟ

ଯାଜପୁର ଅଫିସ,୨୧ା୩:ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନ ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ହୋଇ ଧାର୍ଯ୍ୟ ସମୟ ପୂର୍ବରୁ ଗମନାଗମନ ଅନୁପଯୋଗୀ ହୋଇପଡ଼ୁଛି। ବ୍ୟାପକ ପିସି କାରବାର ଓ ଠିକାଦାର ପ୍ରୀତି ଯୋଗୁ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗତ ୧୦ ବର୍ଷରେ ଜିଲାର ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକର ଖାଲଖମା ମରାମତି ନାମରେ ମୋଟ ୨୪୮ କୋଟି ୮୮ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ବିଭାଗର ମନମାନି କାର୍ଯ୍ୟ ଓ ଠିକାଦାର ପୋଷା ନୀତି ସ୍ପଷ୍ଟ ହେଉଛି। ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନିର୍ବାଚନମଣ୍ଡଳୀ ସୁକିନ୍ଦାରେ ରାସ୍ତା ନିର୍ମାଣରେ ବ୍ୟାପକ ହରିଲୁଟ ହେଉଥିବା ଆଲୋଚନାର ବିଷୟ ହୋଇଛି। ସମ୍ପୃକ୍ତ ଅଞ୍ଚଳବାସୀ ଏନେଇ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପ୍ରୀତିରଞ୍ଜନ ଘଡ଼ାଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବା ସତ୍ତ୍ୱେ ଜିଲାର ଗ୍ରାମ୍ୟ ରାସ୍ତା ଉନ୍ନତି ବଦଳରେ ଆହୁରି ଅବନତି ହେଉଥିବା ଚର୍ଚ୍ଚା ହେଉଛି। ସୁକିନ୍ଦା ନିର୍ବାଚନମଣ୍ଡଳୀର ରାବଣାଠାରୁ ମାର୍ଥାପୁର ରାସ୍ତାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଉକ୍ତ ରାସ୍ତା ସଂଯୋଗ କରୁଛି। ଏହି ରାସ୍ତାର ଉନ୍ନତୀକରଣ ପାଇଁ ପ୍ରାୟ ୭ କୋଟି ଟଙ୍କା ଅନୁଦାନ ମିଳିଛି। ଅଭିଯୋଗ ଅନୁଯାୟୀ, ଏହି ରାସ୍ତା କାର୍ଯ୍ୟରେ ମାଟି, କୁଟା, କାଠି ମିଶ୍ରିତ ବାଲି ବ୍ୟବହାର କରାଯାଉଥିବାବେଳେ ନିର୍ଦ୍ଧାରିତ ପରିମାଣର ସିମେଣ୍ଟ ଲାଗୁ ନାହିଁ। ଆବଶ୍ୟକ ଗେଟି, ମେଟାଲ ବ୍ୟବହାର ହେଉ ନ ଥିବାରୁ ରାସ୍ତାର ଦୀର୍ଘସ୍ଥାୟିତ୍ୱ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ବିଭାଗୀୟ ଯନ୍ତ୍ରୀ ନିରବ ରହିଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଜିଲାର ଶତାଧିକ ଗ୍ରାମାଞ୍ଚଳ ରାସ୍ତା ଖାଲଖମାରେ ଭରି ରହିଛି। ଏଗୁଡ଼ିକର ମରାମତି ପାଇଁ ୨୦୨୨-୨୩ରେ ୮.୮୧ କୋଟି ଟଙ୍କା, ୨୦୨୧-୨୨ରେ ୨୧.୮୮ କୋଟି, ୨୦୨୦-୨୧ରେ ୨୪.୦୮ କୋଟି, ୨୦୧୯-୨୦ରେ ୨୦.୦୧ କୋଟି, ୨୦୧୮-୧୯ରେ ୨୮.୩୮ କୋଟି, ୨୦୧୭-୧୮ରେ ୨୬.୬୧ କୋଟି, ୨୦୧୬-୧୭ରେ ୨୭.୦୧ କୋଟି, ୨୦୧୫-୧୬ରେ ୩୦.୬୪ କୋଟି, ୨୦୧୪-୧୫ରେ ୩୪.୬୭ କୋଟି ଏବଂ ୨୦୧୩-୧୪ରେ ୨୬.୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାସ୍ତା ନିର୍ମାଣ ଏବଂ ମରାମତି ଅତି ନିମ୍ନମାନର ହେଉଥିବାରୁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି ବୋଲି ମତପ୍ରକାଶ ପାଇଛି। ଅପରପକ୍ଷରେ ରାସ୍ତାଗୁଡ଼ିକର ଅବସ୍ଥା ଅତି ଖରାପ କାରଣରୁ ଅନେକ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ୨୦୨୩-୨୪ ବଜେଟରେ ରାଜ୍ୟର ୫୦ ହଜାର କି.ମି. ରାସ୍ତାର ମରାମତି ପାଇଁ ୧୧୫୮.୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମସ୍ତ ରାସ୍ତାକୁ ଖାଲଖମା ମୁକ୍ତ କରିବା ଲକ୍ଷ୍ୟ ରହିଛି।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଘଡ଼େଇ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ଯେ, ଭାରିଯାନ ଚଳାଚଳ ସାଙ୍ଗକୁ କେରେଜ୍‌ ୱେ ମଧ୍ୟରେ ବର୍ଷାଜଳ ପ୍ରବେଶ ଦ୍ୱାରା ରାସ୍ତା ନଷ୍ଟ ହୋଇଥାଏ। ଫଳରେ ରାସ୍ତାର ପେଭ୍‌ମେଣ୍ଟ କଣ୍ଡିସନ ଇଣ୍ଡେକ୍ସ(ପିସିଆଇ) ମୂଲ୍ୟରେ ଅବକ୍ଷୟ ଘଟିଥାଏ। ପିସିଆଇ ମୂଲ୍ୟ ସାଧାରଣତଃ ୩ରୁ କମ୍‌ ହେଲେ ରକ୍ଷଣାବେକ୍ଷଣ କରାଯିବାର ବ୍ୟବସ୍ଥା କରାଯାଏ। ପିସିଆଇ ୨ରୁ କମ୍‌ ହେଲେ ପୁନଃ ନିର୍ମାଣର ଆବଶ୍ୟକତା ପଡ଼େ। ପିସିଆଇ ୩ରୁ ୫ମଧ୍ୟରେ ରହିଲେ ରକ୍ଷଣାବେକ୍ଷଣର ଆବଶ୍ୟକତା ପଡ଼ି ନ ଥାଏ। ଅନ୍ୟପକ୍ଷେ ପିଚୁ ଢଳେଇ ରାସ୍ତାରେ ହୁଇଲ୍‌ ଟ୍ରାକ୍‌ ୨୦ ମିଲିମିଟର ବା ତା’ଠୁ ଅଧିକ ଦବି ଯାଇଥିଲେ କିମ୍ବା ଶତକଡା ୨୦ ଭାଗ ବା ତଦୂଦ୍ଧ୍ୱର୍ର୍ ଅଞ୍ଚଳରେ ଫାଟ ସୃଷ୍ଟି ହୋଇଥିଲେ ତାହାକୁ ରକ୍ଷଣାବେକ୍ଷଣ ପାଇଁ ଘୋଷଣା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri