ରଥଯାତ୍ରା ପାଇଁ ସାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି

ପୁରୀ ଅଫିସ,୨୭।୬: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଜୋରଦାର ପ୍ରସ୍ତୁତି କରାଯାଉଛି। ତେବେ ରଥଯାତ୍ରାର ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରଥଯାତ୍ରାକୁ ସୂଚାର ରୂପେ ସମ୍ପର୍ଣ୍ଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବ୍ୟବସ୍ଥାକୁ ନେଇ ସମୀକ୍ଷା କରାଯାଇଥିଲା। ଦୁଇବର୍ଷ ପରେ ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି ସାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ବତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିପରି ଆମ୍ବୁଲାନ୍ସ ସମେତ ସ୍ବେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ ଘଣ୍ଟା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି।