ଯୁକ୍ତ୨ ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୯।୩(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଫର୍ମ ପୂରଣର ଶେଷ ତାରିଖ ମାର୍ଚ୍ଚ ୩ ଥିବାବେଳେ ଅନେକ ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଫର୍ମ ପୂରଣ ପାଇଁ ଆଉ ଦୁଇଦିନ ସମୟ ଦିଆଯାଇଛି। ଆସନ୍ତା ୯ ଓ ୧୦ ତାରିଖରେ ଛାତ୍ରୀଛାତ୍ରମାନେ ଫର୍ମ ଦାଖଲ କରିପାରିବେ। ଏଥିସହିତ ଏହି ଦୁଇଦିନ ମଧ୍ୟରେ ଫି’ ମଧ୍ୟ ଦାଖଲ କରିବାକୁ କୁହାଯାଇଛି। ତେବେ ଛାତ୍ରୀଛାତ୍ରଙ୍କୁ ଏଥିପାଇଁ ୩୫୦ଟଙ୍କା ଫାଇନ ଦେବାକୁ ପଡ଼ିବ। ସମସ୍ତ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଶିକ୍ଷାର ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ ବୋଲି ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।