ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୧୬ା୧୧: ଦେଶର ପ୍ରମୁଖ ପୋଷାକ ଉଦ୍ୟୋଗ ଲକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଏଲ୍‌ଆଇଏଲ୍‌)ର କିଡ୍ସ ଇନର ଓ୍ବେୟର ରେଞ୍ଜ ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୧୦୦ରୁ ଅଧିକ ଉପତ୍ାଦକୁ ୧୪ ଟି ପ୍ରମୁଖ ବ୍ରାଣ୍ଡ୍‌ରେ ପ୍ରସ୍ତୁତ କରୁଛି, ଯେଉଁଥିରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ଇନରଓ୍ବେୟର ଓ ଆଉଟରଓ୍ବେୟରର ସମ୍ପୂର୍ଣ୍ଣ ରେଞ୍ଜ ସାମିଲ ରହିଛି। ବିଶେଷକରି କମ୍ପାନୀ ତା’ର କିଡ୍‌ସ ଇନରଓ୍ବେୟର ରେଞ୍ଜର ଭାରତୀୟ ବଜାର ପାଇଁ ୨୦୦୦ କୋଟି ଟଙ୍କା ସହ ୯ରୁ ୧୦% ସିଏଜିଆର୍‌ ହାରରେ ବୃଦ୍ଧି ଆଶା କରାଉଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଏଲ୍‌ଆଇଏଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ସାକେତ୍‌ ତୋଡ଼ି କହିଛନ୍ତି, ବିଶେଷ କରି କିଡ୍‌ସ ଇନରଓ୍ବେୟର ସେଗ୍‌ମେଣ୍ଟରେ ଲକ୍ସ ଇଣ୍ଡଷ୍ଟ୍ରିଜ୍‌ ହେଉଛି ପୁରୁଷମାନଙ୍କ ପାଇଁ ଏକ ଅଗ୍ରଣୀ ବ୍ରାଣ୍ଡ୍‌ ଏବଂ ଆମର ରେଞ୍ଜର ଏହି ସମ୍ପ୍ରସାରଣ ସହ ଆମେ ଆଶା କରୁଛୁ ଯେ ମାର୍କେଟରେ ଆମର ବିକାଶ କରିପାରିବୁ ଓ ବୃଦ୍ଧି ପାଉଥିବା ଗ୍ରାହକଙ୍କ ଚାହିଦାକୁ ପୂରଣ କରିପାରିବୁ। ଉପତ୍ାଦର ନୂତନ ସମ୍ଭାରରେ ଧଳା, କଲର ଓ ସ୍ପୋର୍ଟସ ଭେଷ୍ଟ୍‌ସ, ସେମି ଲଙ୍ଗ ଓ ଲଙ୍ଗ୍‌ ଡ୍ରୟାର୍ସ ଯାହାକି ପ୍ଲେନ୍‌ ଓ ବିଭିନ୍ନ ପ୍ରିଣ୍ଟରେ ଉପଲବ୍ଧ ରହିଛି। ଏହା ସହିତ ଇଣ୍ଟରଲକ୍‌ ଡ୍ରୟାର ଓ ବ୍ରିଫ୍‌ଓ ପ୍ଲେନ୍‌, ପ୍ରିଣ୍ଟ ଓ ଷ୍ଟ୍ରାଇପ୍‌ ପାଟର୍ନରେ ଉଭୟ ଡିଜାଇନରେ ଯଥା ଇନର ଓ ଆଉଟର ଇଲାଷ୍ଟିକରେ ଉପଲବ୍ଧ ରହିଛି। ଏହି ପୋଷାକଗୁଡ଼ିକ ବିଶେଷ ଭାବେ ପ୍ରିମିୟମ କଟନରେ ପ୍ରସ୍ତୁତ ଯାହାକି ପିନ୍ଧିବା ପାଇଁ ବହୁ ମାତ୍ରାରେ ଆରାମଦାୟକ ଓ ଏହା ଭାରତୀୟ ଜଳବାୟୁ ପାଇଁ ଉପଯୋଗୀ। ପ୍ରତି ଲକ୍ସ କୋଜି ଉପତ୍ାଦ ବିଶେଷକରି ଇନରଓ୍ବେୟର ରେଞ୍ଜ ଆରାମ ଓ ଆକର୍ଷଣୀୟ ଷ୍ଟାଇଲ୍‌ ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri